ପ୍ରଥମ ଦେଖାରୁ ତ ପ୍ରେମ ହୋଇଗଲା। କିନ୍ତୁ କେହି କାହାକୁ କହିପାରୁନାହାନ୍ତି...କଲେଜ୍ ଗେଟ୍ରେ ଆଇସକ୍ରିମ୍ ଖିଆ ପୁଣି ଲାଇବ୍ରେରି ଝରକାରେ ଲୁଚି ଲୁଚି ଦେଖା, ସବୁ ମନେ ପଡ଼ୁଛି ହେଲେ...
ବୁଥ୍ ନୁହେଁ ବ୍ଲକରେ ହେବ ପଞ୍ଚାୟତ ଭୋଟ୍ ଗଣତି I ଭୋଟ୍ ବାକ୍ସ ଷ୍ଟ୍ରଙ୍ଗ ରୁମ୍ ଓ କାଉଣ୍ଟିଂ ହଲରେ ଲାଗିବ ସିସିଟିଭି I ମତଦାନର ୧୦ ଦିନ ପରେ ଗଣତିକୁ ନେଇ ଗଡ଼ବଡ଼ ଆଶଙ୍କାରେ ବିରୋଧୀ I ସବୁ ସ୍ବଛତାରେ ହେବ କହିଲା ବିଜେଡି
ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ । ଏହି ସୂଚନା ଆଇଏଲଏସ୍ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି । ଜାନୁୟାରୀ ୨୭ରୁ ଆଇଏଲ୍ଏସ୍ ପକ୍ଷରୁ ଗତ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୂନାର ସିକ୍ୱେନ୍ସିଂ କରାଯାଇଥିଲା ।
କାହିଁକି ଓ କେଉଁ ପରିସ୍ଥିତିରେ ଜୀବନ ହାରିଲେ ଓୟୁଏଟିର ଆସିଷ୍ଟାଣ୍ଟ୍ ପ୍ରଫେସର ବାସନ୍ତୀ ଜେନା? ୬ ବର୍ଷର ପୁଅ ଆଉ ସ୍ୱାମୀଙ୍କୁ ଛାଡ଼ି କେଉଁ କାରଣ ପାଇଁ ନେଲେ ଚରମ ନିଷ୍ପତ୍ତି? ସ୍ୱାମୀ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକ ଏହାକୁ ବିଶ୍ୱାସ କରୁ ନାହାନ୍ତି।
କେନ୍ଦ୍ର ଆଇନମନ୍ତ୍ରୀଙ୍କ ଉତ୍ତର ପରେ ତେଜିଲା ରାଜନୀତି I ରାଜ୍ୟର ପ୍ରସ୍ତାବ ହସ୍ତଗତ ହୋଇନଥିବା କହିଥିଲେ ଆଇନ ମନ୍ତ୍ରୀ I ବାଚସ୍ପତି କହିଲେ ୩ ବର୍ଷ ତଳୁ ରିଜୋଲ୍ୟୁସନ କରି ପଠାଇଛୁ
କେଉଁଠି ଅଣ୍ଡାମାଡ଼ ତ କେଉଁଠି ପ୍ରଶ୍ନବାଣରେ ହେଉଛନ୍ତି ଘାଇଲା I ଭୋଟରଙ୍କୁ ଧମକାଇବା ସହ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ I ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସୋକଜ୍ ନୋଟିସ୍ ଜାରି I ସୋରରେ ପୂର୍ବତନ ବିଧାୟକଙ୍କୁ ବର୍ତ୍ତମାନର ବିଧାୟକଙ୍କ ଦୁର୍ବ୍ୟବହାର I ବିଜେଡି ସାଂସଦ ରମେଶ ମାଝୀଙ୍କ ବିରୋଧରେ ଜନତାଙ୍କ ରଣହୁଙ୍କା
ବିଶ୍ୱରେ ରେକର୍ଡ କରୁଛି କାଚା ବାଦାମ ଗୀତ। ସୋସିଆଲ ମିଡିଆରୁ ମୋବାଇଲ ରିଂ ଟୋନ୍ ସବୁଠି ରାଜ କରୁଛି ଏ ଗୀତଟି। ହେଲେ ଏ ଗୀତ ପଛର ଦୁଃଖ ଜାଣିଲେ ଆପଣ ବି ଦୁଃଖ ଅନୁଭବ କରିବେ। କାଚା ବାଦାମ ଗୀତର ମୂଳ ଗୀତିକାର ଭୁବନ ବାଦ୍ୟକର ଆଜିବି ଆଗଭଳି ଗାଁ ଗାଁ ବୁଲି ବାଦାମ ବିକି ଚଳୁଛନ୍ତି...
ମୂଳରୁ ଘର ନାହିଁ କିନ୍ତୁ ମିଳିଛି ସରକାରୀ ମରାମତି ସହାୟତା। ପ୍ରକୃତ ହିତାଧିକାରୀ କିଛି ପାଉନାହାନ୍ତି , ଯେଉଁମାନଙ୍କର ଘର ନାହିଁ ସେମାନଙ୍କୁ ସହାୟତା ମିଳୁଛି
କାଲି ସରିଥିଲା କଣ୍ଢେଇ ଦିଆନିଆ। ଆଜି ପ୍ରେମ ପାଇଁ ହେବ ପ୍ରତିଜ୍ଞା...ଏବେ ଚାଲିଛି ପ୍ରେମର ମାସ
ଭାରି ଶାନ୍ତ ଆମ ବଣ୍ଟି। ପାଦ ଚିପିଚିପି ଚାଲନ୍ତି,କୌଣସି ଆଡ଼େ ଯିବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତି...ଆଉ ପଚାରିଲେ କୁହନ୍ତି..
ଭାଇର ଅପରେସନ୍ ପାଇଁ ଟଙ୍କା ରଖିଥିଲେ, କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା...ଖୋଜିବା ବେଳକୁ ଆଉ କିଛି ନାହିଁ
ଇଲୋ ହେଇଲୋ...ମେଢ କଣ ବାଇକ୍ରେ ଆଇଲାଣି? ଓଃ. ମଉସାଙ୍କର ପା’ ଖୋଲା ଦେହ ଚିହ୍ନ...ପୂରା ବିନଦାସ୍....କିଛି ନେବାର ନାହିଁ କି କିଛି ଦେବାର ନାହିଁ
ଜନଧନ ଆକାଉଣ୍ଟରେ ଜମା ହେଲା ୧୫ ଲକ୍ଷ, ଖୁସି ହୋଇ ଘର କରିଦେଲେ ହିତାଧିକାରୀ। କିନ୍ତୁ ପରେ ବ୍ୟାଙ୍କ ଅଫିସର ଆସି ଘରେ ପହଞ୍ଚିଲେ, କହିଲେ ଆକାଉଣ୍ଟରେ ଆସିଥିବା ୧୫ ଲକ୍ଷ ଦିଅ। ଆଉ ତା’ପରେ ଦେଖନ୍ତୁ ହେଲା କ’ଣ?
ଆଜିକାଲି ସମସ୍ତେ କୁକୁର ପ୍ରେମରେ ପଡିଛନ୍ତି। ହେଲେ ଏ ଯୁବତୀ ଜଣକ କୁକୁର ବଦଳରେ କଅଁଳା ବାଛୁରୀକୁ ଆଦେରି ନେଇଛନ୍ତି। କାରରେ ବସାଇ ବୁଲାଉଛନ୍ତି ସହର ସହର...
ବଞ୍ଚି ଥାଉ ଥାଉ ମାଆକୁ ମାରିଦେଲା ବିଏମସି। କହିଲା ତୁମ ମାଆଙ୍କର କରୋନାରେ ଯାଇଛି ପ୍ରାଣ, ସରକାରଙ୍କ ପକ୍ଷରୁ ମିଳୁଥିବା ୫୦ ଟଙ୍କା ଅନୁକମ୍ପା ରାଶି ଆସି ଅଫିସରୁ ନେଇ ଯାଅ...ଭୁଲ ଜାଣିବା ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦୋଷ ଠେଲି ଦେଲା BMC
ଦୁଇ ପୁଅଙ୍କ ଚିକିତ୍ସା ପାଇଁ ୧୫ ହଜାର ଟଙ୍କାରେ ରାସନ ଓ ଭତ୍ତା କାର୍ଡ଼କୁ ବନ୍ଧା ପକାଇଦେଲା ବାପା। ଚାଉଳ ବିକି ବନ୍ଧା କାର୍ଡକୁ ଆଣିବାକୁ ଚେଷ୍ଟା କରୁଛନ୍ତି ବାପା...ପ୍ରଶ୍ନ ଉଠୁଛି କୁଆଡ଼େ ଗଲା ବିଜୁ ସ୍ୱାସ୍ଥ୍ୟ କାର୍ଡ଼?
ଜଗା ପ୍ରେମରେ ଅନ୍ଧ ଭକ୍ତ। ରାଜସ୍ଥାନରୁ ଦଣ୍ଡ ଯାତ୍ରାରେ ବାହାରିଛନ୍ତି ପୁରୀ, କହୁଛନ୍ତି ଜଗତର ମଙ୍ଗଳ ପାଇଁ ମୁଁ ଯାଉଛି ପୁରୀ
ଆମେ ତ ଜଗି ବସିଛୁ, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଟଙ୍କା ଦେବା କଥା...ସେ କେମିତି ଟଙ୍କା ଦେବେ ତାହା ତାଙ୍କର କଥା, ନିର୍ଦ୍ଦେଶ ଅନୁସାରେ ଟଙ୍କା ପୂର୍ବରୁ ଯୋଗାଡ଼ କରିବାର ଥିଲା
ଏ ବୟସରେ ମୁଁ ଏକା କେମିତି ରହିବି? କେମିତି ଶୋଇବି? କାହିଁକି ତାକୁ ଆଣିଲନି? ସେ ନ ଆସିଲେ, ଆଜି ରାତିରେ ମୁଁ ମରିଯିବି... ବୟସର ଅପରାହ୍ନରେ ବି ଏ ମଉସାଙ୍କର ଏମିତି ରହିଛି ପ୍ରେମ।
ଭୋଟ ଦେବ କୋଉଠି ଜିଅନ୍ତା ମାଛ ଚିହ୍ନ ଯୋଉଠି। ମୋ ବୋଉଲୋ...ଏ ନାନି କଣ ଜିଅନ୍ତା ମାଛ ଧରି ଘରକୁ ଘର ବୁଲୁଛନ୍ତି, ନାରଣରେ ସେ ମାଛ ଖାଇବାକୁ ଦେବେନିରେ ମାଛ ଚିହ୍ନକୁ ଭୋଟ ଦେବା ପାଇଁ କହୁଛନ୍ତି...ଦେଖନ୍ତୁ ଏହି ଭିଡ଼ିଓ
ନା ନା ମୁଁ ଜମା ସାନ ପୁଅ ପାଖକୁ ଯିବିନି। ମୁଁ ଗଲେ ବୋହୂ ଆଉ କାମ କରିବନି, କାହାକୁ କଣ କହିବି? ୧ ତାରିଖ ହୋଉ ହୋଉ ATM ପାଖରେ ନେଇ ମୋ ଗାଡ଼ି ଲଗାଉଛନ୍ତି...
ପ୍ରେମ କେତେବେଳେ ହେବ କହିହେବନି...ଏଇ ଯେମିତି ଅଧାଲେଖା ଗପରେ ନାୟିକାଙ୍କୁ ଦେଖୁ ଦେଖୁ ପ୍ରେମରେ ପଡ଼ିଗଲେ ନାୟକ। ଆଉ ତା’ପରେ ନିଦର ସ୍ୱପ୍ନରେ ହେଉ କି ରାସ୍ତା ଘାଟରେ ସବୁଆଡ଼େ କେବଳ ଦେଖାଗଲେ ନାୟିକା....
ମାଆ ପାଇଁ ସମସ୍ତେ ସମାନ। ଛେଳି ଛୁଆକୁ କ୍ଷୀର ଖୁଆଉଛି ମାଆ କୁକୁର, ବିନା କୌଣସି ଡରରେ ଢକଢକ ହୋଇ କ୍ଷୀର ପିଇଯାଉଛି ଛେଳି ଛୁଆ, ଦେଖନ୍ତୁ ଏହି ଭିଡ଼ିଓ
ମୋବାଇଲ ମରାମତି ପାଇଁ ଯାଇଥିଲେ କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ଟଙ୍କା। ଭାଇର ଅପରେସନ ପାଇଁ ରଖିଥିବା ଟଙ୍କା ଯିବା ପରେ କାନମୁଣ୍ଡା ଆଉଁଷି ଆଉଁଷି କେମିତି ଟଙ୍କା ଗଲା ଖୋଜିଲା ବେଳକୁ ଯେଉଁ ତଥ୍ୟ ସାମ୍ନାକୁ ଆସିଲା, ତାହାକୁ ଦେଖନ୍ତୁ...
ସୌମ୍ୟ-ସୋନାଲିଙ୍କ ଭାଇରାଲ ଅଡ଼ିଓକୁ ନେଇ ଭାରି ଚର୍ଚ୍ଚା। ଯେତେବେଳେ ସୌମ୍ୟ ଭୋ ଭୋ ହୋଇ କାନ୍ଦି ସୋନାଲିଙ୍କୁ ଫୋନ୍ କରୁଛନ୍ତି ସେତେବେଳେ ସୋନାଲି କିନ୍ତୁ କେୟାର କରୁନାହାନ୍ତି। ବରଂ କହୁଛନ୍ତି ତୁମେ କାନ୍ଦିକି ଗଡ଼ିଗଲେ ବି ମତେ କିଛି ଫରକ ପଡ଼ିବନି...