ଅଧ୍ୟାଦେଶ ଲାଗୁ କରିବା ରାଜ୍ୟ ବିଧାନସଭାର ପରିଧିରେ ଆସୁନି ଏବଂ ଏହା ଆମସାର ଆକ୍ଟର ବିରୁଦ୍ଧାଚରଣ କରୁଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି।
କେଉଁଠି ଘୋଡ଼ା ବେପାରର ଆଶଙ୍କା ତ କେଉଁଠି ମିଶ୍ରଣ ପର୍ବର ଆସର । ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଆଜି ବିଜେଡିର ହାତ ଧରିଛନ୍ତି ଖୋର୍ଦ୍ଧା ପୌର ପରିଷଦର ସମସ୍ତ ୫ ସ୍ୱାଧୀନ କାଉନସିଲର ।
ତୈଳ ଦରକୁ ନେଇ ଘନଉଛି ରାଜନୀତି । ଲାଗି ରହୁଛି ଆରୋପ-ପ୍ରତ୍ୟାରୋପ । ହେଲେ ପ୍ରଭାବ ଶୂନ । ଲୋକେ ବୁଝିଗଲେଣି ଏ ତୁଚ୍ଛା ରାଜନୀତିରୁ କିଛି ମିଳିବନି । ଏଥିଲାଗି ଇ-ଯାନ ଆଡ଼କୁ ମନ ବଳାଇଲେଣି ।
ଗୋଟିଏ ପଟେ ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର, ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ଶକ୍ତିଶାଳୀ ବିକ୍ଷୋଭ । ଗୁରୁତର ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ
୭୨ ବର୍ଷରେ ପୂରା ଫିଟ୍ ଦଣ୍ଡପାଣି। ନିଇତି ମାରୁଛନ୍ତି ଦଣ୍ଡବୈଠକ ସହ ବ୍ରେଞ୍ଚ୍ ପ୍ରେସ୍। ସକାଳ ହେଲେ ଜିମ୍ରେ ଏମିତି ବ୍ୟାୟାମ କରୁଛନ୍ତି ଯେ ଆଜିକାଲିର ଯୁବପୀଢି ଚାତକ ପରି ଚାହିଁ ରହୁଛନ୍ତି। ବୁଟ, କ୍ଷୀର, ମାଛ ଖାଇ ନିଜକୁ ରଖିଛନ୍ତି ଫିଟ୍। ଦେଖନ୍ତୁ କେମିତି ଚାଲିଛି ଏକ୍ସରସାଇଜ୍
WorldCup ନେଇପାରିଥିଲେ ହେଲେ ଚୌକି ସମ୍ଭାଳିପାରିଲେନି। ଜାଣନ୍ତୁ କେମିତି ଥିଲା ଇମ୍ରାନଙ୍କ ରାଜନୈତିକ କ୍ୟାରିଅର୍
ପାକିସ୍ତାନକୁ ନେଇ ଏବେ ପୁଣି ବଢିଲାଣି ଚର୍ଚ୍ଚା। ଇଏ ଏମିତି ଏକ ଦେଶ ଯେଉଁଠାରେ କୌଣସି ଜଣେ ପ୍ରଧାନମନ୍ତ୍ରୀ ପୂରଣ କରିପାରିନାହାନ୍ତି ନିଜର କାର୍ଯ୍ୟକାଳ....
ପ୍ରତିଶ୍ରୁତି ହେଲା ପାଣିର ଗାର। ନୂଆ ପାକିସ୍ତାନ ଗଠନ କରିବାର ସ୍ୱପ୍ନ ଦେଖାଇଥିଲେ ହେଲେ ଆର୍ଥିକ ସଙ୍କଟରେ ଛନ୍ଦି ହୋଇଗଲା ପାକ୍....ଏବେ ନିଜ ଚୌକିକୁ ବି ରକ୍ଷା କରିପାରିଲେନି ଇମ୍ରାନ୍
ହଡ଼ପ ହୋଇଗଲାଣି ଓଡ଼ିଶାର ପ୍ରାଚୀନ ଐତିହ୍ୟ ପୁରାତନ ରାଜଧାନୀ ଶିଶୁପାଳଗଡ଼। ପ୍ରାୟ ୫୬୩ ଏକର ପରିବ୍ୟାପ୍ତ ଏହି ପ୍ରାଚୀନ ଐତିହ୍ୟ ଏବେ ଏକ ଏକର ଜମିରେ ସଙ୍କୁଚିତ। ବାକି ଜମି ସବୁକୁ ଜବରଦଖଲ କରିଗଲେଣି ଜମି ମାଫିଆ ଓ ପ୍ରଭାବଶାଳୀ ଲୋକେ। ଏହା ବିରୋଧରେ ଏଏସଆଇ ଦାୟର କରିଥିବା ମାମଲାର ବିଚାର କରି ଶିଶୁପାଳଗଡ଼ର ଜବଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ତେବେ କେବେ କାର୍ଯ୍ୟକାରୀ ହେବ ଏହି ନିର୍ଦ୍ଦେଶ? ତାହାକୁ ନେଇ ସନ୍ଦେହ...
ୟୁକ୍ରେନ୍ରେ ନରସଂହାର କରୁଛି ଋଷ୍। ଖାଇବାକୁ ଆଣିବାକୁ ଗଲେ ହାଣି ପକାଉଛି, ପାଣି ପିଇବାକୁ ଗଲା ବେଳେ ହାତବାନ୍ଧି ଗୁଳିମାରୁଛି। ଡରି ଡରି ବଞ୍ଚୁଛନ୍ତି ୟୁକ୍ରେନବାସୀ....
ଭୟଙ୍କର ଭାବରେ ଜଳୁଥିଲା ନିଆଁ। ଭିତରେ ଫସିଥିଲେ ଜଣେ ଶିଶୁ ସମେତ ୨ ଜଣ। ଫିଲ୍ମ ଷ୍ଟାଇଲ୍ରେ ନିଆଁର ଆଁ ଭିତରକୁ ଜମ୍ପ ମାରିଲେ, ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବାହାଦୁର କନେଷ୍ଟବଳଙ୍କ ଏହି ଭିଡ଼ିଓ। ପ୍ରମୋସନ୍ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ବୟସର ଅପରାହ୍ନରେ ଟିକିଏ ବି କମିନି ପ୍ରେମ। ବାହାଘରକୁ ୭୦ ବର୍ଷ ହେଲାଣି ହେଲେ ଏବେବି ସ୍ତ୍ରୀକୁ ସଜ କରି ହାତଧରାଧରି ହୋଇ ଯାତରା ଯାଉଛନ୍ତି ନବେଇ ମଉସା ଆଉ ଚଚଂଳା ମାଉସୀ। ମୁଣ୍ଡ କୁଣ୍ଡାଇବା ଠାରୁ ସିନ୍ଦୂର ପିନ୍ଧାଇବା...ପୁଣି ନେଲପଲିସି ଲଗାଇବା ସବୁ କାମରେ ପାରଙ୍ଗମ ନବେଇ ମଉସା, ଦେଖନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମର କିଛି ହୃଦୟସ୍ପର୍ଶୀ ଦୃଶ୍ୟ
ସ୍ୱାମୀଙ୍କ ପ୍ରଭାବ ହ୍ରାସ ପାଉଛି। ସ୍ତ୍ରୀଙ୍କ ପ୍ରଭାବ ବଢୁଛି। ବିଜେଡିରେ ସାଂସଦ ଅନୁଭବ ମହାନ୍ତିଙ୍କ ପତିଆରା କମୁଥିବା ବେଳେ, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ପ୍ରଭାବ ବଢୁଛି। କିଛି କିଛି ପଦକ୍ଷେପରୁ ଜଣାପଡୁଛି, ବର୍ଷାଙ୍କର ବୋଧେ ଭୁବନେଶ୍ୱର ଉପରେ ଆଖି ଅଛି !
କାହିଁକି ଶ୍ରୀମନ୍ଦିର ଚୌହଦିରେ ଖୋଳା ହେଲା ବଡ଼ ବଡ଼ ଗାତ ? କେଉଁ ଉଦ୍ଦେଶ୍ୟରେ ନିର୍ମାଣ ହେଉଛି ବିରାଟ ବିରାଟ ପିଲାର ? ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ବେଆଇନ ଖନନ ପ୍ରସଙ୍ଗକୁ ନେଇ ଥମୁନି ଅସନ୍ତୋଷ କି ଆରୋପ-ପ୍ରତ୍ୟାରୋପ । ଆମସାର ଆକ୍ଟର ଉଲ୍ଲଂଘନ, ଶ୍ରୀମନ୍ଦିର ପ୍ରତି ଘୋର ବିପଦ ସାଜିପାରେ ବୋଲି ଆଶଙ୍କା କଲେଣି ଉଭୟ ଜଗନ୍ନାଥ ପ୍ରେମୀ ଓ ଐତିହ୍ୟ ବିଶେଷଜ୍ଞ ।
୪୮ ଘଣ୍ଟା ପରେ ବି ଧରାପଡ଼ିନି ଜଗା ଚୁଲି ଭଙ୍ଗା ଦୁର୍ବୃତ୍ତ। ଜଣା ପଡ଼ିନି ଶ୍ରୀମନ୍ଦିରରେ ଏତେ ବଡ଼ ଦୁଃସାହସ ପଛର କାରଣ କଣ? ତେବେ ସିସିଟିଭି ଫୁଟେଜରୁ ଜଣେ ସନ୍ଦିଗ୍ଧକୁ ତିନି ଜେଟିପି ବାହାରକୁ ଆଣୁଥିବା ନଜରକୁ ଆସିବା ପରେ ଏବେ ସେଇ ସନ୍ଦିଗ୍ଧ ଉପରେ ତଦନ୍ତର ଆଖି। ସନ୍ଦିଗ୍ଧ ଜଣକ କିଏ ଜଣାପଡୁ ନଥିବାରୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି।
ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଅନାୟାସରେ ତାଡ଼ି ନେଇ ସେଥିରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି ଲୁଟେରା ଦଳ । ଗତକାଲି ମଧ୍ୟରାତ୍ରୀରେ ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଏକ SBI ଏଟିଏମରୁ ଏଭଳି ଲୁଟ୍ ହୋଇଛି । ମେସିନ୍ ଲୁଟ୍ ପରେ ସେଥିରୁ ସବୁ ଟଙ୍କା ନେଇ ଭଙ୍ଗା ମେସିନକୁ ବି ଫିଙ୍ଗି ଦେଇଛନ୍ତି ଲୁଟେରା।
ଓଡ଼ିଶାରେ ବର୍ଷକୁ ପ୍ରତି ଲକ୍ଷେ ଲୋକରେ ହତ୍ୟାକାଣ୍ଡ ନେଉଛି ୩ ଜୀବନ । କିନ୍ତୁ ଆତ୍ମହତ୍ୟାରେ ଚାଲିଯାଉଛି ୧୨ ପ୍ରାଣ । କେବଳ ଓଡ଼ିଶା କାହିଁକି, ଭାରତ ତଥା ସାରା ବିଶ୍ୱରେ ହତ୍ୟାଜନିତ ମୃତ୍ୟୁ ତୁଳନାରେ ଆତ୍ମହତ୍ୟା ହାର ଢେର୍ ଅଧିକ ।
ସରକାର ନିଇତି 5T ସ୍କୁଲ୍ ରୂପାନ୍ତରଣକୁ ନେଇ ବାହାବା ନେଉଥିବାବେଳେ ପ୍ରକୃତ ସତ କଣ, ଦେଖନ୍ତୁ ଏହି ରିପୋର୍ଟରେ..
ମାନବିକତା ଦେଖାଇଲା କୁକୁର। ପଡ଼ିଆରେ ମରିପଡ଼ିଥିଲା ମାଲିକ, କୁଆଡ଼େ ନଯାଇ ପାଖରେ ଜଗି ରହିଥିଲା...ଶେଷରେ ଖବର ପାଇ ମାଲିକର ଶବସଂସ୍କାର କଲେ ପୋଲିସ୍ ବାବୁ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ସବୁ ଯୋଜନା ଆମର, ୩୦ ଜିଲ୍ଲା ପରିଷଦ ଆମର...ଅଧିକ ପୌର ଦଖଲ କଲୁ ଆମେ। ରାସ୍ତାଘାଟ ଯେଉଁଠି ଇଚ୍ଛା ହେବ ଆମେ ଶଙ୍ଖ ଫୁଙ୍କିବୁ। ତୁମର କ’ଣ ଗଲା ସେଇଠୁ?
ନିଜ ପାଇଁ ଜଳଖିଆ ଦୋକାନଟିଏ କରିଛନ୍ତି। ଯାହା କିଛି ରୋଜଗାର ହୁଏ ପରିବାର ଚଳେ। ଏସବୁ ଭିତରେ ଅସହାୟ-ଦିବ୍ୟାଙ୍ଗମାନଙ୍କୁ ମାଗଣା ଜଳଖିଆ ଦିଅନ୍ତି ମୋହିତ। ପେଟ ଫୁଲ ହେବା ପର୍ଯ୍ୟନ୍ତ ଖାଇବାକୁ ଦେଇ ଆନନ୍ଦ ପାଆନ୍ତି
କୁକୁରକୁ ବଂଚାଇବା ଲାଗି ହଠାତ୍ ରାସ୍ତା ଉପରକୁ ଚାଲିଆସନ୍ତି ନାୟିକା। ଆଉ ଏତିକି ବେଳେ ନାୟିକାଙ୍କ ସାମ୍ନାସାମ୍ନି ହୁଅନ୍ତି ନାୟକ। ବାସ୍ ଏହାପରେ ହେଉଛି କଣ ଦେଖନ୍ତୁ...
ଦିନେ ଯେଉଁ ପୁଅକୁ ଜନ୍ମ କରିବାକୁ ମାଆଟି ଠାକୁରଙ୍କ ପାଖରେ ପୂଜା କରିଥିଲା, ଆଜି ସେଇ ପୁଅ ଜୀବିତ ଥିବା ମାଆ ଉପରେ ଇଟା ଲଦିଛି, ତାହା ପୁଣି ସମ୍ପତ୍ତି ଲୋଭରେ। ଭାଇ ଭାଗବଣ୍ଟାରେ ଅସନ୍ତୁଷ୍ଟ ହୋଇ ପୁଅ ଓ ବୋହୂ ମିଶି ମାଆ ଉପରେ ଇଟା ଥୋଇଛନ୍ତି। ମାଆଟି ବିଚାରୀ ହାତ ଯୋଡ଼ି କେବଳ କାନ୍ଦୁଛି।
ବୟସ ମାତ୍ର ୫ ବର୍ଷ। ଏଇ ବୟସରେ ସେ ସ୍ୱପ୍ନ ଦେଖିଛନ୍ତି, ଦିନେ ଟିମ୍ ଇଣ୍ଡିଆରେ ଖେଳିବେ। ସେ ହେବେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଏଥିପାଇଁ ସେ ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି। ଏହି କୁନି କ୍ରିକେଟରଙ୍କ ବ୍ୟାଟିଂ ଦେଖିଲେ ଆପଣଙ୍କ ମନ ଭରିଯିବ। କି ଷ୍ଟାଇଲ୍ ! ଆସନ୍ତୁ ଭେଟିବା ତାଙ୍କୁ।
ଦିଲ୍ଲୀରୁ ରିର୍ଟନ ପରେ ଏବେ ସାର୍ଙ୍କୁ ଭାରି ଭୋକ। ଦେଖୁନାହାନ୍ତି କେମିତି ୫ ଟଙ୍କା ଦେଇ ଆହାର କେନ୍ଦ୍ରରେ ସାଙ୍ଗେ ସାଙ୍ଗେ ଖାଇଗଲେ ଭାତ ଆଉ ଡାଲମା। ଦେଖୁନାହାନ୍ତୁ କେଡ଼େ କେଡ଼େ ଗୁଣ୍ଡା ଗୁଡ଼ାକ ଖାଉଛନ୍ତି...