ଦୀର୍ଘ ୨୯ ବର୍ଷ ପରେ ଭାରତୀୟ ସୁରକ୍ଷା ସଂସ୍ଥାକୁ ବଡ଼ ସଫଳତା ଦେଶ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି । ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଅବୁ ବକ୍କରକୁ ୟୁଏଇରୁ ଗିରଫ କରିଛି ଭାରତୀୟ ସୁରକ୍ଷା ସଂସ୍ଥା
ଏବେ ପ୍ରଶ୍ନ ଉଠୁଛି, ଯଦି ପରିବେଶ ମଞ୍ଜୁରି ନଥିଲା, କେମିତି ଆଗଉଥିଲା ପ୍ରକଳ୍ପ କାମ ? ନିୟମ ଅନୁଯାୟୀ ଜେଏସଡବ୍ଲୁ ସବୁ କାଗଜପତ୍ର ପରଖି କାର୍ଯ୍ୟ କରୁଥିଲା ତ ପ୍ରଶାସନ ? ସ୍ଥାନୀୟ ଲୋକଙ୍କ ପାନବରଜ ଭାଙ୍ଗି କେମିତି ପ୍ରଶାସନ ଆଗକୁ ବଢ଼ୁଥିଲା? ଏସବୁ କମ୍ପାନି ପ୍ରତି ସରକାରଙ୍କ ଅହେତୁକ ଅନୁକମ୍ପା ନୁହେଁ କି?
ପୁଣି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ତାଜା କରିଛି ବିଜେଡି । ପଂଚାୟତ ପ୍ରଚାର ଚାଲିଥିବା ବେଳେ ପାର୍ଲାମେଣ୍ଟରେ ଗାଁ ଲୋକଙ୍କୁ ଛୁଉଁଥିବା ପ୍ରସଙ୍ଗ ଉଠାଉଛି ବିଜେଡି ।
ଖବର ସଂଗ୍ରହ ପାଇଁ ଯାଇ ଖବର ପାଲଟିଗଲେ ସାମ୍ବାଦିକ। ଲାଲବାହିନୀର ଲ୍ୟାଣ୍ଡମାଇନ୍ ବ୍ଲାଷ୍ଟରେ ଆଖି ବୁଜିଲେ ଖବରଦାତା । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରେ ।
କେବେ ହେବ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା? ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ । କ୍ୟାରିୟରକୁ ନେଇ ଉପୁଜୁଛି ଦ୍ୱନ୍ଦ୍ୱ । ସରକାର ଆସନ୍ତା ୭ ତାରିଖରୁ ସ୍କୁଲ୍, କଲେଜ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଏହା ଯେତିକି ଆଶ୍ୱାସନା ଦେଇଛି ତାଠାରୁ ବେଶୀ ଚିନ୍ତା ବଢାଇଲାଣି ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ।
ରାସ୍ତା ତିଆରି କରିବା ନାଁରେ ଚୋରି କରିନେଉଛନ୍ତି ପଥର। ପ୍ରଶାସନର ନାକ ତଳେ ଚାଲିଛି ବେଧଡ଼କ ବ୍ଲାଷ୍ଟିଂ...ଦେଖନ୍ତୁ କେମିତି ଚାଲିଛି ଦୁର୍ନୀତି
ଆଜି ପବିତ୍ର ସରସ୍ୱତୀ ପୂଜା। ପ୍ରତି ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ଅଫିସ୍...ସବୁଠି ମାଆଙ୍କୁ କରାଯିବ ଆବାହନ, ତେବେ ଜାଣିରଖନ୍ତୁ ଆଜି କେମିତି ମାଆଙ୍କୁ ପୂଜା କଲେ ମିଳିବ ଆଶୀର୍ବାଦ
ଭୋଟ ମାଗିବାକୁ ଯାଇଥିଲେ ନେତା...ତାଙ୍କ ବେକରେ ଏମିତି ଗେଣ୍ଡୁମାଳ ଲୋକେ ଦେଲେ ଯେ, ତରତର ହୋଇ ମାଳ କାଢି ପକାଇଲେ ନେତା...ନାରଣରେ ଏଇନୁ ମାରିଦେଇଥାଆନ୍ତେ....
ମହାନତା ଦେଖାଇଲା କୁନି ଝିଅ। ନିଜେ ଲଣ୍ଡା ହୋଇ କ୍ୟାନସର ରୋଗୀଙ୍କୁ ଦେଲା ନିଜର ଚୁଟି...କହିଲା, ଜୀବନ ତ ଦେଇପାରିବିନି, ଦେଇ ଦେଲି ନିଜର ଚୁଟି। ସାରା ଜିଲ୍ଲାରୁ ଛୁଟୁଛି ପ୍ରଶଂସାର ସୁଅ
ଫସେଇ ଦେଲା ଫିଲ୍ମ ପୁଷ୍ପା। ଫିଲ୍ମ ଦେଖି କ୍ଷୀର ଗାଡ଼ିରେ ଚୋରି କରୁଥିଲା ରକ୍ତ ଚନ୍ଦନ କାଠ...ପୋଲିସ ଧରିବା ପରେ ବି ନରମିନଥିଲେ ବରଂ କହିଥିଲେ ମେଁ ନେହିଁ ଝୁକୁଙ୍ଗା...ଏବେ ଗିରଫ ହୋଇ ଥାନାରେ ରାତି କାଟୁଛନ୍ତି ଡ୍ରାଇଭର, ଦେଖନ୍ତୁ ସେହି ସମୟର କିଛି ଦୃଶ୍ୟ...
ଅଭନବ ଉପାୟରେ ବେପାର… ଦାସକାଠିଆ ଶୁଣେଇ ଦହିବରା ବିକୁଛନ୍ତି
ଏବେ ନୁହେଁ ୫୫ ବର୍ଷ ହେଲାଣି ଗୋଟିଏ ପରିବାର ହାତରେ ରହିଛି ପଂଚାୟତ କ୍ଷମତା। ବାରମ୍ବାର ନିର୍ବାଚନରେ ବିଜୟ ହୋଇ ରାଜଗାଦିରେ ବସୁଛନ୍ତି ନାୟକ ପରିବାର...ଏବେ ପୁଣି ୬୬ ବର୍ଷୀୟ ଅରୁଣ ନାୟକ। କହୁଛନ୍ତି ନବୀନ ବାବୁ ଏତେ ବୟସରେ ରାଜନୀତି କରୁଛନ୍ତି ମୁଁ କାହିଁକି କରିପାରିବିନି…
କୋରାପୁଟରେ ୫୨୨ ହେକ୍ଟର ଜମିରେ ଚାଷ ହେବ କଫି। ଏଥିପାଇଁ ଚାରା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଦେଖନ୍ତୁ କେମିତି ଚାଲିଛି ପ୍ରକ୍ରିୟା, ଆଉ ଜାଣନ୍ତୁ କେମିତି ଚାର ପ୍ରସ୍ତୁତି କରନ୍ତି।
ପ୍ରସାଦଙ୍କୁ କେତେ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ? ଯିଏ ପଛରେ କହେ, ତା’ର ସାମ୍ନାରେ କହିବାକୁ ସାହସ ନଥାଏ...ଖୋଲାକଥାରେ ମୁହଁ ଖୋଲିଦେଲେ ପ୍ରସାଦ, ଶୁଣନ୍ତୁ ସେ କଣ କହୁଛନ୍ତି
ଲେଉଟିଆ ଶାଗକୁ ଖୁଣ୍ଟି ଖୁଣ୍ଟି ଖାଇଲେ ମଜା ଲାଗିବ, ତୁମେ କହୁଛ ମୂଳରୁ ଓପାଡ଼ି ଦେବ...ଏମିତି ଭାବରେ ଜଣେ ବାପା ତାଙ୍କ ପୁଅ ପାଇଁ ବାଇକ୍ କିଣିବାକୁ ଟଙ୍କା ରଖିଥିଲେ ଆଉ ଆକାଉଂଟ୍ରୁ ଟଙ୍କା ଲୁଟ୍ କରୁଥିଲେ ସାଇବର ଲୁଟେରା, ଦେଖନ୍ତୁ ପରେ ହେଲା କଣ
କିଡନୀ ରୋଗରେ ପଡ଼ିଛି ସ୍ୱାମୀ। ପାଖରେ ଟଙ୍କା ନାହିଁ, ଚିକିତ୍ସା ଲାଗି ଘରକୁ ଘର, ଗାଁ କୁ ଗାଁ ବୁଲି ଭିକ ମାଗୁଛି ସ୍ତ୍ରୀ....ସେପଟେ ଭେଣ୍ଡିଆ ପୁଅ ପାଇଁ ଘର ବନ୍ଧା ପକାଇଦେଇଛି ବୁଢା ବାପା...ସାହାଯ୍ୟ ଅପେକ୍ଷାରେ ସନ୍ୟାସୀ
ଆଉ ମାତ୍ର ୨ଦିନର ଅପେକ୍ଷା। ଖୋଲିବ ସ୍କୁଲ୍, ବାଜିବ ବେଲ୍। ସାଙ୍ଗ ସାଥୀଙ୍କ ସହ ବି ଦେଖାହେବ। ରାଜ୍ୟରେ ସୋମବାରଠାରୁ ସ୍କୁଲ୍ ଖୋଲିବାକୁ ଯାଉଥିବାରୁ ଏବେ ପିଲାଙ୍କ ମନରେ ପ୍ରବଳ ଉତ୍ସାହ।
ସାଧାରଣ ନିର୍ବାଚନର ୩ ବର୍ଷ ପରେ ଆସିଛି ପଞ୍ଚାୟତ ଭୋଟ। ଚାଲିଛି ଘମାଘୋଟ ପ୍ରଚାର। କ୍ୟାମ୍ପେନରେ କମ୍ପୁଛି ଗାଁ ଦାଣ୍ଡ। ଆଉ ସେହି ନିର୍ବାଚନୀ ମୋହରେ ଭିଟାମାଟି ମୁହାଁ, ସୁରତରେ ରହୁଥିବା ଗଞ୍ଜାମ ବାସିନ୍ଦା ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଲେଓ୍ବ ଷ୍ଟେସନ୍ ବ୍ରହ୍ମପୁରରେ ନିଇତି ଭିଡ଼, ନିଇତି ଫେରୁଛନ୍ତି ସୁରତ ଫେରନ୍ତା
ସେମିତି ଭୋଟରଙ୍କ ଘରେ ପଖାଳ ଖାଇ କାନ୍ଦି ପକାଉଥିବାର ଦୃଶ୍ୟକୁ ନେଇ ଗତ କିଛି ଦିନ ହେଲା ସୋସିଆଲ୍ ମିଡ଼ିଆରେ ଭାରି ଟ୍ରୋଲ୍ ହେଉଥିବା ଦୃଶ୍ୟ ବି ଭାରି ଚର୍ଚ୍ଚାରେ ରହିଛି।
ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ହେବ ସିଧା ରେଳ ସଂଯୋଗ । ଗୋପାଳପୁରଠାରୁ ଫୁଲବାଣୀ ଦେଇ ସମ୍ବଲପୁର ଯାଏଁ ବିଛା ହେବ ରେଳ ଲାଇନ୍ ପ୍ରକଳ୍ପ । କେନ୍ଦ୍ରର ଅନୁମୋଦନ ପାଇଥିବା ବେଳେ ବଜେଟ୍ରେ ଏଥିପାଇଁ ଏକ କୋଟିର ଟୋକନ ମନି ବରାଦ କରାଯାଇଛି ।
ଖାଲି କ୍ରିକେଟ୍ର ଗ୍ରୀନ୍ ରୁମ୍ ନୁହେଁ, ଗ୍ରେ ଫିଲ୍ଡରେ ବି ପୁଷ୍ପାର ଜବରଦସ୍ତ ଝଲକ ଇଣ୍ଡିଆରୁ ୱେଷ୍ଟଇଣ୍ଡିଜରୁ, ଅଷ୍ଟ୍ରେଲିଆରୁ ବାଂଲାଦେଶ, ସବୁଠି ଦେଖିବାକୁ ମିଳୁଛି । ପୁଷ୍ପାର ଅନୋଖା ଷ୍ଟାଇଲ ମନୋରଞ୍ଜନ ଦୁନିଆକୁ ବି ଲାଗିଛି ପୁଷ୍ପା ସିରିୟସ୍ ଫିଭର । ଏମିତିକି ପୁଷ୍ପା କ୍ରେଜରୁ ବାଦ୍ ପଡ଼ିନି ପଲିଟିକ୍ସ ।
ଖଣ୍ଡିଏ ଘର ପାଇଁ ସରପଂଚଙ୍କ ପାଖକୁ ୧୦ ବର୍ଷ ଦୌଡ଼ି ଦୌଡ଼ି ହତାସ ହେଲେ। କିନ୍ତୁ ଘର ଖଣ୍ଡିଏ ପାଇଲେନି....ଆଉ ସେହି ଜିଦ୍ରେ ଏବେ ନିଜେ ପଂଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଦେବଶ୍ରୀ। କହୁଛନ୍ତି, ମୁଁ ସରପଂଚ ହେବି...ଲୋକଙ୍କ ସମସ୍ୟା ଦୂର କରିବି
ନେତା, ମନ୍ତ୍ରୀ, ସରକାରୀ ବାବୁ ସମସ୍ତଙ୍କୁ କହି କହି ଥକିଗଲେ। କେହି ଟିକେ ଶୁଣିଲେନି। ଲୋକେ ନିଜ ଘରକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ପାଇଲେନି। ଶେଷରେ ୨୨ ବର୍ଷର ଏ ସ୍ଥିର ସରକାର ଉପରୁ ଆଶା ବିଶ୍ୱାସ ତୁଟାଇ ନିଜେ ବାନ୍ଧିଲେ ବାଉଁଶ ପୋଲ। କଦଳୀ ଗଛ ବାନ୍ଧିଛନ୍ତି। ନବୀନ ବାବୁ ଆସିବେ କି ଉଦଘାଟନ କରିବା ପାଇଁ?
ଚାହିଁଲେ ଆଖି ପାଇବନି। ତିଆରି କରିବାକୁ ଲାଗିଥିଲା ବର୍ଷ ବର୍ଷ। ହେଲେ ଟାଓ୍ୱାରକୁ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। କାରଣ ଏତେ ବଡ଼ ଟାଓ୍ୱାରଟି ଗୋଟିଏ ପଟକୁ ଢଳି କରି ରହିଛି। କାରଣ ଖୋଜିବାକୁ ଅନେକ ଚାହୁଁଥିଲେ ବି କେହି କାରଣ ଖେଜି ପାଉ ନାହାଁନ୍ତି।
ରାଜନୀତିରେ ଭିନ୍ନ ଘଟଣା । ସରପଞ୍ଚ ଭାବେ ଛିଡା ହୋଇଥିବା ପାଠପଢୁଆ ଭାଣିଜୀକୁ ହରାଇବାକୁ ଲାଗିପଡିଛନ୍ତି ମାମୁମାନେ । ହରାଇବାକୁ କରିଛନ୍ତି ଯୋଜନା । ଭାଣିଜୀ କହୁଛନ୍ତି, ତାଙ୍କ ପୋଷ୍ଟର ବି ଫାଡି ଦେଉଛନ୍ତି ।