ମୁଁ ୫୦୦ ବର୍ଷ ତଳେ ଆସିଥିଲି। ପିଇଥିଲି ମହାନଦୀ ପାଣି, ସୁନାର ଖାଇବା ଦେଇଥିଲେ ରାଣୀ। ଏବେ ପୁଣି ନେତା ନିମନ୍ତ୍ରଣ ଦେବାରୁ ପୁଣି ଆସିଲି। ଆବେ ତୁ କଳାପାହାଡ଼ ନାଁ ଖୋଳା ପାହାଡ଼? ସବୁ ତ ନଷ୍ଟ କଲୁଣି, ଆଉ କଣ କରିବୁ?
ବାପାଙ୍କ ସାହସ, ସ୍ୱାମୀଙ୍କ ଉତ୍ସାହ। ନୂଆ ଦୁନିଆ ଗଢିତୋଳିଛି ରୀତାଙ୍କ ପାଇଁ। ନିଜର ଇଚ୍ଛାଶକ୍ତି ଓ ଦୃଢ ମନୋବଳ ପାଇଁ ଆଜି ସିଏ ହୋଇଛନ୍ତି ପ୍ରଥମ ମହିଳା ଅମ୍ପେୟାର। ଦେଖନ୍ତୁ କେମିତି ଥିଲା ଏହି ଯାତ୍ରା...
କି ଖାଇବା ଦେଉଛ? ତୁମ ଖାଇବା ଖାଇବା ପରେ ଅନେକ ଲୋକଙ୍କ ଦେହ ଖରାପ ହେଉଛି। କିନ୍ତୁ କଥାବାର୍ତ୍ତାରେ ଡାଉଟ୍ ହେବାରୁ ଡରିଗଲେଣି ଖୋଦ୍ ଫୁଡ୍ କମିଶନର। ଦେଖନ୍ତୁ ଏହା ପରେ ହେଉଛି କଣ?
ମଦୁଆ ସ୍ୱାମୀ ପାଖରେ ରହିବାକୁ ରାଜି ହେଉନି ସ୍ତ୍ରୀ। କେବଳ ଝିଅର ଭବିଷ୍ୟତ ପାଇଁ ଶାଶୂଘରେ ରହିବାକୁ ହଁ କରୁଛି ସ୍ତ୍ରୀ। ସେପଟେ ଗାଁରେ ଯାହା ସାଙ୍ଗରେ ସ୍ୱାମୀ ମିଶିଲା ସ୍ତ୍ରୀ ତାଙ୍କୁ ଗାଳି ଦେଲା। ଯାହାକୁ ନେଇ ନିଜ ମଧ୍ୟରେ ବଢିଲା କଳି...ଖୁଡ଼ିକୁ ନେଇ କଣ କହୁଛନ୍ତି ସ୍ୱାମୀ? ଦେଖନ୍ତୁ କଣ ଥିଲା ମାମଲା...
ଚଲାବୁଲାରେ ସମସ୍ୟା ହେଉଛି କି? ଆଣ୍ଠୁଗଣ୍ଠିରେ କୌଣସି ଅସୁବିଧା ରହିଛି କି? ଡାକ୍ତର ଅପରେସନ୍ ହେବାକୁ କହିଛନ୍ତି କି? ଜାଣନ୍ତୁ କେଉଁ ବୟସରେ ଆଣ୍ଠୁର ପ୍ରତ୍ୟାରୋପଣ ହେବା ଉଚିତ୍....
ବାଃ ବାଃରେ ବିକାଶ। ବ୍ୟାଙ୍କ ସେବା ପାଇବା ଲାଗି ଚଢିବାକୁ ପଡ଼ୁଛି ୭ କିମିର ପାହାଡ଼ ଘାଟି ରାସ୍ତା। କାଖରେ ଛୋଟ ପିଲାଙ୍କୁ ଧରି ବିପଦ ସଙ୍କୁଳ ଅବସ୍ଥାରେ ପାହାଡ଼ ଚଢୁଛି ମାଆ....ପାଠ ପାଇଁ ଘାଟି ଚଢୁଛନ୍ତି ଛାତ୍ରଛାତ୍ରୀ। ବିଧାୟକ ଓ ପ୍ରଶାସନକୁ ଗୁହାରି ପରେ ବି ଶୁଣୁନାହାନ୍ତି କେହି...
ଭାଇ ତୁମେ କେତେ ପିଇଛ? ବାଲି, ସିମେଣ୍ଟ ସିନା ଟେକିବ। ହେଲେ ଏ ଲୁଙ୍ଗିକୁ କାହିଁକି ବାରମ୍ବାର ଟେକୁଛ? ଏମିତି ପେଟେ ପିଇଲେ ତୁମେ କାମ କରିବ କେମିତି?
ବୋହୂର ଅତ୍ୟାଚାରରେ ଅତିଷ୍ଠ ହେଲେଣି ଶାଶୂ ଓ ସ୍ୱାମୀ। ଘରର କୌଣସି କାମ କରିବାକୁ କହିଲେ ନାଲିଆଖି ଦେଖାଉଛି ବୋହୂ...ବାପଘର ଲୋକଙ୍କୁ ଗୁହାରି କଲେ ସେମାନେ ଝିଅକୁ ୪ ମାସ ପାଇଁ ନେଇଗଲେ ସତ...କିନ୍ତୁ ଥାନାରେ ମାମଲା ଦାୟର କଲେ, ପୋଲିସ ମାଡ଼ ମାରିଥିବା ନେଇ ହୋଇଛି ସଙ୍ଗୀନ ଅଭିଯୋଗ
ଆକାଉଣ୍ଟରୁ ଟଙ୍କା କଟିବା ପରେ କାର୍ଡ ବ୍ଲକ୍ କରିଦେଲେ ହିତାଧିକାରୀ। ଆଉ ମୋବାଇଲକୁ ଆସିଲା ଫୋନ୍ କଲ୍। ଲୁଟେରା କହୁଥିଲେ ଆଜ୍ଞା କାର୍ଡ଼ ଅନ ବ୍ଲକ୍ କରନ୍ତୁ...ଆମେ ଟଙ୍କା ନେବୁ। ଆଉ ତା’ପରେ ହେଲା କଣ?
ସ୍ଵାଧୀନତାର ୭୫ ବର୍ଷ ପରେ ରାସ୍ତା ଦେଖିଲେ ଗାଁଲୋକେ। ଘରକୁ ଯିବାକୁ ହେଲେ ଆଉ ପାହାଡ ଚଢିବାକୁ ହେବନି କି ଜଙ୍ଗଲ ଡେଇଁବାକୁ ପଡିବନି। ଏବେ ଗାଁକୁ ଗଡିବ ଗାଡିମଟର। ହାତ ପାହାନ୍ତାରେ ମିଳିବ ମୋଳିକ ସୁବିଧା। ଆଦିବାସୀ ଅଧ୍ୟୁଷିତ କନ୍ଧମାଳରୁ ଏ ରିପୋର୍ଟ...
ସରକାରୀ ଯୋଜନାକୁ ସତ ଧିକ୍। ମାତ୍ର ୫୦୦ ଟଙ୍କା ପାଇଁ ସରକାରୀ ଅଫିସ୍କୁ ଏମିତି ଟ୍ରଲିରେ ବୁହା ହୋଇ ଯାଉଛନ୍ତି ୮୦ ବର୍ଷିୟା ବୃଦ୍ଧା ସୂର୍ଯ୍ୟ। ଘରେ ଆଣି ଭତ୍ତା ଦେବାକୁ ବାରମ୍ବାର ସରକାରୀ ବାବୁଙ୍କୁ ଗୁହାରି କଲେଣି ପରିବାର ଲୋକେ। ହେଲେ ଦାୟିତ୍ୱହୀନ ଉତ୍ତର ଦେଇ ହାତବାନ୍ଧି ବସିଛନ୍ତି ସରକାରୀ ବାବୁ...
ଋଷ୍ ରାଷ୍ଟ୍ରପତି ପୁଟିନ୍ଙ୍କୁ ବ୍ଲଡ୍ କ୍ୟାନ୍ସର । ଜୀବନ ମରଣ ସହ କରୁଛନ୍ତି କି ସଂଘର୍ଷ? ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ରିପୋର୍ଟ...
ଆଲୋ କିଏ ଆଉଛନ୍ତି କି? ମାମୁଁମାନେ କଣ ଏକାଠି ହେଲେଣି ଏଇଠି? ପୁଣି ହାତରେ ଏତେ ଦାମିକିୟା ଫୁଲ...ଆଜ୍ଞା ଏମାନେ ସମସ୍ତେ ଏଠାରେ ଏକାଠି। କିନ୍ତୁ ଏତେ ସ୍ୱାଗତର ଆୟୋଜନ କାହା ପାଇଁ?
ରାଜ୍ୟ କଂଗ୍ରେସ ପାଇଁ ସଞ୍ଜିବନୀ ହେବକି ଉଦୟପୁର ଚିନ୍ତନ ବୈଠକରୁ ମିଳିଥିବା ମନ୍ତ୍ର ? ଲୁପ୍ତପ୍ରାୟ ସ୍ଥିତିରୁ ବଳ ଗୋଟାଇ ଆଗକୁ ବଢିବ କି ଦଳ ? ଏକ ପରିବାର ଏକ ଟିକଟ, ଯୁବ ନେତାଙ୍କୁ ପ୍ରାଧାନ୍ୟ ଓ ଏକଜୁଟ୍ ହୋଇ ଲଢିବା ଲାଗି ନିଆ ଯାଇଥିବା ସଂକଳ୍ପକୁ ସମ୍ମାନ ଦେବେ କି ରାଜ୍ୟର ନେତା ?
ପଡ଼ୋଶୀ ଆନ୍ଧ୍ରର ବିସ୍ତାରବାଦୀ ନୀତି ଆଗରେ ହାତରୁ ଖସିଯାଉଛି କୋରାପୁଟ ଜିଲ୍ଲାର ଓଡ଼ିଶା ସୀମାନ୍ତ । ଓଡ଼ିଶା ମାନଚିତ୍ରରେ ଥିବା କୋଟିଆ ଓ ସମ୍ବାଇ ପରେ ପଟାଙ୍ଗି ବ୍ଲକର ବାଙ୍ଗାରୁଗୁଡ଼ି ଗାଁକୁ ନିଜ୍ କବ୍ଜାକୁ ନେବାକୁ ଉଦ୍ୟମ କରୁଛନ୍ତି ଆନ୍ଧ୍ର ସରକାର ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଘନଉଥିବା ବେଳେ ଜଣେ ପ୍ରଶାସନିକ ଅଧିକାରୀ ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ପଦରେ ରହିବାକୁ ନେଇ ପ୍ରଶ୍ନ । ଆଇଏଏସ୍ ଅଫିସର୍ ବୀର ବିକ୍ରମ ଯାଦବ ପୂର୍ତ୍ତ ସଚିବ ସହ ଓବିସିସିର ଅଧ୍ୟକ୍ଷ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି, ଯାହାକୁ ନେଇ କଡ଼ା ଆପତ୍ତି ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଆସନ୍ତାକାଲି ସେୟାର ବଜାରକୁ ଆସିବ ଏଲ୍ଆଇସିର ଷ୍ଟକ୍ । ଏହାକୁ ନେଇ ନିବେଶକ ଯେତିକି ଉତ୍ସାହୀ, ସେତିକି ଆଶଙ୍କାରେ । କାରଣ ପହିଲି ନାଚରୁ ଗୋଡ଼ ଫରକା ଭଳି ଗ୍ରେ ମାର୍କେଟ୍ରେ ଏଲ୍ଆଇସି ସେୟାରର ମୂଲ୍ୟ ଖସିଛି । ଏଥିପାଇଁ ବିଶ୍ୱ ବଜାରରେ ଅସ୍ଥିରତା ଓ ଉଚ୍ଚ ମୁଦ୍ରାସ୍ଫୀତିକୁ ଦାୟୀ କରାଯାଉଛି । ତେବେ ଦୀର୍ଘମିଆଦୀ ଭିତ୍ତିରେ ଏହା ଉତ୍ତମ ରିଟର୍ଣ୍ଣ ଦେବ ବୋଲି କହିଛନ୍ତି ବଜାର ସମୀକ୍ଷକ ।
ଯାହା ଶଙ୍କା ଥିଲା ସେୟା ହେଲା, ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଚାଲିଥିବା ଗଭୀର ଖନନରେ ବହୁ କିର୍ତ୍ତୀରାଜୀ ବଳି ପଡ଼ିଥିବା କଥା ସତ ହେଲା । ଆଜି ଏମଆର ମଠ ପରିସରରୁ ଏକ କାରୁକାର୍ଯ୍ୟପୂର୍ଣ୍ଣ ଭଙ୍ଗା ସିଂହମୂର୍ତ୍ତି ମିଳିବା ପରେ ସୃଷ୍ଟି ହୋଇଛି ସେବାୟତ, ବୁଦ୍ଧିଜୀବୀ ଓ ଐତିହ୍ୟ ଗବେଷକଙ୍କ ମନରେ ଗଭୀର ଆଲୋଡ଼ନ ।
ପିଲାବେଳୁ ବ୍ୟାଡ୍ମିଣ୍ଟନ ଖେଳପ୍ରତି ଦୁର୍ବଳତା ଥିଲା। ବାପାଙ୍କ ସର୍ପୋଟ୍ ମିଳିବା ପରେ ଆଜି ଦେଶର ପ୍ରତି ଖେଳପ୍ରେମୀଙ୍କ ପ୍ରିୟ ହୋଇପାରିଛନ୍ତି ରୀତା ସାହୁ। ପିଲାଙ୍କୁ ଦେଉଛନ୍ତି ଟ୍ରେନିଂ...ଆଜି ସମାଜ ପାଇଁ ସାଜିଛନ୍ତି ପ୍ରେରଣା
ମାତିଛନ୍ତି ମାଫିଆ। କଳାପଥର, ବାଲି ଓ ମାଟି ସବୁକୁ ଲୁଟ୍ କରି ମାଲେ ମାଲ ହେଉଛନ୍ତି...କୋଟି କୋଟି ଟଙ୍କା ନିଜେ ରୋଜଗାର କରୁଛନ୍ତି...ଜିଲ୍ଲାର ରାଜସ୍ୱ କିନ୍ତୁ ଖାଲି। ଯିଏ ସାମ୍ନାକୁ ଆସୁଛି, ତାକୁ ଟଙ୍କା ଦେଉଛନ୍ତି ନହେଲେ ରାସ୍ତାରୁ ହଟାଇ ଦେଉଛନ୍ତି। ସବୁ ଜାଣିଶୁଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ
ଭାଇ ମୋ ବେଳ ଖରାପ। ନବରଙ୍ଗପୁରରେ ମୁଁ ନିଶ ଫୁଲେଇ ଚାଲୁଥିଲି...ହେଲେ ଏଇଠି ଗୋଟିଏ ନୂଆ ବାଘ ଆଇଚି। ଭାଲୁ ଭାଇ ମତେ ଡର ଲାଗୁଛି। ଆରେ...ଆରେ... ନବରଙ୍ଗପୁରରେ ତ ଜମାରୁ ଜଙ୍ଗଲ ନାହିଁ। ସେଇଠି ବାଘ ଆଇଲା କେଉଁଠୁ?
ଅସାନି ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲାଣି ଲଘୁଚାପ କ୍ଷେତ୍ର !! ୧୯ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର। କେତେ ପ୍ରଭାବ ରହିବ, କେମିତି ରୂପରେଖ ହେବ ସେନେଇ IMD ଦେବ ସୂଚନା
ଭଉଣୀ ବାହାଘର ସାରି ଫେରିଥିଲେ। ଘରକୁ ଶବ ହୋଇ ଫେରିଲେ। ମାଆକୁ କଥା ଦେଇଥିଲେ ଏଥର ଆସିଲେ ନୂଆ ଘର କରିବା...ସବୁ ସ୍ୱପ୍ନ ଚୁରମାର ହୋଇଗଲା। ବାପାର ଶବକୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛି କୁନି ଝିଅ। ସ୍ୱାମୀକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛି ୮ ମାସର ଗର୍ଭବତୀ ସ୍ତ୍ରୀ...ସେପଟେ ଭେଣ୍ଡିଆ ପୁଅକୁ ହରାଇ ପାଗଳ ପ୍ରାୟ ବାପା
ଗାଁ ଗହଳି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସରକାରଙ୍କ ବସୁଧା ଯୋଜନା। ହେଲେ ଯଦି ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ନ ଆସେ, ତେବେ କାହିଁକି ଏ ପ୍ରକଳ୍ପ। ଶୋଷ ମେଣ୍ଟାଇବା ବଦଳରେ ଶୁଷ୍କ ହୋଇ ପଡି ରହିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ...
ଭାରି ସୁଆଦିଆ ପୋଟଳ କବାବ୍। ପୋଟଳ ଭିତରେ ରସୁଣ ବଟା, ଅଦାବଟା,ଲଙ୍କା ଗୁଣ୍ଡ ଦେଇ ଘରେ ପ୍ରସ୍ତୁତ କରନ୍ତୁ ପୋଟଳ କବାବ୍। ନିଜେ ଖାଆନ୍ତୁ...ଅନ୍ୟକୁ ବି ଖୁଆନ୍ତୁ