ଡାକରା ପାଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସ୍ ନେତା। ୯ ବିଧାୟକଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ଭଳି ବରିଷ୍ଠ ନେତା। ଆସନ୍ତାକାଲି ରାହୁଲ ଗାନ୍ଧି ଓଡିଶା କଂଗ୍ରେସ ନେତୃତ୍ୱଙ୍କ ସହ କରିବେ ଓ୍ୱାନ୍ ଟୁ ଓ୍ୱାନ୍ ଆଲୋଚନା। ପିସିସି ସଭାପତି ଚୟନ ସହ ସାଂଗଠନିକ ପରିବର୍ତ୍ତନ ଉପରେ ଚୂଡାନ୍ତ ନିଷ୍ପତ୍ତି ହେବ।
ଆଜି ବିଶ୍ୱ ମାତୃ ଦିବସ..ମାଆ ପାଇଁ ଦିନଟିଏ.. ଏହି ଅବସରରେ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟନାରାୟମ ମହାରଣା ସ୍ୟାଣ୍ଡ୍ ଆନିମେସନ ଜରିଆରେ ମାଆ ଓ ମାତୃତ୍ୱକୁ ଆଙ୍କି ତୋଳିଛନ୍ତି...ଗର୍ଭରେ ଧାରଣ କରିବାଠାରୁ ଆରମ୍ଭ କରି ସମାଜରେ ମଣିଷଟିଏ କରି ଗଢିତୋଳିବା କ୍ଷେତ୍ରରେ ମାଆର ମହତ୍ୱକୁ ନିଜ ସାଣ୍ଡ୍ ଆନିମେସନ ଜରିଆରେ ବାର୍ତ୍ତା ଦେଇଛନ୍ତି ସତ୍ୟନାରାୟଣ..
ଡ୍ରାଇଭର ଗଲା ପରେ ଖତ ଖାଉଛି ଆମ୍ବୁଲାନ୍ସ..ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ଦେଖନ୍ତୁ.. ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏ ଦୃଶ୍ୟ.. ଏ ସରକାରୀ ହସ୍ପିଟାଲ ଉପରେ ୪ ବ୍ଲକର ୩୪ ପଞ୍ଚାୟତବାସୀ ନିର୍ଭର କରୁଛନ୍ତି.. ହେଲେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରୁ ସେମାନେ ବଞ୍ଚିତ..
ଆସିବ କେଜିଏଫ୍ ୩ । କେଜିଏଫ୍ ୩ ପାଇଁ କାମ ବି ଆରମ୍ଭ ହେଲାଣି । ପ୍ରଶାନ୍ତ ନୀଲ ଓ ଟିମ୍ ଫିଲ୍ମ ପ୍ରି ପଡକସନ୍ କାମ ଆରମ୍ଭ କଲେଣି । ହେଲେ କାହାଣୀରେ କଣ ରହିପାରେ...?
ତାଙ୍କ ବିନା ଓଲିଉଡ୍ ଜଗତ ଲାଗେ ଖାଁ ଖାଁ। ଅଭିନୟଠାରୁ ଆରମ୍ଭ କରି କଣ୍ଠଦାନ ପର୍ଯ୍ୟନ୍ତ ସବୁଥିରେ ସେ ସୁପରଷ୍ଟାର୍। ସେଇଥି ପାଇଁ ସିଦ୍ଧାନ୍ତ ମହାପାତ୍ର ଓଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର୍...
ଏମାନଙ୍କୁ ଦଇବ ସହିବ ନାହିଁ। ହରିଲୁଟରୁ ସବୁ ସୀମା ଟପି ଗଲାଣି। କେଉଁଠି କାମ ନ କରି ଟଙ୍କା ଖାଇ ଦେଉଛନ୍ତି ଠିକାଦାର ତ ଆଉ କେଉଁଠି ଶବ ସତ୍କାର ପାଇଁ ମିଳୁଥିବା ଅନୁକମ୍ପା ରାଶି ଖାଇ ଦେଉଛନ୍ତି ସରପଂଚ ଓ ବ୍ଲକ ଅଧିକାରୀ ମିଶି। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଏ ରିପୋର୍ଟ...
ଆଜି ରବିବାର ଖାଲି ମାଛ ନୁହଁ, ଖଅଙ୍ଗା ମାଛର ଏହି ରେସିପୀ ତିଆରି କରନ୍ତୁ। ଘରେ ସମସ୍ତେ ମିଶି ଖାଆନ୍ତୁ ଓ କମେଣ୍ଟ ବକ୍ସରେ ଜଣାନ୍ତୁ କେମିତି ଲାଗିଲା ବୋଲି...
ରାକେଟ, କର୍କ, ନେଟ୍ ଓ ପଡିଆରେ ବିତେ ଅଧିକାଂଶ ସମୟ। ପିଲାଟି ବେଳୁ ସଂଘର୍ଷ କରି ପାଇଲେ ସଫଳତା। ଏବେ ଖେଳାଳିରୁ ବନିଗଲେଣି ରେଫରି। ବ୍ୟାଡମିଣ୍ଟନ୍ କୋଚ୍ ରୀତା ଦାଶ ଆଜି ଆମ ପାଇଁ ପ୍ରେରଣା...
ନବମ ଶ୍ରେଣୀର ଏଇ ଝିଅଟିର ହାତରେ ରହିଛି ଯାଦୁ । ପେନସିଲ୍ ଧରିଲେ ଅବିକଳ ଚିତ୍ର ଆଙ୍କିଦେଉଛନ୍ତି । ଦୈବୀ ଆଶୀର୍ବାଦ ପାଇଥିଲା ଭଳି ବଢୁଛନ୍ତି ଆଗକୁ ଆଗକୁ । ଭବିଷ୍ୟତରେ ହୋଇପାରନ୍ତି ଜଣେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ।
ଚାଷୀଟିଏ ଚାଷ କରି କିଭଳି ଭଲ ଦି ପଇସା ରୋଜଗାର କରିପାରିବ ସେଥିପାଇଁ ସରକାରୀ ଯୋଜନାରେ ଖୋଳା ହେଉଛି ଫାର୍ମ ପଣ୍ଡ। ହେଲେ କେଇ ହାତ ଖୋଳି ଦେଇ ଟଙ୍କା ଖାଇ ଦେଉଛନ୍ତି ସରକାରୀ ବାବୁ। ଏମିତି ଅଭିଯୋଗକୁ ନେଇ ଆମର ସ୍ପେଶାଲ୍ ରିପୋର୍ଟ...
କାହାକୁ କେବେ ହେଲେ ଓଟିପି କି କୋଡ୍ ଦିଅନ୍ତୁ ନାହିଁ। ଯଦି ଭୁଲରେ ଏ ପରି ଭୁଲ କରି ଦିଅନ୍ତି, ଆକାଉଣ୍ଟ ଖାଲି ହୋଇଯିବା ନିଶ୍ଚିତ। ଯେମିତି ଘଟିଲା ଏଠାରେ...
କିଛିବର୍ଷ ପୂର୍ବେ ପୂରା ଅଞ୍ଚଳ ଥିଲା ନକ୍ସଲଙ୍କ କବଜାରେ। ସେଠିକୁ କେହି ପୋଲିସ୍ ବାବୁ ଯିବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଏହି ଅଂଚଳରେ ଦୀର୍ଘଦିନ ଧରି କାମ କରି ଲୋକପ୍ରିୟ ହୋଇପାରିଥିଲେ ଜଣେ ଥାନାବାବୁ। ତାଙ୍କରି ସମୟରେ ସୁରକ୍ଷା ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇଛି। ଲୋକେ ତାଙ୍କୁ କହୁଥିଲେ ଷଣ୍ଢ ପୋଲିସ୍ ବାବୁ। ଏବେ ତାଙ୍କର ବଦଳି ହେବାପରେ ତାଙ୍କୁ ଲୋକେ କେମିତି ବିଦାୟ ଦେଇଥିଲେ ଦେଖନ୍ତୁ…
ବାହାଘର ବେଳେ ମଜା ହୋଇଥାଏ। ହାତଗଣ୍ଠି ଫିଟାଇବା ବେଳେ ହେଉ ଅବା କଉଡି ଖେଳ ବେଳେ। ଏବେ କିନ୍ତୁ ବିବାହ ଉତ୍ସବ ବେଳେ ହେଉଛି ଠେଲାପେଲା। ଯେମିତି ଏସବୁ ଦୃଶ୍ୟ...
ସବୁ ଦିନେ ଧଳା କୁର୍ତ୍ତା ପିନ୍ଧି ରାଜନୀତି ଚାଷ କରୁଥିବା ନେତା-ମନ୍ତ୍ରୀମାନେ ଅକ୍ଷୟ ତୃତୀୟା ଆସିଲେ ଧୋତି ପିନ୍ଧି ଚାଷ କରିବାକୁ ବାହାରି ପଡନ୍ତି। କିଏ ଚପଲ ପିନ୍ଧି ଜମି ହଳ କରେ ତ ଆଉ କିଏ ଧାନ ବୁଣିବା କୌଶଳ ନ ଜାଣି କ୍ୟାମେରା ଆଗରେ ଏଣେତେଣେ ଧାନ ବୁଣି ପକାନ୍ତି। ଯେମିତି ଅକ୍ଷୟ ତୃତୀୟାରେ ଦିନିକିଆ ଚାଷୀ ହୋଇ ଅଭିନୟ କରୁଥିବା ନେତା କେମିତି କଲବଲ ହେଲେ ଦେଖନ୍ତୁ...
ବାହାଘରର କିଛିବର୍ଷ ପରେ ସ୍ୱାମୀ ଆଉ ପଚାରିଲେ ନାହିଁ। ନିଜର ସ୍ୱାଭିମାନ ପାଖରେ କିନ୍ତୁ ମୁଣ୍ଡ ନୋଇଁଲେ ନାହିଁ ମଧୁମିତା। ଦୁଇ ପିଲାଙ୍କୁ ଧରି ସେ ଚାଲି ଆସିଲେ ଘରୁ। ପୁରୁଷଙ୍କ ପରି ଅଟୋ କିଣି ଚାଲାଇଲେ ଆଉ ଆରମ୍ଭ କଲେ ଜୀବନ ପାଇଁ ସଂଘର୍ଷ। ଏବେ ତାଙ୍କ ପିଲା ପାଠ ପଢୁଛନ୍ତି ଇଂଲିଶ ମିଡିୟମ ସ୍କୁଲରେ। ସ୍ୱାଭିମାନର ସହ ବଂଚୁଛନ୍ତି ମଧୁଲିତା। ଆଜି ମାତୃତ୍ୱ ଦିବସରେ ଆସନ୍ତୁ ଭେଟିବା ବାଲେଶ୍ୱର ସହରର ଏହି ମହିଳା ଅଟୋ ଡ୍ରାଇଭରଙ୍କୁ...
ଶବ୍ଦ ସବୁ ଯାହା ପାଇଁ ନିଅଣ୍ଟ। କହିବା ଆଗରୁ ଯିଏ ବୁଝିଯାଏ, ଯାହା ପଣତ ଦୁନିଆର ସବୁଠୁ ସୁରକ୍ଷିତ ସ୍ଥାନ ସେ ମାଆ। ଆଜି ହେଉଛି ମଦର୍ସ ଡେ ଚାଲନ୍ତୁ ଦେଖିବା ଆଜିର ଏହି ସ୍ୱତନ୍ତ୍ର ଭଡିଓ
ମା ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ
ଆଶା ଥିଲା ଆଇପିଏଲ୍ ବେଟିଂରେ ଦୁଇ ପଇସା ଆୟ ହେବ। ଝିଅ ବାହାଘର ପାଇଁ ବକେୟା ଥିବା ଧାରକରଜ ଶୁଝି ହୋଇଯିବ। ହେଲେ ସେହି ଜୁଆଖେଳର ପରିଣାମ ଯେ କେତେ ଭୟଙ୍କର ହେବ ସେ କଥା ଜାଣିପାରିନଥିଲେ ମା, ପୁଅ।
ରାତି ଅଧରେ ଘରେ ପଶି ଚୋରି। ଆଉ ଚୋରି ପରେ ଘର ମାଲିକାଣୀଙ୍କୁ ମୁଣ୍ଡିଆ ମାରି ଫେରାର ମାରିଲେ ଚୋର ଦଳ। ଦୁଇ ଦିନ ତଳେ ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ନୂଆଗାଁର ବଳରାମ ବିହାରରେ ଏଭଳି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିବା ପରେ ଚୋରଙ୍କ ଏ ମୁଣ୍ଡିଆ ମରା ଉପାଖ୍ୟାନକୁ ନେଇ ଗଣମାଧ୍ୟମରେ ଢେର ଚର୍ଚ୍ଚା।
ଓଡ଼ିଶା ଉପରୁ ଟଳିଲା ବାତ୍ୟା ବିପଦ। ବଙ୍ଗୋପସାଗରରେ ସୃଷ୍ଟ ଅବପାତ କାଲି ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେଲେ ବି ସେଇ ରୂପରେ ଉପକୂଳ ଛୁଇଁବାର ସମ୍ଭାବନା ନାହିଁ। ଏମିତିକି ଏହା ଓଡ଼ିଶା କିମ୍ବା ଆନ୍ଧ୍ର ପ୍ରଦେଶ କେଉଁଠି ବି ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି।
ଉପାନ୍ତ ହେଉ କି ଉପକୂଳ। ଖରା ତାତିଠୁ କେତେ କଷ୍ଟଦାୟକ ଜଳଯନ୍ତ୍ରଣା ? ଓଟିଭି ସଂଗ୍ରହ କରିଛି ଦୁର୍ଦ୍ଦଶାର ଚିତ୍ର। ମାଲକାନଗିରି ବଣ୍ଡାଘାଟିରେ ଆଦିମ ଜନଜାତିର ଲୋକେ ପାଣି ପାଇଁ କେମିତି କଲବଲ, ଚିତ୍ର ନଦେଖିଲେ ବିଶ୍ୱାସ ହେବନି। ଏଣେ କେନ୍ଦ୍ରାପଡ଼ାର ଏକ ଗାଁରେ ଗରାଏ ପାଣି ପାଇଁ ତ ରାତି ଅଧରୁ ଲାଗୁଛି ଲାଇନ୍। ଦେଖିବା ଗ୍ରାଉଣ୍ଡ ରିପୋର୍ଟ
ଖାତା ଖତିଆନରେ ବାଉଁଶ ଗଛ ଲଗାଇଲେ। ଲକ୍ଷାଧିକ ଟଙ୍କା ପାଟିରେ ପକାଇଦେଲେ। ବାବୁ ବଡ଼ ଚତୁର। ଜାଗା ମୁଣ୍ଡରେ ଦେଖିଲା ବେଳକୁ ବାଉଁଶ ବୁଦା କେଇଟା ଖାଲି। ଦେଖନ୍ତୁ କେମିତି ବୌଦ୍ଧ ଜିଲ୍ଲାରୁ ଆମର ଏହି ଯୋଜନାର ନାଁ ହରିଲୁଟ୍..
ଆଜି କାଲିଆ ନେତାଙ୍କ ସମାଜ ସେବା ଆପଣ ଜାଣିଛନ୍ତି। ସେବା ଦୁର୍ବଳ, ଫଟୋ ପ୍ରବଳ। ନେତାଏ ନିଜ ପ୍ରଚାର ପାଇଁ ଆଣ୍ଠେଇ ପେଟେଇ ଭିଡିଓ କରୁଛନ୍ତି। ଆଉ ଏବେ ନୂଆ ନୂଆ ସିଏମସି ମେୟର ହେଇଥିବା ଏ ନିଶୁଆ ସିଂଙ୍କ ନିଶା ଟିକେ ଦେଖ
କୁହ ନବୀନ ବାବୁ, କୁଆଡ଼େ ଗଲା ତୁମ ବିଜୁ ସ୍ୱାସ୍ଥ୍ଯ କାର୍ଡ। ଏଇ କଣ ତୁମ ଗରିବ କଲ୍ଯାଣ ଯୋଜନାର ହିତାଧିକାରୀ ହେବାକୁ ଯୋଗ୍ଯ ନୁହଁନ୍ତି? ଛେଳି ଚରେଇ ପରିବାର ପୋଷୁଥିଲେ। ସେଇଥିରେ ବି ଛୁଆଙ୍କୁ ପାଠ ପଢ଼ାଇଥିଲେ। ହେଲେ ଏବେ ଅଜଣା ରୋଗରେ ଆକ୍ରାନ୍ତ। ଏବେ କରିବେ କଣ?
ବାତ, ପିତ, ସନିପାତ, ସ୍ତ୍ରୀ ରୋଗ, ବାଛୁରୀ ଜନ୍ମ, ଯେତେ ପ୍ରକାରର ଜାବତ୍ଯ କାଣ୍ଡକାରଖାନା ଅଛି, ସବୁ ବେମାରୀର ମୁଁ ଏକମାତ୍ର ଡାକ୍ତର... ମଉସା... ଲୁଙ୍ଗି ଟିକେ ଖସା... ତଳେଇକି ଫୋଡ଼ିଦେବି... ସବୁ ଓକେ ହେଇଯିବ