• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Woman from Bhubaneswar serves curd water to devotees near Srimandir in Puri
ଶ୍ରୀମନ୍ଦିର ଆଗରେ ଭକ୍ତଙ୍କୁ ବାଣ୍ଟୁଛନ୍ତି ଦହିପାଣି, ଜପୁଛନ୍ତି ହରେକୃଷ୍ଣ ହରେରାମ

ମହାପ୍ରଭୁଙ୍କର ଆଉ ଜଣେ ଭକ୍ତ ମଧୁମତି ବିଶୋଇ । ଉଦୁଉଦିଆ ଖରାବେଳେ ଶ୍ରୀମନ୍ଦିର ଆଗରେ ଭକ୍ତଙ୍କୁ ମାସେ ହେଲା ବାଣ୍ଟୁଛନ୍ତି ଦହିପାଣି । ସେବା ପାଇଁ ଭୁବନେଶ୍ୱରରୁ ଯାଇ ରହିଛନ୍ତି ପୁରୀରେ ।

  • Thursday, 12 May 2022
Samata Express runs without bogies for 2 km
ବଗିକୁ ଛାଡି ଦୁଇ କିଲୋମିଟର ଗଡିଗଲା ଇଂଞ୍ଜିନ୍

ଟ୍ରେନ୍ ବଗିକୁ ଛାଡି ଦୁଇ କିଲୋମିଟର ଆଗକୁ ଗଡିଗଲା ଟ୍ରେନ୍ ଇଂଞ୍ଜିନ୍ । ସବୁଠାରୁ ବଡ ପ୍ରଶ୍ନ ଡ୍ରାଇଭର ଥରୁଟିଏବି ପଛକୁ ଫେରି ଦେଖିଲେନି କେମିତି । ଶେଷ ବଗିରେ ଥିବା ଗାର୍ଡ ଜାଣିପାରିଲେନି କେମିତି

  • Thursday, 12 May 2022
Famous Ghata Yatra celebrated in Koraput
ପିଚୁ ରାସ୍ତାରେ ଫାଟିଲା ଢୋ ଢା ନଡ଼ିଆ, ମଉସା ଗୋଟେଇବାରେ ବ୍ୟସ୍ତ

କୋରାପୁଟର ଅଧିଷ୍ଠାତ୍ରୀ ଦେବୀ ମା ମୁତ୍ୟାଲୁମା... ଏଠି ପାଳନ ହୁଏ ନବଦିନାତ୍ମକ ଘଟଯାତ୍ରା। ଆଉ ଏଠି ରାସ୍ତା ଉପରେ ନଡ଼ିଆ ଫଟା ପରମ୍ପରା ମଧ୍ୟ ରହିଛି... ଦେଖନ୍ତୁ ଦୃଶ୍ୟ...

  • Thursday, 12 May 2022
Monkey caught in Jagatsinghpur for making havoc
ଶେଷରେ ଧରାହେଲା ଆତଙ୍କ ସୃଷ୍ଟିକାରୀ ମାଙ୍କଡ ଧରାହେଲା

ନାରଦିଆ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ମାଙ୍କଡ଼ ଧରା ହୋଇଛି । ଗତ ୧୦ ଦିନ ଧରି ସେ ଲୋକଙ୍କୁ ଗୋଡେଇ ଗୋଡେଇ କାମୁଡୁଥିଲା । ଶେଷରେ ଟ୍ରାଙ୍କୁଲାଇଜ କରାଯାଇ ତାକୁ ଧରାହେଲା ।

  • Thursday, 12 May 2022
Markets flooded with Kendu fruit in Sundargarh
ପାଚିଲା କେନ୍ଦୁ... ଭାରି ମିଠା

ଖରାଦିନ ଆସିଲେ ଫଳ ପାଚେ। ଆମ୍ବ, ପଣସ, ସପୁରୀ, ସପେଟା ଲିଚୁ... ଲଙ୍କାଆମ୍ବ, କେନ୍ଦୁ। ଏ ପାଚିଲା କାନ୍ଦୁ ଏଡ଼େ ସୁଆଦିଆ ଯେ, ତାକୁ ନେଇ ଗୀତ ବି ବାହାରି ଗଲା... ଚାଲନ୍ତୁ ଆଜି ଯିବା ସୁନ୍ଦରଗଡ଼... ଦେଖିବା ପାଚିଲା କେନ୍ଦୁ ହାଟ

  • Thursday, 12 May 2022
Another plane catches fire in China, narrow escape for passengers
ଚାଇନାରେ ପୁଣି ଏକ ବଡ ଧରଣର ବିମାନ ଦୁର୍ଘଟଣା

ଚାଇନାରେ ପୁଣି ଏକ ବଡ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଦେଖନ୍ତୁ କିପରି ରନ୍ ୱେ ଉପରେ ହୁତୁ ହୁତୁ ହୋଇ ଜଳୁଛି ବିମାନ ।

  • Thursday, 12 May 2022
Teaching Staff Crunch
ପିଲାଙ୍କ ପାଠ ପଢା ବାଜିରେ ଲାଗିଛି। ପ୍ରଥମରୁ ପଞ୍ଚମ ଯାଏଁ ଗୋଟିଏ ଶିକ୍ଷକ

ଶାସନପଦା ନୋଡାଲ ହାଇସ୍କୁଲରେ ଶିକ୍ଷକ ମରୁଡି। ଶିକ୍ଷକ ଓ କର୍ମଚାରୀ ଅଭାବ ଯୋଗୁ ପାଠପଢା ହେଉଛି ବାଧାପ୍ରାପ୍ତ। ଫଳରେ ସମସ୍ତେ ପଢନ୍ତୁ, ସମସ୍ତେ ବଢନ୍ତୁ ସର୍ବଶିକ୍ଷା ନାରା ସ୍ଲୋଗାନରେ ଅଟକି ଯାଇଛି..

  • Thursday, 12 May 2022
 water scarcity
କାମରେ ଆସୁନି ବସୁଧା ଯୋଜନା : ପାଣି ନପାଇ ଛଟପଟ ଡୁମେର ଗୁଡା ଗାଁ ଲୋକେ

ପାଣି ନେଉଛି ଜୀବନ। ଦୂଷିତ ପାଣି ପିଇ ଗତ ୧୦ ବର୍ଷରେ ୧୦୦ ଜଣଙ୍କ ମୃତ୍ୟୁ ହେଲାଣି। ଭୂତଳ ଜଳ ପିଇବା ଯୋଗୁଁ କଳାହାଣ୍ଡି ଜିଲ୍ଲା ଡୁମେର ଗୁଡା ଗାଁ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ବିଧାନସଭାରେ ଏକଥା ଉଠିବା ପରେ ୨ କୋଟି ୪୭ ଲକ୍ଷ ଟଙ୍କା ବ୍ୟୟରେ ତେଲନଦୀରୁ ଓଭରହେଡ ଟାଙ୍କି ଜରିଆରେ ଗାଁକୁ ଜଳ ଯୋଗାଣ କରିବା ପାଇଁ ୨୦୧୮ ମସିହାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଏହା ଭିତରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟର ମାନ ଠିକ ନଥିବାରୁ ଗାଁର ଅଧେ ଲୋକ ପାଣି ପାଇବାରୁ ବଂଚିତ ହେଉଛନ୍ତି।

  • Thursday, 12 May 2022
Cyclone Update
ଆସିଲାନି ସିନା ତଥାପି ଅସାନିର ପଡିଛି ପ୍ରଭାବ

ବାତ୍ୟା ଅସାନି ସିନା ସ୍ଥଳଭାଗ ଆସିଲାନି । କିନ୍ତୁ ଅନୁଭୂତ ହେଉଛି ଓଡ଼ିଶା ଉପକୂଳରେ । ଦକ୍ଷିଣ ଓଡ଼ିଶାଠୁ ପୂର୍ବ ଓଡ଼ିଶା ଉପକୂଳ ଯାଏଁ ଅଶାନ୍ତ ହୋଇଛି ସମୁଦ୍ର । ପବନ ବହୁଛି ତୁହାକୁ ତୁହା, ଲାଗିରହିଛି ଝିପି ଝିପି ବର୍ଷା ।

  • Wednesday, 11 May 2022
Cyclone
ପୁଣି ସମୁଦ୍ର ମୁହାଁ ହେବ ଅସାନି

ବିଶାଖାପାଟଣାରେ ଅବିଶ୍ରାନ୍ତ ବର୍ଷା । ଗୋଦାବରୀ ଜିଲ୍ଲାରେ ଅଣଚାଷ ପବନର ତାଣ୍ଡବ । ସାମୁଦ୍ରିକ ଝଡ଼ ମାଡ଼ରେ ଘାଇଲା ମାନ୍ୟମ ଜିଲ୍ଲା । ଝଡ଼ର ଅଧିକ ଉଗ୍ର ରୂପ ଦେଖିବାକୁ ମିଳିଛି କାକିନାଡ଼ାରେ । କୂଳଲଂଘି ଗାଁ ଛାରଖାର କରିଛି ସମୁଦ୍ର ।

  • Wednesday, 11 May 2022
Power Cut
ରାଜ୍ୟବ୍ୟାପୀ ଚାଲିଛି ଘନ ଘନ ବିଜୁଳିକାଟ୍

ତାତି ଟିକେ କମିଛି ସତ, ହେଲେ ଏବେ ବି ଗ୍ରାମାଞ୍ଚଳରେ ଲୋକଙ୍କୁ କଷ୍ଟ ଦେଉଛି ପାୱାର କଟ୍‌ । ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍ ଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ ।

  • Wednesday, 11 May 2022
sedition law
ଦେଶଦ୍ରୋହ ଆଇନ ବ୍ୟବହାର ଉପରେ ରୋକ୍

ସେଡିସନ୍ ଆଇନ୍‌ରେ ସୁପ୍ରିମ୍‌କୋର୍ଟଙ୍କ ରୋକ୍ । ପୁନର୍ବିଚାର ପର୍ଯ୍ୟନ୍ତ ରୁଜୁ ହୋଇପାରିବନି ନୂଆ ଦେଶଦ୍ରୋହ ମାମଲା । ଦେଶଦ୍ରୋହ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରି ବଡ଼ ଫୈସଲା ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ ।

  • Wednesday, 11 May 2022
Sambit Patra
ବର୍ଷିଲେ ସମ୍ବିତ ବିଜେଡି କହିଲା ଡ୍ରାମା, କଂଗ୍ରେସର ନିନ୍ଦା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତୀବ୍ର ହେଉଛି ବିବାଦ ଏବଂ ତେଜୁଛି ରାଜନୀତି । ଆଜି ବିଜେପି ରାଷ୍ଟ୍ରୀୟ ମୁଖାପତ୍ର ସମ୍ବିତ ପାତ୍ର ପୁରୀରେ ମହାପ୍ରଭୁଙ୍କ ମୂର୍ତ୍ତି ହାତରେ ଧରି ନିର୍ମାଣଧୀନ କାର୍ଯ୍ୟସ୍ଥଳ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାର ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ।

  • Wednesday, 11 May 2022
BUSINESS ODISHA
କେତେ ଟଙ୍କା ଲୋନ୍‌ ଦେଇପାରିବ ବ୍ୟାଙ୍କ? CRR କଣ?

ଆପଣ ବ୍ୟାଙ୍କରେ ଟଙ୍କା ଜମା ରଖନ୍ତି। ଆଉ ସେହି ଟଙ୍କା ପାଇଁ ବ୍ୟାଙ୍କ ଆପଣଙ୍କୁ ବାର୍ଷିକ ନିର୍ଦ୍ଧାରିତ ଟଙ୍କାର ସୁଧ ଦିଏ। ହେଲେ ଆପଣ ଜାଣିଛନ୍ତି କି ଆପଣଙ୍କ ଟଙ୍କାକୁ ନେଇ ବ୍ୟାଙ୍କ କଣ କରେ?

  • Wednesday, 11 May 2022
The Great Odisha Political Circus
ସ୍କୁଲ ବସ୍‌ ଡ୍ରାଇଭର କଣ ହେଲମେଟ୍‌ ପିନ୍ଧି ବସ୍‌ ଚଳାଇବେ?

ମୋ ନାଁ ଦଣ୍ଡପାଣି, ତତେ ପେଇବି ପାଣି। ଯେଉଁ ଗାତରେ ପଶିଲେ ବି ମୁଁ ଖୋଜି ଆଣିବି। ସାର୍‌ ଆପଣ ଗଂଜେଇ ଟାଣିଛନ୍ତି କି? ନହେଲେ ମତେ କ’ଣ ଫାଇନ୍‌ କାଟନ୍ତେ...

  • Wednesday, 11 May 2022
Prithviraj Trailer Out
ଚର୍ଚ୍ଚାରେ ପୃଥୀରାଜ୍‌....୩୦୦ କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ଫିଲ୍ମ.....

ପୃଥୀରାଜ୍‌ ଫିଲ୍ମକୁ ନେଇ ବଢୁଛି ଚର୍ଚ୍ଚା। ହାଇ ବଜେଟ୍‌ରେ ତିଆରି ହୋଇଛି ଏଇ ଫିଲ୍ମ...ପାଖାପାଖି ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ପ୍ରସ୍ତୁତ ହୋଇଛି ଏହି ଚଳିଚ୍ଚିତ୍ର

  • Wednesday, 11 May 2022
Ukrainian Prez Zelensky
ଦେଶରେ ଟଙ୍କାର ଅଭାବ....ପଇସା ସଂଗ୍ରହ ପାଇଁ ଜ୍ୟାକେଟ୍‌ ବିକିଦେଲେ ଜେଲେନସ୍କି

ମହାଯୁଦ୍ଧର ମହାପ୍ରଭାବ। ୟୁକ୍ରେନରେ ଟଙ୍କାର ଅଭାବ। ପଇସା ସଂଗ୍ରହ ପାଇଁ ନିଜର ପ୍ରିୟ ଜ୍ୟାକେଟ୍‌କୁ ବିକ୍ରି କରିଦେଲେ ଜେଲେନସ୍କି। ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେଲା ଏହି ସ୍ୱତନ୍ତ୍ର ଜ୍ୟାକେଟ୍‌...

  • Wednesday, 11 May 2022
E News
କ୍ୟାନସର ଝଡ଼ାଇ ଦେଲା ଚୁଟି...ଏବେ କଣ କରିବେ ତାରା?

ସବୁ ବରବାଦ କରିଦେଲା କ୍ୟାନସର। ତାରାଙ୍କ ମୁଣ୍ଡରେ ଆଉ ଚୁଟି ନାହିଁ। ମେକ୍‌ଅପ୍‌ ରୁମ୍‌ରେ ସ୍କ୍ରିପ୍ଟ ପଢାରେ ବ୍ୟସ୍ତ ତାରା...ଦେଖନ୍ତୁ କେମିତି ଡାଇଲଗ୍‌ ମନେ ରଖୁଛନ୍ତି ତାରା…

  • Wednesday, 11 May 2022
Cyber Crime
ବ୍ୟବସାୟୀକ ଅସୁବିଧା କାରଣରୁ ଫୋନ୍‌ କରିଥିଲେ, ଆକାଉଣ୍ଟରୁ କଟିଗଲା ୫୪ ହଜାର...

ବ୍ୟବସାୟୀକ ଆପ୍‌ରେ ଅସୁବିଧା ପାଇଁ ଫୋନ୍‌ କରିଥିଲେ ସମାଧାନର ରାସ୍ତା ବାହାର କରିବା ପାଇଁ। ହେଲେ ଫୋନ୍‌ କରୁ କରୁ ଆକାଉଣ୍ଟରୁ କଟିଗଲା ୫୪ ହଜାର ଟଙ୍କା। କଣ କରିବେ କଣ ନାହିଁ...ଭାବିବା ବେଳକୁ ସବୁ ସରିଯାଇଛି...

  • Wednesday, 11 May 2022
Man turns motorcycle into boat
ଆଶ୍ଚର୍ଯ୍ୟ !! ବାଇକ୍‌ରେ ତିଆରି ହୋଇଗଲା ପାଣି ଜାହାଜ...ବୁଲିଲେ ଲୋକେ...

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବାଇକ୍‌ରେ ତିଆରି ହୋଇଗଲା ପାଣି ଜାହାଜ। ସିଟ୍‌ରେ ବସି ବୁଲିଲେ ଲୋକେ.... ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ…

  • Wednesday, 11 May 2022
Sweeper treats patient
ଡାକ୍ତର ନୁହେଁ ଏଇଠି ହାଡ଼ଭଙ୍ଗା ଚିକିତ୍ସା କରୁଛନ୍ତି ମେଡ଼ିକାଲ ସୁଇପର

ବାଃ ବାଃରେ ଆମ ସ୍ୱାସ୍ଥ୍ୟ ସେବା। ଏଇ ମେଡ଼ିକାଲରେ ଡାକ୍ତର ନାହାନ୍ତି କି ମେଡ଼ିକାଲ ଷ୍ଟାଫ୍‌ ନାହାନ୍ତି। ହାଡ଼ଭଙ୍ଗା ରୋଗୀଙ୍କ ଚିକିତ୍ସା କରୁଛନ୍ତି ମେଡ଼ିକାଲ ସୁଇପର। ପଚାରିଲେ କହୁଛନ୍ତି...ମତେ ବଡ଼ବାବୁ କହିଛନ୍ତି ଚିକିତ୍ସା କରିବାକୁ। ପୁଣି ଜଣକ ପିଛା ନିଆଯାଉଛି ୫୦୦ ଶହ ଟଙ୍କା…

  • Wednesday, 11 May 2022
Groom whisked away from marriage pandal
ବେଦୀ ଉପରେ ଚାଲିଥିଲା ବାହାଘର...ପୋଲିସ୍‌ ଆସିଲା, ବରକୁ ଉଠାଇ ନେଇ ପଳାଇଲା

ବେଦୀ ଉପରେ ବୈଦିକ ରୀତିନୀତି ଅନୁସାରେ ଚାଲିଥିଲା ବାହାଘର। ହେଲେ ହଠାତ୍‌ ପହଞ୍ଚିଗଲା ପୋଲିସ୍‌। ବର ହାତରେ ହାତକଡ଼ି ପିନ୍ଧାଇ ନେଇଗଲା ଥାନାକୁ। ପରକୀୟା ପ୍ରୀତି ପାଇଁ ଶିଶୁପାଳ ହୋଇ ରହିଲା ବର, ବାହାଘର ନହେବାରୁ ଚିନ୍ତାରେ ମଙ୍ଗୁଳା କନ୍ୟା ପରିବାର…

  • Wednesday, 11 May 2022
News Fuse
ଇଲୋ ହେଇଲୋ...ଭାଲୁ ଭାଇ-ଅଫିସର ବିଚ୍‌ ରାସ୍ତାରେ ମୁହାଁମୁହିଁ...

ମୋ ବୋଉଲୋ...ଆଲୋ ଇଏ କଣ? ବିଚ୍‌ ରାସ୍ତା ଉପରେ ଭାଲୁ ଭାଇ-ଲେଡ଼ି ଅଫିସର କଣ ମୁହାଁମୁହିଁ ହେଲେ? ନାରଣ ଘଟଣା କଣ କିରେ !! ଦୁହେଁ ଦୁହିଁଙ୍କ ଉପରେ କଣ ଏମିତି ବର୍ଷଣ କରୁଛନ୍ତି?

  • Wednesday, 11 May 2022
Astadhatu
ଅନ୍ଧାରରେ ଆସି ମନ୍ଦିରରେ ପସି ନେଲେ ମୂର୍ତ୍ତି

ସାବଧାନ୍, ମାତିଛନ୍ତି ମୂର୍ତ୍ତିଚୋର । ଟାର୍ଗେଟ୍‌ରେ ପୁରାତନ ମଠ ଓ ମନ୍ଦିର । ରାଜ୍ୟରେ ସାଂଘାତିକ ଭାବେ ବଢ଼ି ଚାଲିଛି ମୂଲ୍ୟବାନ ତଥା ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି । ଗୋଟିଏ ପରେ ଗୋଟିଏ ମନ୍ଦିରରେ କଳାକନା ବୁଲାଉଛନ୍ତି ଦୁର୍ବୃତ୍ତ ।

  • Tuesday, 10 May 2022
Srimandir
ASIର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପିରିକ୍ରମା ପ୍ରକଳ୍ପ କାମ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠ ଓ ଅନୁଧ୍ୟାନ ରିପୋର୍ଟକୁ ନେଇ ବିବାଦ । ଏଏସ୍ଆଇ ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଜ୍ୟ ସରକାରଙ୍କ କଳାପହାଡିଆ ମନବୃତ୍ତି ଥିବା ନେଇ ବି କଡା ସମାଲୋଚନା କରିଛନ୍ତି ସମ୍ବିତ ।

  • Tuesday, 10 May 2022