CAPF
କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀରେ ଯୋଗ ଦେବାକୁ ଚାହୁଁଥିବା ଯୁବକଯୁବତୀଙ୍କ ପାଇଁ ଖୁସି ଖବର । ଏଣିକି କେବଳ ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଦୁଇଭାଷା ସହିତ ଅଧିକ ୧୩ଟି ଆଞ୍ଚଳିକ ଭାଷାରେ ହେବ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ବା CAPF ପରୀକ୍ଷା । ଯାହା ଭିତରେ ଓଡ଼ିଆ ବି ରହିଛି । CAPFର କନଷ୍ଟେବଲ ଜେନେରାଲ୍ ଡ୍ୟୁଟି ପରୀକ୍ଷା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଥିବା ବେଳେ, ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ଲାଗୁ ହେବ ନୂଆ ନିୟମ । ଯାହାକି ଆଶାୟୀ ଯୁବବର୍ଗଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଛି ।
ଆଉ ଖାଲି ହିନ୍ଦୀ କି ଇଂରାଜୀରେ ନୁହେଁ ଓଡ଼ିଆରେ ବି ଦେଇହେବ CAPF କନଷ୍ଟେବଲ ଭର୍ତ୍ତି । ପରୀକ୍ଷାକେନ୍ଦ୍ରର ବଡ଼ ନିଷ୍ପତ୍ତି ପରେ ଭାରି ଖୁସି ଅଗଣିତ ଆଶାୟୀ । କୋରାପୁଟ ଜୟପୁରର ପିଣ୍ଟୁ ପାଣି ଓ ସଚିନ କତଲେଲଙ୍କ କେନ୍ଦ୍ରୀୟ ଫୋର୍ସରେ ଯୋଗଦେବାକୁ ପ୍ରବଳ ଇଚ୍ଛା । ପରୀକ୍ଷା ବି ଦେଇଥିଲେ, ହେଲେ ରିଟିନରେ କଟିଗଲେ ଅଳ୍ପ କେଇ ମାର୍କ ପାଇଁ । ମାଲକାନଗିରିର ଜ୍ଞାନରଞ୍ଜନ ସ୍ୱାଇଁ ବି ଜୋରଦାର ଅଭ୍ୟାସ ଚଳାଇଛନ୍ତି ସେଣ୍ଟ୍ରାଲ୍ ଫୋର୍ସରେ ସାମିଲ ହେବାକୁ । ଶାରିରୀକ ଦକ୍ଷତା ପରୀକ୍ଷା ବା ଫିଜିକାଲ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଯିବେ ବୋଲି ଦୃଢ଼ ନିଶ୍ଚିତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)