Advertisment

କାହା ପାଖକୁ ଯାଉଛି କଂଗ୍ରେସ ଭୋଟ୍ ?

୨୦୧୯ ତୁଳନାରେ ବିଜେଡି ପାଖାପାଖି ୫ ପ୍ରତିଶତ, ବିଜେପି ପ୍ରାୟ ୩ ପ୍ରତିଶତ ଭୋଟ୍ ଅଧିକ ପାଇଛି। ଆଉ କଂଗ୍ରେସ୍ ହରାଇଛି ପ୍ରାୟ ୮ ପ୍ରତିଶତ ଭୋଟ୍ ।

author-image
Tanmay Kumar Mahalik

ବିଜେଡିକୁ ବଳ ଦେଉଛି କି କଂଗ୍ରେସ୍ ? ଭୋଟ୍ ବେଳେ କଂଗ୍ରେସ ଭୋଟ୍ ଡାଇଭର୍ଟ ହେଉଥିବା ସ୍ପଷ୍ଟ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ପଦ୍ମପୁର, ଝାରସୁଗୁଡ଼ା ଭଳି ଅନେକ ଉପନିର୍ବାଚନରେ ଏହି ଟ୍ରେଣ୍ଡ ଦେଖାଦେଇଛି। ସରକାର ବିରୋଧୀ ହାୱା, ଗୋଷ୍ଠୀ କନ୍ଦଳ ଦ୍ୱାରା ଭୋଟ୍ ମାଇନସ ହେଲେ ବି କଂଗ୍ରେସ ଭୋଟ୍ ନିଜ ଆଡକୁ ଡାଇଭର୍ଟ କରି ବିଜେଡି ନିଜ ଭୋଟ୍ ବଜାୟ ରଖୁଛି, ଏପରିକି ପୂର୍ବାପେକ୍ଷା ବୃଦ୍ଧି କରିବାରେ ମଧ୍ୟ ସଫଳ ହେଉଛି। ତେଣୁ କଂଗ୍ରେସ୍ ପାଇଁ ନିଜ ଭୋଟକୁ ବଜାୟ ରଖିବା ଏବଂ ବିଜେପି ଲାଗି ଭୋଟ୍ ପ୍ରତିଶତ ଆହୁରି ବଢ଼ାଇବା ଏବେ ଚ୍ୟାଲେଞ୍ଜ୍ ହୋଇଛି।

Advertisment
Congress
Advertisment
Advertisment