ଗୋଟେ ବାପାର ଆଖିରୁ ଲୁହ ସୁଖୁନି । ପୁଅକୁ ଖୋଜି ଖୋଜି ଜମା ପାଉନି । ପୁଅ ବଞ୍ଚିଛି କି ମରିଛି କିଛି ଜଣା ନାହିଁ । ଆଉ ଗୋଟେ ବାପା ଗଣ୍ଡାଗଣ୍ଡା ଗଳିତ ଶବର ଫଟୋ ଭିତରୁ ନିଜ ଭେଣ୍ଡା ପୁଅର ଚେହେରା ମିଶାଉଛି । କିଏ ତାଙ୍କ ପୁଅ ସେ ଭଲରେ ଚିହ୍ନି ପାରୁନାହାନ୍ତି । ଏବେ ବି ସନ୍ଦେହରେ ।
Published By: Manoranjan Behera
Last updated: 06 June 2023, 11:07 PM IST
ବାହାନଗା ଟ୍ରେନ୍ ଟ୍ରାଜେଡିକୁ ୪ ଦିନ ବିତିଲାଣି । ହେଲେ ମୃତଦେହ ଚିହ୍ନଟ ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ଅନେକ ମୃତ ଶରୀରକୁ ନା ଡାକ୍ତର ଚିହ୍ନି ପାରୁଛନ୍ତି ନା ସଂପର୍କୀୟ । କେଉଁ ମୃତଦେହ କାହାର ? କିଭଳି ମୃତ ଶରୀରକୁ ପାଇପାରିବେ ପରିବାର ଲୋକେ ?