Jajpur Road Railway Station
ପୁଣି ଏକ ବଡ଼ ଅଘଟଣ । ଯାଜପୁର ରୋଡ ଷ୍ଟେସନରେ ଟ୍ରେନ୍ରେ କଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମାଲବାହୀ ଟ୍ରେନ୍ ତଳେ ଆଶ୍ରୟ ନେଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବର୍ଷା ପବନ ଯୋଗୁଁ ଟ୍ରେନ ତଳେ ବସିଥିଲେ ସମସ୍ତ ଶ୍ରମିକ । ଠିଆ ହୋଇଥିବା ଟ୍ରେନ୍ ହଠାତ୍ ଛାଡ଼ି ଦେବାରୁ ଅଘଟଣ ଘଟିଥିବା କୁହାଯାଉଛି । ବର୍ତ୍ତମାନ ଗୁରୁତର ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଜିଆରପି ଓ ଆରପିଏଫ୍ ଅଧିକାରୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)