ଇସ୍ ବାର୍ ସୋ ପାର୍ । ଏଥର ୧୦୦ ପାର୍ । ସଫଳ ହୋଇଛି ଏହି ଅଭିଯାନ । ହାଙ୍ଗଝୌ ଏସିଆନ ଗେମ୍ସରେ ୧୦୦ରୁ ଅଧିକ ମେଡାଲ ଆଣି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଭାରତୀୟ ଆଥଲେଟ୍ ।
ବିବାଦରୁ ମୁକୁଳି ପାରୁ ନାହାନ୍ତି ବିଜେଡି ବିଧାୟକ ବିଜୟ ଶଙ୍କର । ପ୍ରେମ, ପ୍ରତାରଣା ଆଉ ବିବାହ ବିବାଦରେ ହରଡ଼ ଘଣାରେ ବିଜୟ ।
ଯାହାଙ୍କ ପାଇଁ ଦେଶ ଗର୍ବିତ, ଜନ୍ମମାଟି ବି ପରିଚିତ । ସେଇ ସୁନା ପୁଅ ସହିଦ ସରୋଜ ଦାସଙ୍କୁ ଝୁରୁଛି ଢେଙ୍କାନାଳର କେନ୍ଦୁଢ଼ିପ ଗାଁ ।
ଧାମନଗରରୁ ଏଥର କିଏ ହେବେ ବିଜେଡି ବିଧାୟକ ପ୍ରାର୍ଥୀ ? ଉପ-ନିର୍ବାଚନରେ ହାରିଥିବା ଅବନ୍ତୀ ଦାସ ?ନା ଦଳକୁ ଫେରିବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ?
ଗତ ଫେବ୍ରୁଆରୀରେ ହୋଇଥିବା ଏ ରାଜକୀୟ ବିବାହ ଉତ୍ସବରେ ଖର୍ଚ୍ଚ ହୋଇଥିଲା ୨ ଶହ କୋଟି । ମୁମ୍ବାଇର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ବିବାହ ଉତ୍ସବର ଆୟୋଜନ ପାଇଁ ନେଇଥିଲା ୧୧୨ କୋଟି ଟଙ୍କା । ବଡ଼ କଥା ହେଲା ପୁରା ଖର୍ଚ୍ଚ ହୋଇଛି ନଗଦରେ । ଯାହା ପଛରେ ହାୱଲା କାରବାର ସନ୍ଦେହ କରି ଇଡି ଆଖି ପକାଇଥିଲା ।
ଏମିତିକି ସବୁଠୁ ବିପଦପୂର୍ଣ୍ଣ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନସରକୁ ନିମ୍ବୋଲାଇଡ ମୂଳ ପୋଛ କରିବାର କ୍ଷମତା ରଖୁଛି, ଯାହା ପ୍ରି-କ୍ଲିନିକାଲ ଟ୍ରାଏଲରେ ମୂଷା ଓ ଜେବ୍ରା ଫିସ ଉପରେ ପ୍ରୟୋଗରୁ ଏହା ପ୍ରମାଣିତ ହୋଇଛି।
ଇଏ ସେଇ ସ୍ଥାନ ଯେଉଁଠି ୨୩ ଯବାନଙ୍କୁ ଗିଳି ଦେଇଥିଲା ତିସ୍ତାର ବନ୍ୟା । ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ, ଏବେବି ପ୍ରାୟ ଅଧାରୁ ଅଧିକଙ୍କ ପତ୍ତା ମିଳୁନି। ୫-୬ଟି ଜେସିବି ଅହରହ ଅଣ୍ଡାଳି ଚାଲିଥିଲେ ବି, ସମୟ ଗଡ଼ିବା ସହ ଆଶା ବି ମଉଳି ମଉଳି ଯାଉଛି ।
ଘଟଣା ଦିନ ବି ଏସବୁର ଅନୁସରଣ କରାଯାଇଥିଲା । ତଥାପି ଅଭିଯୋଗକାରୀ, ତାଙ୍କର ପୁଅ ହୋଇଥିବା କହି ଅଡ଼ି ବସିଥିଲେ । ଜଣଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା । ତେଣୁ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସଂକେତ ଦେଇଥିଲେ ନିର୍ଦ୍ଦେଶକ ।
ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚା । ସୋସିଆଲ ମିଡିଆ ଏକ୍ସରେ ସେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି।
ପୁଅ ଜନ୍ମ କରିଥିଲେ କ’ଣ ମାଡ଼ ଖାଇବା ପାଇଁ । କେତେ ଆଶା ଥିଲା, କେତେ ସ୍ୱପ୍ନ ଥିଲା । ହେଲେ ସବୁ ସ୍ୱପ୍ନକୁ ଚୁରମାର୍ କରିଦେଲା କଳିଯୁଗର କୁଳାଙ୍ଗାର ପୁଅ। ବୁଢ଼ା ବୟସରେ ମୁହଁରେ ଆହାର ତ ଦେଲାନି ବରଂ ପିଠିରେ ଦେଲା ଶକ୍ତ ପାହାର...
ଡାକ ଘର ଅଛି, ସାଇନ୍ବୋର୍ଡ ବି ଲଗାଯାଇଛି । ହେଲେ ଦିନକ ପାଇଁ ବି ଖୋଲୁନି । ଲୋକ ଏଠାକୁ ଆସୁଛନ୍ତି ଆଉ ଫେରିକି ଯାଉଛନ୍ତି ।
ଗୋଟିଏପଟେ ସିନ୍ଦୂର ବଞ୍ଚାଇବାକୁ ସଂଗ୍ରାମ ଅନ୍ୟପଟେ ସନ୍ତାନ ପାଇଁ ସଂଘର୍ଷ । ସ୍ୱାମୀଙ୍କୁ ଲିଭର ସିରୋସିସ୍, ଆଉ ଭେଣ୍ଡିଆ ପୁଅ ଅଟିଜିମର ଶିକାର। ଉଭୟଙ୍କ ଚିକିତ୍ସା ପାଇଁ ଘର ଡିହ ବିକି ସାରିଲଣି ସ୍ତ୍ରୀ ପୁଷ୍ପଲତା...
ଦୁଇ ଦିନ ଧରି ନିଖୋଜ ଥିବା ସରୋଜଙ୍କ ମୃତଦେହ ମିଳିବା ପରେ ଆଜି ତାଙ୍କ ପରିବାରକୁ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା । ଆଉ ଏ ଖବର ମିଳିବା ପରେ ସରୋଜଙ୍କ ପରିବାର ଉପରେ ଛିଡ଼ି ପଡ଼ିଛି ଆକାଶ । ହସଖୁସିର ସାଂସାର ଭିତରକୁ ମାଡ଼ି ଆସିଛି ଲୁହର ବନ୍ୟା ।
ପୂର୍ବତନ ବାନ୍ଧବୀ ସୋମାଲିକା ଏନେଇ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବେ ବୋଲି କହିବା ସହ, ଥାନା ଓ କୋର୍ଟରେ ମାମଲା ସତ୍ତ୍ୱେ ପଦବୀ ଓ ପାୱାର ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅଭିଯୋଗ କରିଛନ୍ତି ।
ସମୟ ପ୍ରାୟ ଦିନ ପ୍ରାୟ ୧୦ଟା। ଖଣ୍ଡିଆ ବନ୍ଧ ଗାଁରେ ଏଇ ମୁଖ୍ୟ ରାସ୍ତା ଦେଇ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଯୁବ ଡାକ୍ତର ସୁଜିତ କୁମାର ସାମଲ। କାରରେ ଯାଉଥିବା ବେଳେ ଠିକ୍ ଏଇ ସ୍ଥାନରେ ଘଟିଥିଲା ବିରାଟ ବିସ୍ଫୋରଣ।
ତେବେ କୋଭିଡ୍ ପରବର୍ତ୍ତି ସ୍ଥିତିରେ ଯେତେବେଳେ ସବୁ କିଛି ସ୍ୱାଭାବିକ ହୋଇଛି, ସେତେବେଳେ ଛାତ୍ର ସଂସଦ ନିର୍ବାଚନ କାହିଁକି ହେବନି ବୋଲି ଯୁକ୍ତି ବାଢି ABVP ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା ।
୧୯୮୮ ବ୍ୟାଚର୍ ଆଇପିଏସ୍ ଅଫିସର୍ ମନୋଜ ଛାବ୍ରା ଚଳିତ ମାସରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ନାଁ ବିଚାରକୁ ନିଆଯିବ ନାହିଁ ବୋଲି କୁହଯାଉଛି।
ଛାତିକୁ ପଥର କରି ସେଇ ବନ୍ୟା ପାଣିରେ ପଶି, ବିପଦ ଆଁରୁ ବିପନ୍ନଙ୍କୁ ଟାଣି ଆଣୁଛନ୍ତି ସେନାର ସିପାହୀ ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କ ଚିନ୍ତା ନଦୀ ପାର୍ ହୋଇ ଯା’ ଆସ କରିବା । ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏଠାକାର ବାସିନ୍ଦା ନଦୀ ପାର୍ ହୁଅନ୍ତି ।
ସାତ ଜନ୍ମର ସାଥ୍ ଦେବାକୁ ଶପଥ ନେଇଥିଲା ସ୍ୱାମୀ । ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲା । ଥକିବା ଯାଏ ବାଟ ଚାଲିବାକୁ କଥା ବି ଦେଇଥିଲା । ହେଲେ ନା କଥା ରଖିଲା ନା ବାଟ ଚାଲିଲା….
ରାସ୍ତା କଡ଼ରେ ଚଷମା ବିକି ପରିବାର ଚଳାଉଥିବା ଏହି ବ୍ୟକ୍ତି ବାଲିଗୁଡ଼ାର ପ୍ରିୟ ମଣିଷ । ନାଁ ତାଙ୍କର ଲିୟାକତ ଅଲ୍ଲୀ ବୟସ ୭୦ରୁ ଅଧିକ । କାହିଁକି ସେ ବାଲିଗୁଡ଼ାର ପ୍ରିୟ ମଣିଷ ଭାବେ ପରିଚିତ ?
ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀରେ ନିଶାକୁ ନା । ଗାନ୍ଧି ଜୟନ୍ତୀରେ ଗ୍ରାମବାସୀ ନେଲେ ମହାନ ପଦକ୍ଷେପ। ନିଜେ ନିଶା ଛାଡ଼ିବା ସହ ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ । ନିଶାଠୁ ଦୂରେଇ ରହିବା ଏକ ସୁନ୍ଦର ଦେଶ ଗଢ଼ିବା। ଏହି ଉଦ୍ଦେଶ୍ୟ ନେଇ ନିଜକୁ ନିଶାମୁକ୍ତ ଗ୍ରାମ ଭାବେ ଘୋଷଣା କରିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଡ଼ିପୁଟ ଗାଁ...
ଆଧୁନିକତାର ସ୍ପର୍ଶରେ ହଜି ଯିବାକୁ ବସିଛି ନୂଆପଡ଼ାର ସ୍ୱତନ୍ତ୍ର ଓ ନିଆରା ଲୋକକଳା ରାମକାଠି ନୃତ୍ୟ
୨୦ ହଜାର ଟଙ୍କା ଦେଲେ ମିଳିବ ଆବାସ ଗୃହ । ଟଙ୍କା ନଦେଲେ ତାଲିକାରୁ କାଟି ଦିଆଯିବ ନାମ । ଜଣେ କି ଦୁଇଜଣ ନୁହେଁ ବରଂ ମାଳ ମାଳ ଅଭିଯୋଗ । ସରକାରଙ୍କ ଯୋଜନା ଏଠି ବାଟ ମାରଣା ହୋଇପଡ଼ିଛି …
ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଘନଉଛି ବିବାଦ । ବିଧାନସଭା ଭିତରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହି ସମାଲୋଚନା କରିବା ପରେ, ଗତକାଲି ବିଜେଡି ପଦଯାତ୍ରାରେ ବି ସମାନ ଶବ୍ଦବାଣରେ ଘାଇଲା କରିଥିଲେ । ଜନ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ ।