ହେଲା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍ । ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ବିବାଦ । ଯୋଜନାରେ ଦୁଇ ହଜାର କୋଟି ଲୁଟର ଷଡ଼ଯନ୍ତ୍ର କହିଲା ବିଜେପି । ଯୋଜନା ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ ।
ରାଜଧାନୀର ବାରରେ ଉଡୁଛି ଅବକାରୀ ନିୟମର ଧଜ୍ଜିଆ । ଲାଭ ଓ ଲୋଭ ଭିତରେ ଅବକାରୀ ନିୟମ ଫୁ’ । ଡ୍ୟାନ୍ସ ଫ୍ଲୋରରୁ ଓହ୍ଲାଇବା ପରେ ଦେହ ବ୍ୟବସାୟ ପାଇଁ ହେଉଛି ଡିଲ୍ । ବାର୍ ଗାର୍ଲ ଓ ଗ୍ରାହକଙ୍କ ମଧ୍ୟରେ ଚାଲୁଛି କାରବାର । ଦେହ ବ୍ୟବସାୟ ଅଭିଯୋଗ ଆଣି ପୂର୍ବରୁ ଥାନାକୁ ଯାଇଥିଲେ ବାର୍ ଗାର୍ଲ ।
ଶ୍ରୀକ୍ଷେତ୍ରର ବୋହୂ.. ଈଶ୍ୱର ବିଶ୍ୱାସୀ ଆଉ ପରିଶ୍ରମୀ.. ମାଆ ଶିଖେଇଥିବା କଳାକୁ କୌଶଳ କରି ଆଜି ସେ ଜଣେ ସଫଳ ଉଦ୍ୟୋଗୀ
ସ୍କୁଲ ଯାଇପାରୁନି.. ଚାଲିଲେ ହାଲିଆ ଲାଗୁଛି.. ମାସକୁ ଦୁଇଥର ରକ୍ତ ଦିଆଯାଉଛି.. ସମସ୍ତଙ୍କ ଭଳି ହସି ପାରୁନି, ଖେଳି ପାରୁନି.. ବହୁତ କଷ୍ଟ ହେଉଛି.. ମୁଁ ପାଠ ପଢିବି.. ବଡ଼ ମଣିଷ ହେବି..ମୋର ଅପରେସନ ହେଲେ ମୁଁ ଭଲ ହେଇଯିବି..ହେଲେ ୨୨ ଲକ୍ଷ ଆସିବ କେଉଁଠୁ ?
ଜୀବନରେ କେତିକି ପାଇଲି, ଆଉ କେତେ ହରାଇଲି ଜାଣିନି.. ହେଲେ ସଂସାର ଛାଡ଼ି ଆରପାରିକୁ ଗଲା ବେଳକୁ ଆଜି କିନ୍ତୁ ଅନାଥ ଭଳି ଯାଉଛି..ଏଠି ଗୋଟେ ବାପାର ଜୁଈ ଜଳୁଛି..
ଆଖିର ଲୁହ ଶୁଖିଲା ନାହିଁ କି ଘରେ ସୁଖ ବୋଲି ଆଉ କିଛି ବି ନାହିଁ.. ଡାକ୍ତର ରିପୋର୍ଟ ଆସିବା ପରେ ସବୁ କିଛି ଯେମିତି ବଦଳିଗଲା.. କେତେ ସ୍ୱପ୍ନ ସଜେଇଥିଲା ଜଗା.. ସେସବୁ କଣ ଅଧାରେ ରହିଯିବ ! ଚିନ୍ତା କରି କରି ଦିନ ରାତି କାନ୍ଦୁଛନ୍ତି ବାପା ମାଆ..
ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛିଦିନ ହେବ ସେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ।ଡେଙ୍ଗୁ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ।
୫ ରାଜ୍ୟ ନିର୍ବାଚନ ଅବସରରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକେଟ ଦେଲେ କାରଣ କହିବ ପାର୍ଟି। ନାଁରେ କିଛି ମାମଲା ଥିଲେ ଲୋକଙ୍କୁ ଅବଗତ ପାଇଁ ୩ ଥର ଖବରକାଗଜରେ ବିଜ୍ଞାପନ ଦେବେ ପ୍ରାର୍ଥୀ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୪ଟି ଟଏଲେଟକୁ ନେଇ ଦିନେ ସଂସଦରେ ଯେଉଁ ଝଡ଼ ସୃଷ୍ଟି ହୋଇଥିଲା ଏବେ ସେ ସମସ୍ୟା ଗୁରୁତର ଭାବେ ମୁଣ୍ଡ ଟେକିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରବେଶ ପଥରେ ଗୋଟିଏ ହେଲେ ଶୌଚାଳୟ ନଥିବାରୁ କଲବଲ ହେଉଛନ୍ତି ଭକ୍ତ।
ଲକ୍ଷ୍ଣୀ ବସ୍ ଯୋଜନାକୁ ନେଇ ଆରମ୍ଭରୁ କେଁ। ଅକଳରେ ରାଜ୍ୟ ସରକାର। ସିଏମଓ ସହ ଆଲୋଚନା ପରେ ବାହରିଲା ବାଟ। କ୍ଟୋବର ୩୧ ଯାଏଁ ସ୍ଥଗିତ ରହିଲା ବସ ଧର୍ମଘଟ।
ଏସିଆନ ଗେମସ ହକିରେ ସୁନା ଜିତିଲା ଭାରତ। ଆଉ ଆଜି ସ୍କୁଲରେ ଭାରତୀୟ ଟିମର ସଫଳତାର କାହାଣୀ ଶୁଣିଛନ୍ତି ପିଲା। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବାର୍ତ୍ତାକୁ ପ୍ରାର୍ଥନା ସଭାରେ ପଢାଯାଇଥିଲା।
ଝାଟିମାଟିର ନୁଆଁଣିଆ ଚାଳଘର । ଚାଳ ଉପରେ ଢଙ୍କା ହୋଇଛି କେଇଟା ପଲିଥିନ ଆଉ ସିମେଣ୍ଟ ବସ୍ତା । କାନ୍ଥର ଅବସ୍ଥା ବି ଭଲ ନାହିଁ । ମଣିଷର ଭାଗ୍ୟ ଭଳି ଏ ଘରର ଅବସ୍ଥା ବି ଫୁଟା । ତେଲ ଡବାରେ ତିଆରି ହୋଇଥିବା ତାଟି କବାଟକୁ ଦେଖନ୍ତୁ । ସେ ବି କହୁଛି ଘରେ ରହୁଥିବା ମଣିଷଟା କେତେ ଅସହାୟ ଆଉ କେତେ ଦୟନୀୟ ।
ଲୋକେ ଏବେବି ବି ଜୀଉଁଛନ୍ତି କଣ୍ଟକିତ ଜୀବନ । କାରଣ ଗାଁରେ ନା ଅଛି ଭଲ ରାସ୍ତା ନା ପିଇବା ପାଣି ....ନା ବିଦ୍ୟୁତ୍ ସଂଯୋଗ । ରାସ୍ତାରେ ମୋରମ କିଛି ପଡ଼ିଥିବା ବେଳେ ବାଇକରେ ଯିବା ବି ସମ୍ଭବ ହେଉନାହିଁ । ସେପଟେ ନଳକୂପ ଅଛି ହେଲେ ବାହାରୁନି ପାଣି ।
ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତଃବିଭାଗ ରୋଗୀଙ୍କୁ ମିଳୁନି ନିର୍ଦ୍ଧାରିତ ଖାଦ୍ୟ । ଡାକ୍ତରଖାନାରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ସପ୍ତାହର ସାତ ଦିନରେ ବିଭିନ୍ନ ଖାଦ୍ୟ ପ୍ରଦାନ କରାଯିବା ନେଇ ନିର୍ଦ୍ଧାରିତ ସାରଣୀ ରହିଛି । ହେଲେ ନିୟୋଜିତ ଠିକାସଂସ୍ଥା ସାରଣୀରେ ଉଲ୍ଲେଖ ଅଣ୍ଡା ଓ ପନିର ତରକାରୀ ବଦଳରେ ଆଳୁ ଝୋଳ ଦେଉଥିବା ଅଭିଯୋଗ l
ବ୍ଲକ କର୍ମଚାରୀ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ, ନିଜ ଲୋକଙ୍କୁ ବାଣ୍ଟିଦେଲେ ଆବାସ ଘର
ଏହି ସଙ୍କଟ ସ୍ଥିତିରେ ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି ଓ କେଏଲ ରାହୁଲ । ଉଭୟଙ୍କ ମଧ୍ୟରେ ୧୬୫ ରନ୍ର ଜବରଦସ୍ତ ପାର୍ଟନରସିପ୍ ହୋଇଥିଲା। ଯାହାଫଳରେ ଭାରତ ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ଆଣିଥିଲା।
ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି।
ପାର୍ବଣ ବେଳରେ ନିୟମ ଫୁ କରିଛନ୍ତି ଡ୍ୟାନ୍ସ ବାର୍ । ରାଜଧାନୀରେ ରାତିତମାମ୍ ଗ୍ରାହକଙ୍କୁ କରୁଛନ୍ତି ମତୁଆଲା। ରଙ୍ଗିଲା ବାରରେ ରଙ୍ଗୀନ ରାତିର ସତ ପଦାକୁ ଆସିବା ପରେ ଏବେ ସାବାଡ୍ ଲାଗି ସଜବାଜ ଅବକାରୀ ବିଭାଗ। ଆକ୍ସନ ମୋଡ଼କୁ ଆସି ଗଠନ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ।
ବୈଠକରେ ସଚଳ, ଗ୍ରାଉଣ୍ଡରେ ଅଚଳ । ଭିସିରେ ବୈଠକ କରି ଘୋଷଣା, କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି । କୋଟି କୋଟିରେ ଅର୍ଥ ଶ୍ରାଦ୍ଧ ହେଲେ ଆଦିବାସୀଙ୍କ ବିକାଶର ଚିହ୍ନବର୍ଣ୍ଣ ବି ନାହିଁ । ୯ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଚଳିତ ବର୍ଷ ୩୫୧ କୋଟି ଟଙ୍କା ଅନୁଦାନକୁ ମଞ୍ଜୁର କରିଛନ୍ତି ସରକାର । ତେବେ କେମିତି ଖର୍ଚ୍ଚ ହେବ ଏହି ଟଙ୍କା ?
ତମ ଭଳି ମଣିଷକୁ ଭଲ ପାଇବା ମୋର ଗୋଟେ ରଙ୍ଗ ଡିସିସନ୍ । ତମେ ହିଁ ସବୁ ଟଙ୍କା ନେଇ ଯାଇଛ ଆଉ ଆମେ ଅଯଥାରେ ଭାଇକୁ ଦୋଷ ଦେଉଥିଲି।
ଚାଳ କୁଡ଼ିଆ ଘରେ ରହୁଥିବା ଲୋକଙ୍କ ପାଇଁ ରହିଛି ସରକାରଙ୍କ ଆବାସ ଯୋଜନା । କିନ୍ତୁ ବାସ୍ତବରେ ଯୋଗ୍ୟଙ୍କୁ ନମିଳି ଅଯୋଗ୍ୟଙ୍କୁ ମିଳୁଥିବା ଅଭିଯୋଗ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଚାଳ ଛପର ଘର ସବୁ।
ମିନି ଶୀତଳ ଭଣ୍ଡାର ହୋଇ ଭାଙ୍ଗିଗଲା, ହେଲେ ଚାଷୀଙ୍କ କାମରେ ଲାଗିଲାନି। ନିର୍ମାଣ, ବିଦ୍ୟୁତ୍ ସଂଯୋଗ ଓ ଯନ୍ତ୍ରାଂଶକୁ ମିଶାଇ ପ୍ରାୟ ୨୦ ଲକ୍ଷ ଖର୍ଚ୍ଚ ହୋଇଥିଲା ।
ସମାଜ ସେବା ବନପ୍ରିୟାଙ୍କର ପିଲାବେଳର ନିଶା । ସମାଜ ପାଇଁ ବାପା ଓ ଶ୍ୱଶୁର ବନପ୍ରିୟା ନାୟକଙ୍କ ପାଇଁ ପ୍ରେରଣା ।
ବିଚ୍ ରାସ୍ତାରେ, ସମସ୍ତଙ୍କ ସାମ୍ନାରେ ଉଲଗ୍ନ ଅବସ୍ଥାରେ ଚାଲି ଚାଲି ଯାଉଥିଲେ ଦୁଇ ମହିଳା । ଏ ଅମାନବୀୟ ଦୃଶ୍ୟକୁ ଦେଖୁଥିଲେ ବି ସେମାନଙ୍କ ଲଜ୍ଜା ଢାଙ୍କିବାକୁ କେହି ନଥିଲେ ବରଂ ମୋବାଇଲରେ ଫଟୋ ଉଠାଇବାର ଅବସର ଛାଡୁନଥିଲେ । ହେଲେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଦୃଷ୍ଟିଭଙ୍ଗୀ ଥିଲା କିଛି ଭିନ୍ନ । ଏ ଘଟଣାକୁ ନେଇ ମାନବିକତା ଓ ମଣିଷ ପଣିଆକୁ ନେଇ ଉଠିଛି ପ୍ରଶ୍ନ ।
ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତିରେ ବଳ ଯୋଗାଇଲା କୋଶ୍ଚିନ୍ ବ୍ୟାଙ୍କ୍ । ପ୍ରଥମ ଥର ପାଇଁ ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କୁ କୋଶ୍ଚିନ ବ୍ୟାଙ୍କ୍ ଯୋଗାଇବ ସିଏଚ୍ଏସ୍ଇ । ଏହାଫଳରେ ପିଲାଏ ଭଲ ଭାବେ ପରୀକ୍ଷା ପ୍ରସ୍ତୁତି କରିପାରିବେ । ଅପରପକ୍ଷେ ଇଣ୍ଟରନେଟ୍ ସୁବିଧା ନଥିବା ଅଞ୍ଚଳର ପରୀକ୍ଷାର୍ଥୀ କିପରି ଏହାକୁ ୱେବସାଇଟରୁ ପାଇବେ ସେନେଇ ଏବେଠୁ ଆଶଙ୍କା ପ୍ରକାଶ କଲେଣି ।