ସାକାର ହେବାକୁ ଯାଉଛି କୋଟି କୋଟି ରାମଭକ୍ତଙ୍କ ଶତାବ୍ଦୀ ପୁରୁଣା ସ୍ୱପ୍ନ। ଭବ୍ୟ ଓ ଦିବ୍ୟ ସ୍ୱରୂପ ନେଇ ଉଦଘାଟିତ ହେବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର। ଆସନ୍ତାବର୍ଷ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମ ମନ୍ଦିରର ଉଦଘାଟନ କରିବେ।
ସେବାୟତଙ୍କ କଳିରୁ ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ। ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗର ନିର୍ମାଣକୁ ବିରୋଧ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ନୀତିକାନ୍ତି ବନ୍ଦ କରିଦେବାରୁ ବୁଧବାର ସକାଳଠୁ ଖାଡ଼ା ଉପାସରେ ଅଛନ୍ତି ଠାକୁର।
ଡେଞ୍ଜରକୁ ଡାକି ଆଣୁଥିବା ଡିସ୍କ୍ ଜକି ବା DJ କଲବଲ କରୁଛି। ବୟସ୍କ ଓ ହୃଦରୋଗୀଙ୍କୁ ତ ଘାଇଲା କରୁଛି DJ । କାନ ଫଟା ଓ ଛାତି ଥରା ଶବ୍ଦ ସୃଷ୍ଟିକାରୀ DJର ବିକଟାଳ ମ୍ୟୁଜିକ୍ ମାଡ଼ରେ ଭୁବନେଶ୍ୱରରେ କାହାର ହାର୍ଟ ଆଟାକ ହୋଇଛି ତ କିଏ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି ।
ଜୁଆ ଜାଲରେ ଗଞ୍ଜାମ ଜିଲ୍ଲା। ପରଂପରା ଆଳରେ ଟଙ୍କା ଖେଳର ଏହି ନିଶା, ଅନେକଙ୍କୁ ରାସ୍ତାକୁ ଆଣି ଦେଇଛି। ସର୍ବସ୍ୱ ହରାଉଛନ୍ତି, କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ବି ପଡ଼ିଛି। ତଥାପି ସୁଧୁରୁ ନାହାନ୍ତି ଲୋକେ।
ବିଜେଡି ନେତାଙ୍କ, ପାଣ୍ଡିଆନ୍ ଗୁଣଗାନକୁ ନେଇ ଚର୍ଚ୍ଚା ବିଜେଡିର ଯୁବଠୁ ବରିଷ୍ଠ, ଅଧିକାଂଶ ନେତା ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ ସ୍ୱାଗତ କରୁଛନ୍ତି ତ କେହି କେହି ତାଙ୍କୁ ବିକାଶ ପୁରୁଷ ବୋଲି ବି କହିଲେଣି।
ଆଜି ବି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ଗତକାଲି ପରି ଆଜି ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲିର ମଙ୍ଗଳ ଆଳତି ଠାରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ।
ବଲାଙ୍ଗିର ବଡ଼ ମେଡିକାଲରେ ଲଜ୍ଜାଜନକ ଘଟଣା । ପ୍ରସୂତି ବିଭାଗରେ ଟଙ୍କା କାରବାରକୁ ନେଇ ପୁଣି ଚର୍ଚ୍ଚାରେ ବଡ଼ ମେଡିକାଲ । ଜଣେ ନର୍ସ ଟଙ୍କା ଭାଗବଣ୍ଟା କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ...
ଡାକ୍ତରଖାନାରେ ଡାକ୍ତର ନଥିବାରୁ ରୋଗୀ ଦେଖିଲେ ରାଜଗାଙ୍ଗପୁର ବିଧାୟକ । ରାଜଗାଙ୍ଗପୁର CHCରେ ଗତ ଦୁଇ ଦିନ ହେଲା ଡାକ୍ତର ନାହାନ୍ତି...
ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା...ଉତ୍ସବରେ ସାମିଲ ହେବେ ୪ ହଜାର ସାଧୁସନ୍ଥ, ମକର ସଂକ୍ରାନ୍ତିରୁ ୧୦ ଦିନ ଧରି ଚାଲିବ ଉତ୍ସବ...
ପୂର୍ବ ଶତ୍ରୁତାରୁ ରାଜଧାନୀ ଉପକଣ୍ଠରେ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସର ତନାଘନା ଜାରି...
ବିଜେଡି ସାଂସଦ ସୁଜିତ କୁମାର କହିଛନ୍ତି ପାଣ୍ଡିଆନ ରାଜନୀତିକୁ ଆସିଲେ ଲୋକେ ଗ୍ରହଣ କରିବେ । ସେପଟେ ଗଞ୍ଜାମ ଜିଲ୍ଲା ବିଜେଡିର ସଭାପତି ରମେଶ ଚାଉପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ କହିଛନ୍ତି, ପାଣ୍ଡିଆନ ଗଞ୍ଜାମରୁ ଛିଡା ହେଲେ ଆମେ ସ୍ୱାଗତ କରିବୁ । ତାଙ୍କ ପାଇଁ ବିପୁଳ ଜନସମର୍ଥନ ରହିଛି, ଏମିତି କି ଜିଲ୍ଲାର ୧୩ରୁ ୧୩ ନିର୍ବାଚନ ମଣ୍ଡଳୀ ଯେଉଁଠି ବି ଛିଡା ହେଲେ ଜିତିବେ ।
ଓଏମପି, କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ବକ୍ସିବଜାର ଓ ପଡ଼ିହାରୀ ପାଠାଗାର ବାଟେ ଦୁର୍ଗାମେଢ ସବୁ ଆସି ପୁରୀଘାଟ ଥାନା ପାଖ ଦେବୀଗଡ଼ାକୁ ବିସର୍ଜନ ପାଇଁ ଯାଉଛନ୍ତି ।
ମୋବାଇଲ୍ ଫୋନ୍ ଭାଇବ୍ରେସନ୍ ସାଙ୍ଗକୁ ଆଲର୍ଟ ସାଉଣ୍ଡ.... ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ହଠାତ୍ ନିଜ ନିଜ ମୋବାଇଲରେ ଏମିତି ଶବ୍ଦ ଶୁଣିଥିଲେ ଉପଭୋକ୍ତା । ଫୋନ୍ ଦେଖିଲା ବେଳକୁ ସ୍କ୍ରିନରେ ଥିଲା ଏମର୍ଜେନ୍ସି ଆଲର୍ଟ ମେସେଜ୍ ।
ହତ୍ୟାରେ, ହତ୍ୟାର ବଦଲା । ମାତ୍ର ଘଣ୍ଟାଏ ଭିତରେ ପ୍ରତିଶୋଧ । ପାର୍ବଣର ପରିବେଶ ଭିତରେ କୋରାପୁଟ ପଟାଙ୍ଗି ବ୍ଲକ୍ କୁନ୍ଦୁଲି ହାଟପଦା ଅଞ୍ଚଳରେ ଡବଲ ମର୍ଡର । ସମୟ ସକାଳ ପ୍ରାୟ ୮ଟା । ସ୍ଥାନୀୟ ଟେମା ଗାଁର ଗୋବର୍ଦ୍ଧନ ପାଣ୍ଡକା, ହାଟପଦା ଅଞ୍ଚଳରେ ବୁଲୁଥିଲେ ।
ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ । ଆଜି ମଙ୍ଗଳଆଳତି ଠାରୁ ନୀତିକାନ୍ତି ବନ୍ଦ ରହିଛି । ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବା ବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟରୁ ଅନୁମତି ମିଳିଛି ।
ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ? ନା ଚ୍ୟାଲେଞ୍ଜକୁ ଗ୍ରହଣ କଲେ ? ପାଣ୍ଡିଆନ୍ଙ୍କ ନୂଆ ଦାୟିତ୍ୱକୁ ନେଇ ସରଗରମ ରାଜ୍ୟ ରାଜନୀତି... ତରବରିଆ VRS ମଞ୍ଜୁରୀକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟକୁ କଂଗ୍ରେସର ସମାଲୋଚନା, ମାପିଚୁପି ପ୍ରତିକ୍ରିୟା ରଖିଲା BJP..
ସରିଲା ଦୁର୍ଗାପୂଜା, ଆଜି ମାଆଙ୍କୁ ଦିଆଯାଉଛି ମେଲାଣି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣି ଉତ୍ସବକୁ ଆକର୍ଷଣୀୟ କରିବାକୁ ପୂଜା କମିଟି ବିଭିନ୍ନ ପ୍ରକାର ଆୟୋଜନ କରିଛନ୍ତି ।
ଲୋକଙ୍କ ମୋବାଇଲରେ ଆଲାର୍ମ ବାଜୁଥିବା ସୂଚନା ମିଳିଛି । ହଠାତ୍ କିଁ କିଁ ସାଉଣ୍ଡ୍ କରି ମୋବାଇଲ ବାଜି ଉଠୁଛି । ବିପର୍ଯ୍ୟୟ ବେଳେ ଦେଶର ନାଗରିକ ମାନଙ୍କୁ ଆଲର୍ଟ କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଏହି ନୂଆ ପଦକ୍ଷେପ ନିଆଯାଇଛି ।
ସୋହିନୀ ମିଶ୍ରଙ୍କୁ କାହିଁକି କୁହାଯାଏ ଓଡ଼ିଶାର ଛୋଟି ଲତା ? ଜାଣନ୍ତୁ...
ଖାଲି ବାହାରେ ନୁହେଁ, ଭିତରେ ବି ଅସୁମାରି ଚମତ୍କାର । ଖମ୍ବ, କାନ୍ଥ ଓ ଛାତ ସାରା ପ୍ରାଚୀନ ମିଶର ସଭ୍ୟତା ଶିଳାଲେଖର ପ୍ରତିକୃତି ଓ ସ୍ଥାନେ ସ୍ଥାନେ ଫାରୋ ବା ମିଶର ଶାସକମାନଙ୍କର ପ୍ରତିମୂର୍ତ୍ତି । ଆଉ ଗର୍ଭଗୃହରେ ସିଂହବାହିନୀ ଦେବୀ ଦୁର୍ଗା, ପାର୍ଶ୍ୱ ଦେବଦେବୀ ଏବଂ ମହିଷାସୁରର ପ୍ରତିମା ବି ନିର୍ମିତ ହୋଇଛି ସେଇ ପ୍ରାଚୀନ ଶୈଳୀରେ ।
ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ?
କଟକରେ କିଛି ପୂଜା ମଣ୍ଡପରେ ପରମ୍ପରା ଅନୁସାରେ ମାଙ୍କ ନିକଟରେ ଲାଗି ହୋଇଥିଲା ସୁସ୍ୱାଦୁ ଓ ସୁବାସିତ ଦହି ପାଖଳ । ଚାଉଳିଆଗଞ୍ଜରେ ୧୦ ହଜାର ଓ ଗୋପାଳପୁର ପୂଜା କମିଟି ପକ୍ଷରୁ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦହିପଖାଳର ଭୋଗର ବ୍ୟବସ୍ଥା ହୋଇଥିଲା ।
ରାସ୍ତାରେ ଅଟକାଇ ସ୍ୱାମୀଙ୍କୁ ପିଟିଲେ, ପତ୍ନୀଙ୍କୁ ଗଣଦୁଷ୍କର୍ମ କଲେ । ଢେଙ୍କାନାଳ ଭୁବନ ଅଞ୍ଚଳର ଲଜ୍ଜାକର ଘଟଣାରେ ୫ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍, ଏସପି କହିଲେ ସମସ୍ତଙ୍କୁ ବାନ୍ଧିବୁ...
ସରକାର ଓ ରାଜନୀତିରେ ପାଣ୍ଡିଆନ୍ଙ୍କ ନୂଆ ରୂପାନ୍ତର ! ପ୍ରଶାସନରୁ ସିଧା ସରକାରକୁ ଲମ୍ବ ଡିଆଁ । ଆଉ ବ୍ୟାକ୍ ଡୋର ନୁହେଁ, ଏଣିକି ଫ୍ରଣ୍ଟଫୁଟରେ ବ୍ୟାଟିଂ। କାଲିଠୁ ଆଜି ଭିତରେ ରାଜ୍ୟ କ୍ଷମତା ଅଳିନ୍ଦରେ ବଡ଼ ପରିବର୍ତ୍ତନ।
ଗରିବଙ୍କୁ ଚାଉଳ ନ ଦେଇ ଚଳୁ କରୁଛନ୍ତି ଡିଲର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ ଆସିଛି ଏମିତି ଏକ ଅଭିଯୋଗ...