ନୂଆପଡା ଜିଲ୍ଲା କୋମନା ବ୍ଲକ ମାଳିମୁଣ୍ଡା ଗାଁର ଏ ଦୁଇ ଭାଇ ହେଲେ ଡାକ୍ତର ଅଜିତ କୁମାର ଭୋଈ ଏବଂ ଦିଲ୍ଲୀପ କୁମାର ଭୋଈ । ଜଣେ ପେଷାରେ ସରକାରୀ ଆୟୁଷ ଡାକ୍ତର, ଅନ୍ୟ ଜଣେ ପେଷାରେ ଆଇନଜୀବୀ । କିନ୍ତୁ ରୁଚି ଚାଷ କରିବା । କିଛି ନୂଆ କରିବା ଆଶାରେ ନିଜ ୧୪ଏକର ଜମିରୁ ପରୀକ୍ଷାମୂଳକ ଭାବେ ଅଧ ଏକର ଜମିରେ ୧୬୦ଟି ଥାଇ ବରକୋଳି ଗଛ ଲଗାଇଥିଲେ । ଯାହା ଏବେ ଦେଇଛି ସଫଳତା । ଆଉ ନୂଆପଡ଼ା ମାଟିରେ ହସୁଛି ଗ୍ରୀନ ଥାଇ ଆପେଲ୍ ବେରୀ, ବାଳସୁନ୍ଦରୀ, କାଶ୍ମିରୀ ସୁନ୍ଦରୀ ଓ ମିସ୍ ଇଣ୍ଡିଆ ଭେରାଇଟିର ବିଦେଶୀ ବରକୋଳି । ଆଉ ଏହି ଥାଇ ବରକୋଳି ଦେଇଛି ଲକ୍ଷାଧିକ ଟଙ୍କାର ରୋଜଗାର ।
Published By: Santosh Kumar Sahoo
Last updated: 04 January 2024, 09:31 AM IST
ମାଆ ଓ ସାନ ଭାଇ ସହ ମିଶି କ୍ଷେତରେ ହଳଦୀ ଖୋଳୁଛନ୍ତି । କେବଳ ଯେ ହଳଦୀ ଖୋଳୁଛନ୍ତି ତା ନୁହେଁ ମାଆଙ୍କ ସହିତ ବସି ହଳଦୀ ବଛାବଛି କରୁଛନ୍ତି ।