ବାଲେଶ୍ୱରରେ ଅଗ୍ନି ପିଣ୍ଡୁଳା ! ଭୁବନେଶ୍ୱରରେ ନିଆଁ ହୁଳା ! ଦିନ ୧୧ଟା ପରେ ଭୟଙ୍କର ରୌଦ୍ର ତାପରେ ସିଝୁଥିଲା ରାଜଧାନୀ ସହ ରାଜ୍ୟର ଅନ୍ୟତମ ପ୍ରମୁଖ ସହର। ଆଜି ଚଳିତ ବର୍ଷର ରେକର୍ଡ ବ୍ରେକ୍ କରିଛି ବାଲେଶ୍ୱରରେ ତାତି । ଦିନ ଅଢ଼େଇଟା ସୁଦ୍ଧା ସେଠି ପାରଦ ୪୬ ଡିଗ୍ରୀ ଛୁଇଁଥିବା ବେଳେ ଭୁବନେଶ୍ୱରରେ ଥିଲା ୪୫.୪ ଡିଗ୍ରୀ ମୁଣ୍ଡଫଟା ଖରାର ରାଜୁତି । ସେମିତି ବାରିପଦା, ଟିଟିଲାଗଡ଼, ଅନୁଗୁଳ ଓ ସୁନ୍ଦଗରଡ଼ ଆଦି ସ୍ଥାନରେ ବି ତାତିର ଅସହ୍ୟ କୋପ । ସକାଳ ୮ଟା ପରଠୁ ପ୍ରଚଣ୍ଡ ଖରା ସହ ତାଳ ଦେଇ ଜନଜୀବନକୁ କଲବଲ କରି ଦେଉଥିଲା ଗୁଳୁଗୁଳି ।
Published By: Satyendu Shekher Mishra
Last updated: 30 April 2024, 10:42 PM IST
କାଳବୈଶାଖୀ ପରେ ରାଜ୍ୟରେ ପୁଣି ଫେରିଛି ତାତି । ଆଜିଠୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ହିଟୱେଭ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୪୦ ଡିଗ୍ରୀ କିମ୍ବା ତା'ଠୁ ଅଧିକ ରହିବ ତାପମାତ୍ରା ।