ଫିଟନେସ୍ ନଥିବା ଗାଡ଼ି ସାବଧାନ । ବିନା ଫିଟନେସ୍ କି ରେଜିଷ୍ଟ୍ରେସନରେ ଗଡୁଥିଲେ, ହେବ କଡ଼ା ଆକ୍ସନ । ଗାଡ଼ି ସିଜ୍ ହେବ, ମାଲିକଙ୍କ ନାଁରେ ମାମଲା ବି ହେବ । ରାଜ୍ୟ ପରିବହନ ବିଭାଗର ଏ କଡ଼ା ନିଷ୍ପତ୍ତି ସାଙ୍ଗକୁ ବିଭାଗୀୟ ମନ୍ତ୍ରୀ ବିଭୁତି ଜେନାଙ୍କ ଚେତାବନୀ ପରେ ଏବେ ଚାରିଆଡ଼େ ଛନକା। ଏମିତିକି ଏନେଇ ରାଜ୍ୟବ୍ୟାପୀ ଧରପଗଡ଼ ଆରମ୍ଭ କରିବାକୁ ସବୁ ଆରଟିଓ ମାନଙ୍କୁ ବି ନିର୍ଦ୍ଦେଶନାମା ଜାରି ହେଲାଣି।
Published By: Satyendu Shekher Mishra
Last updated: 24 July 2024, 11:12 PM IST
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।