Advertisment

ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ। ଲଗାତାର ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା

ଏମିତି କି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ସାମିଲ ହେବନି କହି ଗୃହରୁ ୱାକ ଆଉଟ୍ କରିଥିଲେ ବିଜେଡି ବିଧାୟକ।

author-image
Satyendu Shekher Mishra

ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ। ଲଗାତାର ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା। ଗୃହ ବାରମ୍ବାର ମୁଲତବୀ। ଜିଦ୍‌ରେ ଅଟଳ ବିଜେଡି, ଆଉ କଂଗ୍ରେସ୍ ପ୍ରସଙ୍ଗ ବଦଳାଇ କରୁଛି ଆଟାକ୍। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ଫେଲ୍। ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଆରମ୍ଭ ହୋଇଥିଲା ହଟ୍ଟଗୋଳ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଦୋହରାଇଥିଲେ ପୁରୁଣା ପ୍ରସଙ୍ଗ। ରାଜ୍ୟପାଳଙ୍କ ପୁଅ ବିବାଦକୁ ନେଇ ଦାବି କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ବିବୃତି। ଏମିତି କି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ସାମିଲ ହେବନି କହି ଗୃହରୁ ୱାକ ଆଉଟ୍ କରିଥିଲେ ବିଜେଡି ବିଧାୟକ।

Advertisment
Advertisment
Advertisment