• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Students

Matric Exam
୨୯ ଏପ୍ରିଲ୍‌ରୁ ମେ ୬ ନୁହେଁ, ୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା

୨୯ ଏପ୍ରିଲ୍‌ରୁ ମେ ୬ ନୁହେଁ, ୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ପରୀକ୍ଷା ସୂଚୀ ପ୍ରକାଶ କରିଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ଗଣିତ ପାଇଁ ସମୟ ଅବଧି ୨ ଘଣ୍ଟା ୧୫ ମିନିଟ ଥିବା ବେଳେ ଅନ୍ୟାନ୍ୟ ବିଷୟରେ ଦୁଇ ଘଣ୍ଟା ସମୟ ମିଳିବ ।

Matric Exam
ଏପ୍ରିଲ ୧୩ରୁ ନବମ ସମ୍ମେଟିଭ୍-୨ ପରୀକ୍ଷା, ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ଏବେ ବି ଦ୍ୱନ୍ଦ୍ୱ ?

ଏପ୍ରିଲ ୨୯ରୁ ମେ ୬ ନୁହେଁ ୭ ଯାଏଁ ମାଟ୍ରିକ ପରୀକ୍ଷା । ୮୦ ମାର୍କରୁ ୫୦ ସଂକ୍ଷିପ୍ତ, ୩୦ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ।

Matric Exam
ମାଟ୍ରିକ୍‌ ପରୀକ୍ଷା ନେଇ ଆସିଲା ସମ୍ପୂର୍ଣ୍ଣ ସୂଚନା, ପଢ଼ନ୍ତୁ..

ପରୀକ୍ଷା ୮୦ ମାର୍କ ବିଶିଷ୍ଟ ରହିବ । ୫୦ ମାର୍କର ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ । ଏହାସହ ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ OMR ସିଟ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

Dilapidated Condition Of School Building Poses Threat For Students In Aska
ଏ କି ସ୍କୁଲ? ପିଲାଙ୍କ ଉପରେ ଭୁଶୁଡ଼ି ପଡ଼ିବ ଛାତ?

ଏ କେମିତିକା ସ୍କୁଲ? ପାଦେ ପାଦେ ରହିଛି ବିପଦ...ଛାତ ଫାଟି ଆଁ କଲାଣି। ଗୋଟିଏ ଶ୍ରେଣୀରେ ପଢୁଛନ୍ତି ଦୁଇ ଦୁଇ ଶ୍ରେଣୀର ପିଲା। ଝରକା ଟିଣ ଭାଙ୍ଗି ବଙ୍କା ହେଲାଣି...ଆଉ ଏମିତି ବିପଦରେ ପଢୁଛନ୍ତି ପିଲା। ସ୍କୁଲ ଅବସ୍ଥା ଦେଖି ବାପା-ମା ବି ପିଲାଙ୍କୁ ଛାଡ଼ିବାକୁ ନାରାଜ। ହେଲେ ଚେଇଁ ଶୋଇଛି ପ୍ରଶାସନ

Odisha Class 10, 12 Board Exams 2022। Students Should Be Ready For Exams, Says Minister
ପରୀକ୍ଷା ହେବ, ତେଣୁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରୁହନ୍ତୁ:ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ

। ଦଶମ ଓ ଦ୍ୱାଦଶ ପରୀକ୍ଷା ପ୍ରସଙ୍ଗରେ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ରାଜ୍ୟରେ ବର୍ତ୍ତମାନ କରୋନା ତଳମୁହାଁ ହେଉଛି। ତେଣୁ ଦଶମ, ଦ୍ୱାଦଶ ପରୀକ୍ଷା କରିବାକୁ ଆମର ଆଗ୍ରହ ରହିବ। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ରୁହନ୍ତୁ’।

Students Speak Their Mind On Vaccination Of 15 Plus Age Group
'ଏବେ ସ୍କୁଲ ଯିବାକୁ ଆମେ ସେଫ୍ ଫିଲ୍ କରିବୁ..'

ଆସନ୍ତା କାଲିଠାରୁ ଆରମ୍ଭ ହେବ ୧୫-୧୮ ବର୍ଷ ପିଲାଙ୍କ କୋଭିଡ୍ ଟିକାକରଣ.. ଏଥିପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି.. ବେଶ ଉତ୍ସାହିତ ଅଛନ୍ତି ପିଲାମାନେ.. ଟିକା ନେବାକୁ ଉତ୍ସୁକ ପିଲାମାନେ କୋ-ଓ୍ୱିନ୍ ଆପରେ ନିଜକୁ ପଞ୍ଜିକୃତ କରିପାରିବେ..

Odisha Postpones Reopening Of Primary Schools For Std 1 To 5 Students
ଖୋଲିବନି ସ୍କୁଲ

ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ପୁନଃ ଖୋଲାଯିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଥିଲେ। ଏହି ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ସ୍କୁଲ୍‌ ଖୋଲିବାର ଥିଲା।

2 VIMSAR Students Test Positive For Delta Variant
ଭିମସାରରୁ ୨ ଡେଲଟା ଭାରିଆଣ୍ଟ ଚିହ୍ନଟ

ବୁର୍ଲା ଭିମସାରର କୋଭିଡ୍ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ଜେନମ୍ ସିକ୍ୱେନସିଂ ରିପୋର୍ଟରୁ ୨ଟି ଡେଲଟା ଭାରିଆଣ୍ଟ ଚିହ୍ନଟ କରାଯାଇଛି..

Odisha Excise Constable Teaches Students For Free In Nabarangpur
ପିଲାଙ୍କୁ ଦେଉଛନ୍ତି ମାଗଣା ଶିକ୍ଷା

ଦିନସାରା ଖାକି ପୋଷାକ ପିନ୍ଧି ନିଶା ବେପାରୀଙ୍କୁ ଜଗନ୍ତି। ସଂଧ୍ୟା ହେଲେ ଘରକୁ ଫେରି ସାଧା ପୋଷାକରେ ପାଲଟି ଯାଆନ୍ତି ଶିକ୍ଷକ। ତାଙ୍କୁ ଅପେକ୍ଷା କରିଥାନ୍ତି ୭୦ ଗରିବ ପିଲା। ଗତ ୩ ବର୍ଷ ଧରି ଗାଁର ପିଲାଙ୍କୁ ମାଗଣା ଶିକ୍ଷା ଦେଇ ଆସୁଛନ୍ତି ଅବକାରୀ ବିଭାଗର ଜଣେ କନେଷ୍ଟବଳ ଓ ତାଙ୍କ ବନ୍ଧୁ।

Student
ପିଲାଙ୍କ କ୍ୟାରିୟରରେ କରୋନା ମାଡ଼; ଠିକ୍ ସମୟରେ ହୋଇପାରୁନି ପରୀକ୍ଷା, ବାହାରୁନି ରେଜଲ୍ଟ

ପିଲାଙ୍କ କ୍ୟାରିୟର ଉପରେ କରୋନା ମାଡ଼ । ଠିକ୍ ସମୟରେ ହୋଇପାରୁନି ପରୀକ୍ଷା, ବାହାରି ପାରୁନି ରେଜଲ୍ଟ । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନକୁ ନେଇ ବି ବିବାଦ ।

ସ୍କୁଲ ଖୋଲିବା ନେଇ ମାର୍ଗଦର୍ଶିକା
ସ୍କୁଲ ଖୋଲିବା ନେଇ ଜାରି ହେଲା ମାର୍ଗଦର୍ଶିକା

ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍କୁଲ ଖୋଲାଯିବାର ପୂର୍ବ ଦିନ ଜିଲ୍ଲା ଶିକ୍ଷାଧତ୍କାରୀଙ୍କୁ ଜଣାଇବେ ପ୍ରଧାନଶିକ୍ଷକ। ପ୍ରଥମ ଦୁଇଦିନ ପାଠ ପଢ଼ା ଯିବନି, କେବଳ ପିଲାମାନଙ୍କ ସହ ଆଲୋଚନା କରାଯିବ। 

Gujrat Lady Teacher
ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିନବ କୌଶଳ ଆପଣାଇଛନ୍ତି ଏହି ଶିକ୍ଷୟିତ୍ରୀ

ଲକଡାଉନରେ ସମୟରେ ପିଲାଙ୍କୁ ପାଠ ପଢାଇବା ପାଇଁ ଅଭିନବ କୌଶଳ ଆପଣାଇଛନ୍ତି ଗୁଜରାଟର ଜଣେ ଶିକ୍ଷୟିତ୍ରୀ । ଯେଉଁ ପିଲାମାନେ ଅନଲାଇନ କ୍ଲାସରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ପାଇଁ ଖୋଲାସ୍ଥାନରେ ନିଜେ କ୍ଲାସ ନେଉଛନ୍ତି ସରକାରୀ ସ୍କୁଲର କିଛି ଶିକ୍ଷୟିତ୍ରୀ ।

revenshwa
ରେଭେନ୍ସାରୁ ଛାତ୍ର ଆନ୍ଦୋଳନ ହଟିଲା

କଟକ : ଦୂର ହେଲା ରେଭେନ୍ସା ଅଶାନ୍ତି। କୁଳପତିଙ୍କ ସହ ଆଲୋଚନା ପରେ ପ୍ରତ୍ୟାହୃତ ହୋଇଛି ଛାତ୍ର ଆନ୍ଦୋଳନ। ତେବେ ବିଶ୍ୱବିଦ୍ୟାଳୟରୁ ସାଇନ-ଏ-ଡାଏ ହଟିବା ନେଇ କୌଣସି ନିଷ୍ପତ୍ତି ହୋଇନି। ରେଭେନ୍ସାରେ ଲାଗି ରହିଥିବା ଛାତ୍ର ଅଶାନ୍ତି ବନ୍ଦ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଛାତ୍ରଙ୍କ କେତେକ ଦାବିକୁ  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାନି ନେଇଥିବା ସୂଚନା ମିଳିଛି। ସାଇନ ଏ ଡାଏ ହଟିବାପରେ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରିବା […]

puri
ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ପୁରୀ: ସ୍କୁଲରେ ୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ। ଏଭଳି ଏକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ। ଏଠାକାର ଏକ ସ୍କୁଲର ପ୍ରଧାନଶିକ୍ଷକ ଗତକାଲି ୫ମ ଶ୍ରେଣୀର ଦୁଇ ଜଣ  ଓ ୪ର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ ଘଟଣା ସମ୍ପର୍କରେ ନିଜ ଘରେ ଜଣାଇବେ ପରେ ଗାଁରେ ଉତ୍ତେଜନା ଦେଖା ଦେଇଛି। ଅଭିଭାବକମାନେ ଆଜି ସକାଳୁ ସ୍କୁଲରେ ତାଲା ପକାଇ ଦେବା ସହ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଛନ୍ତି।  […]

college
ବୌଦ୍ଧରେ ଘରୋଇ ଜୁନିୟର କଲେଜ ଛାତ୍ରଛାତ୍ରୀଙ୍କ ଲଙ୍କାକାଣ୍ଡ : ଗେଟରେ ତାଲା, ଆସବାସପତ୍ର ଭଙ୍ଗାରୁଜା

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣିର ସଂସ୍କାର ଜୁନିଅର କଲେଜରେ ଲଙ୍କାକାଣ୍ଡ। କଲେଜ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ। ଆସବାବ ପତ୍ର ଭାଙ୍ଗିବା ସହିତ କାଗଜପତ୍ର ଚିରି ଦେଇଛନ୍ତି। ଯୁକ୍ତ ଦୁଇ ପରୀକ୍ଷାରୁ ବଞ୍ଚିତ ହେବା ପରେ ଛାତ୍ରଛାତ୍ରୀମାନେ ଏପରି ହଙ୍ଗାମା କରିଛନ୍ତି। ଏ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷା ଦେବା ଲାଗି ୫୦ରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ଫିଲ୍ଅପ୍ କରିଥିଲେ। କିନ୍ତୁ ଆସିନଥିଲା ଆଡ୍‌ମିଟ୍‌ କାର୍ଡ। ତେଣୁ ସେମାନେ ପରୀକ୍ଷା ଦେଇପାରିନଥିଲେ। […]