/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684753545.jpg)
mid day meal
ମଧ୍ୟାହ୍ନ ଭୋଜନରେ ପଡିଲା ଝିଟିପିଟି। ଏହି ଖାଦ୍ୟକୁ ଖାଇ ୩୬ ଛାତ୍ରଛାତ୍ରୀ ଅସୁସ୍ଥ। ଏଭଳି ଘଟଣା ଦେଖିବାକୁ ମିଳିଛି ବିହାର ସରଣ ଜିଲ୍ଲାର ଏକ ସରକାରୀ ସ୍କୁଲରେ। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତ ଗୁରୁବାର ସ୍କୁଲର ପିଲାମାନେ ଏକାଠି ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣେ ଖାଉଥିବା ପିଲାଟି ତାର ଖାଇବା ପ୍ଲେଟ୍ରୁ ଝିଟିପିଟି ବାହାରିଥିଲା। ସଂଗେ ସଂଗେ ପିଲାଟି ଶିକ୍ଷକଙ୍କୁ ଜଣାଇଥିଲା। ଏହାପରେ ମଧ୍ୟାହ୍ନ ଭୋଜନକୁ ବନ୍ଦ କରାଯାଇଥିଲା।
ତେବେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କୁ ତୁରନ୍ତ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହିଭଳି ୩୬ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଓ ବିପଦମୁକ୍ତ ରହିଥିବା ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି।
ଘଟଣା ଜାଣିବା ପରେ ସବ୍ ଡିଭିଜନାଲ୍ ମାଜିଷ୍ଟ୍ରେଟ୍(SDM) ସଂଜୟ କୁମାର ରାଏ ହସ୍ପିଟାଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସୂଚନା ଅନୁସାରେ, ୪୦ ଜଣ ପିଲା ମଧ୍ୟାହ୍ନ ଭୋଜନ ଖାଇଥିଲେ। ସେମାନଙ୍କ ମଧ୍ୟରୁ ୩୬ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ସପୃକ୍ତ NGO ସଂସ୍ଥା ଏନେଇ ଦାୟୀ ଓ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି SDM।
ଗତ ୨୦୧୩ ଜୁଲାଇରେ ଏହି ଜିଲ୍ଲାର ମଶରଖ୍ ପ୍ରାଇମେରୀ ସ୍କୁଲରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ଜଣେ ପିଲାର ମୃତ୍ୟୁ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)