/odishatv-khabar/media/post_attachments/uploadimage/library/16_9/16_9_0/Girls_1675333046.jpg)
Girls
ପରୀକ୍ଷା ହଲ୍ ଭିତରେ ପଶୁ ପଶୁ ଛାତ୍ରଙ୍କର ଉଡ଼ିଗଲ ହୋସ୍ । ହେଲେ କାହିଁକି ? ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଜଣେ ଛାତ୍ର ପରୀକ୍ଷା ହଲ୍ ଭିତରେ ପଶୁ ପଶୁ ଅଚେତ ହୋଇପଡ଼ିଲେ । ଆପଣ ଭାବୁଥିବେ ଛାତ୍ର ଜଣଙ୍କର କିଛି ରୋଗ ଥାଇପାରେ । ସେଥିପାଇଁ ସେ ଅଚେତ୍ ହୋଇଗଲେ । କିମ୍ବା କଡ଼ା ପ୍ରଶ୍ନ ପତ୍ର ଦେଖି ତାଙ୍କର ହୋସ୍ ଉଡ଼ିଗଲା । ଆଜ୍ଞା ଯଦି ଏହି ଦୁଇଟି କାରଣ ଭିତରୁ ଆପଣ କିଛି ଭାବୁଛନ୍ତି ତେବେ ଭୁଲ ଭାବୁଛନ୍ତି । ଛାତ୍ରଙ୍କର ହୋସ୍ ଉଡ଼ିବା ପଛର କାରଣ ଜାଣିଲେ ଆପଣଙ୍କର ବି ହୋସ୍ ଉଡ଼ିଯିବ।
ତେବେ ଏଭଳି ଘଟଣା ବିହାରରୁ ସାମ୍ନାକୁ ଆସିଛି । ପୁରା ଘଟଣାଟି ହେଲା, ବିହାରରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଶଙ୍କର ପରୀକ୍ଷା ଦେବା ପାଇଁ ଯେତେବେଳେ ହଲ୍ ଭିତରେ ପଶିଲେ, ସେ ଦେଖିଲେ ଯେ, ହଲ୍ ଭିତରେ କେବଳ ଝିଅ ବସିଛନ୍ତି । ଅର୍ଥାତ ପରୀକ୍ଷା ହଲ୍ରେ କେବଳ ଛାତ୍ରୀ । ଜଣେ ବି ଛାତ୍ର ନାହାନ୍ତି । ଆଉ ଝିଅମାନଙ୍କୁ ଦେଖି ଶଙ୍କର ନିଜକୁ ଅସହଜ ମଣିଲେ । ଆଉ ତାଙ୍କର ଚେତା ବୁଡ଼ିଗଲା । ଉକ୍ତ ପରୀକ୍ଷା ହଲ୍ରେ ପ୍ରାୟ ୫୦ ଜଣ ଝିଅ ପରୀକ୍ଷା ଦେଉଥିଲେ ।
ବିହାରର ସରିଫ ଆଲମ୍ ଇକ୍ବାଲ କଲେଜରେ ଏହା ଘଟିଥିବା ସୂଚନା ରହିଛି । ଶଙ୍କରଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ଅଚେତ ହେବା ପରେ ଛାତ୍ରଙ୍କୁ ଜ୍ୱର ମଧ୍ୟ ଆସିଥିଲା । ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ପରୀକ୍ଷା ହଲ୍ରେ ଏତେ ପରିମାଣର ଝିଅ ଦେଖି ଛାତ୍ର ଜଣକ ନର୍ଭସ ହୋଇଯାଇଥିଲେ । ଯାହାଫଳରେ ତାଙ୍କର ଚେତା ବୁଡ଼ିଗଲା ବୋଲି ପରିବାର ଲୋକ ମଧ୍ୟ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)