• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ସ୍କୁଲରେ ଡକାଯିବନି ସାର୍‌ ମାଡାମ୍‌ । ପିଲାଙ୍କୁ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଲିଙ୍ଗଗତ ତାରତମ୍ୟ ନରହିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ସ୍କୁଲରେ ପୁରୁଷ ଏବଂ ମହିଳା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସମାନତା ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଣିକି ପିଲାମାନେ ସାର୍‌ଙ୍କୁ ଡାକିବେ ଟିଚର ଓ ମାଡାମ୍‌ଙ୍କୁ ବି ଡାକିବେ ଟିଚର ।

ଆମେ ଜାଣିଛନ୍ତି ପ୍ରାୟ ସବୁ ସରକାରୀ ଓ ବେସରକାରୀ ସ୍କୁଲ୍‌ରେ ସାର-ମାଡାମ୍‌, ସାର୍‌-ମିସ୍‌ ଡକାଯିବାର ପରମ୍ପରା ରହିଛି । ସେହିଭଳି ଆମ ଓଡ଼ିଶା ରେ ସାର-ଦିଦି  ଡକାଯାଏ । ତେବେ ଏହି ସାର୍‌ ମାଡାମ୍‌ ପ୍ରଥା ଆମ ଓଡ଼ିଶାରେ ଉଠିନି । ଏହି ଘଟଣା ହେଉଛି କେରଳର । କେରଳ ଷ୍ଟେଟ୍‌ କମିଶନ୍‌ ପ୍ରୋଟେକ୍ସନ ଅଫ୍‌ ଚାଇଲ୍ଡ ରାଇଟ୍‌ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସ୍କୁଲରେ ସାର୍‌-ମାଡାମ୍‌ଙ୍କୁ ଛାତ୍ରଛାତ୍ରୀମାନେ ଟିଚର ବୋଲି ସମ୍ବୋଧନ କଲେ ଏଥିରେ କୌଣସି କ୍ଷତି ହେବ ନାହିଁ । ଏଥିରେ ଲିଙ୍ଗଗତ ତାରତମ୍ୟ ରହିବ ନାହିଁ । ଏହା ଦ୍ୱାରା କାହାର ମର୍ଯ୍ୟଦା ବି ହାନି ହେବ ନାହିଁ ।

କେରଳ ଚାଇଲ୍ଡ ରାଇଟ୍ସ ପ୍ୟାନେଲ ପକ୍ଷରୁ ଏହି ନିର୍ଦେଶ ଦିଆଯାଇଛି । ଚେୟାରମ୍ୟାନ୍‌ କେ.ଭି ମନୋଜ କୁମାର ଏବଂ ସଦସ୍ୟ ସି ବିଜୟ କୁମାର ବୁଧବାର ଏହି ମାମଲାର ଶୁଣାଣି କରି ଶିକ୍ଷା ବିଭାଗକୁ ଏହି ନିର୍ଦେଶ ଦେଇଛନ୍ତି । ଉକ୍ତ ବେଞ୍ଚ କହିଛି ଯେ, ସବୁ ସ୍କୁଲକୁ ତୁରନ୍ତ ନିର୍ଦେଶ ଦିଆଯାଉ ସାର-ମାଡାମ୍‌ ବଦଳରେ ଟିଚର ବୋଲି ସମ୍ବୋଧନ କରିବେ ।