• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଶ୍ୱବିଦ୍ୟାଳୟରେ ଏଣିକି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଓ ପରୀକ୍ଷା କରିବାକୁ ୟୁଜିସି ଚିଠି ଲେଖିଛି । ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏନେଇ ଚିଠି ୟୁଜିସି ଲେଖିଥିବାବେଳେ ଆଞ୍ଚଳିକ ଭାଷାରେ ପାଠ ପଢ଼ିବା, ପଢ଼ାଇବା ଓ ପରୀକ୍ଷାରେ ଉତ୍ତର ଲେଖିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ପୁସ୍ତକ ଇଂରାଜୀ ଭାଷାରେ ହୋଇଥିଲେ ବି ଛାତ୍ରଛାତ୍ରୀ ଚାହିଁଲେ ଆଞ୍ଚଳିକ ଭାଷାରେ ପରୀକ୍ଷାରେ ଉତ୍ତର ଲେଖି ପାରିବେ । ଏନେଇ ପ୍ରୋତ୍ସାହିତ କରିବାକୁ ସମସ୍ତ କୁଳପତିଙ୍କୁ ଚିଠି ଲେଖିଛି ୟୁଜିସି । ଏଥିସହିତ ସମସ୍ତ ପାଠ୍ୟ ପୁସ୍ତକକୁ ଆଞ୍ଚଳିକ ଭାଷାରେ ଟ୍ରାନ୍ସଲେଟ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ନିଜ ବିଶ୍ୱବିଦ୍ୟାଳୟରେ କେତେ ପରିମାଣରେ କେଉଁ ବିଭାଗର ଆଞ୍ଚଳିକ ଭାଷାର ବହି ଉପଲବ୍ଧ ଅଛି ତାହା ଜଣାଇବାକୁ ୟୁଜିସି କହିଛନ୍ତି । ଆଞ୍ଚଳିକ ଭାଷାରେ ଶିକ୍ଷାଦାନ, ପରୀକ୍ଷା ଆଦି ହେଲେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ, ସାମାଜିକ ବିକାଶ ହେବ ବୋଲି ୟୁଜିସି ଆଶା ରଖିଛି । ଏହାସହ ଉଚ୍ଚଶିକ୍ଷାରେ ପିଲାଙ୍କ ନାମ ଲେଖା ୨୦୩୫ ସୁଦ୍ଧା ୨୭ ପ୍ରତିଶତରୁ ୫୦ ପ୍ରତିଶତକୁ ବଢ଼ିବ ବୋଲି ୟୁଜିସି ଆକଳନ କରିଛି ।