୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଦମଦାର ପ୍ରଦର୍ଶନ ସହ ଫାଇନାଲ ଟିକେଟ ହାତେଇଛନ୍ତି ରମିତା ଜିନ୍ଦଲ ।
ଆସନ୍ତାକାଲି ଅପରାହ୍ନ ୩ଟା ୩୦ରେ ଖେଳାଯିବ ଫାଇନାଲ ମ୍ୟାଚ୍ ।
ତୀରନ୍ଦାଜୀରେ କ୍ୱାର୍ଟର-ଫାଇନାଲରେ ଭାରତ । ଐତିହାସିକ ପ୍ରଥମ ଅଲମ୍ପିକ ମେଡାଲ ଠାରୁ ଆଉ ମାତ୍ର ଦୁଇଟି ବିଜୟ ଦୂରରେ ପୁରୁଷ ଓ ମହିଳା ତୀରନ୍ଦାଜ ଟିମ ।
ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଉଡ଼ିଲା ତ୍ରିରଙ୍ଗା । ତ୍ରିରଙ୍ଗା ଥିମ୍ କୁର୍ତ୍ତା ଓ ଶାଢ଼ୀରେ ନଜର ଆସିଲେ ୭୮ ଜଣ ଭାରତୀୟ ଖେଳାଳି । ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୨୬ ଜୁଲାଇରୁ ଆରମ୍ଭ ହେଉଛି ବିଶ୍ୱ କ୍ରୀଡାର ମହାକୁମ୍ଭ ୨୦୨୪ ଅଲମ୍ପିକ୍ସ । ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ୍ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଓ ମୋଟ ପଦକ ଅଧିକ ସଂଖ୍ୟାରେ ଜିତିବା ନେଇ ଆଶା ରହିଛି । ଜାଣନ୍ତୁ ପ୍ୟାରିସ ଅଲିମ୍ପିକ୍ସ ଭାରତୀୟ ଖେଳାଳିଙ୍କ ଖେଳସୂଚୀ...
ରାଙ୍କିଙ୍ଗ ରାଉଣ୍ଡରେ ମହିଳା ତୀରନ୍ଦାଜ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୀପିକା କୁମାରୀ, ଅଙ୍କିତା ଭକତ ଏବଂ ଭଜନ କୌରଙ୍କୁ ନେଇ ଗଠିତ ମହିଳା ଟିମ୍କୁ ଏହି ସଫଳତା ମିଳିଛି।
ମହାସମାରୋହରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ବପ୍ରସିଦ୍ଧ ଆଇଫିଲ୍ ଟାୱାର୍।
ଆର୍ଚେରୀ ଟିମ୍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ। ଭାରତୀୟ ସମୟ ଅପରାହ୍ନ ୧ଟା ଓ ୫ଟା ୪୫ରେ ପ୍ରତିଯୋଗିତା ଆରମ୍ଭ ହେବ।
ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରୁଥିବା ଭାରତୀୟ ଆଥଲେଟ୍ଙ୍କ ସହାୟତା ପାଇଁ ଦେବ ସାଢ଼େ ୮ କୋଟି ଟଙ୍କା।
କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ । ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଉଭୟ ଯୋଗ୍ୟତା ଅର୍ଜନ କରିଛନ୍ତି। କିଶୋର ଜେନା ଜାଭଲିନ୍ ଥ୍ରୋ ପାଇଁ ଓ ଅମିତ ରୋହିଦାସ ହକି ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ । ଏହା ପୂର୍ବରୁ ଏହି ଅଲିମ୍ପିକ୍ସରେ ସାମିଲ ହେବାକୁ ଥିବା ଭାରତୀୟ ଖେଳାଳିଙ୍କୁ ଭେଟି ମନୋବଳ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭାରତୀୟ ହକି ଦଳ ଘୋଷିତ ହୋଇଛି । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ୧୯ ଜଣିଆ ହକି ଟିମ୍ ଘୋଷଣା ହୋଇଛି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ ।
‘ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ’କୁ ଏକ ଉତ୍ସବ ଭଳି ପଳନ କରାଯାଏ। ଏହି ବିଶେଷ ଦିନରେ ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଆପଣ ଜାଣନ୍ତି କି ଏହି ଦିନ ସମଗ୍ର ବିଶ୍ୱରେ କାହିଁକି ‘ଅଲିମ୍ପିକ୍ ଡେ’ ପାଳନ କରାଯାଏ ଏବଂ ଏହା ପଛର କାରଣ କ’ଣ? ଆସନ୍ତୁ ଜାଣିବା।
୨୦୨୮ ଅଲମ୍ପିକ୍ସ ଲସ୍ ଏଞ୍ଜଲ୍ସେରେ ହେବାକୁ ଯାଉଛି। ଏହା ପୂର୍ବରୁ ଲସ୍ ଏଞ୍ଜେଲ୍ସ ଆୟୋଜନ ସମିତି ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ୍ କରିବାକୁ IOCକୁ ପ୍ରସ୍ତାବ ଦେଇଥିଲା। କ୍ରିକେଟ୍ ସହ ଫ୍ଲାଗ୍ ଫୁଟବଲ୍, ବେସ୍ବଲ୍, ସ୍କ୍ୱାସ୍ ଓ ଲାକ୍ରୋସ୍ ଭଳି ଖେଳ ଅଲମ୍ପିକ୍ସରେ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଅଧାରେ ରହିଯିବ କି ଅଲିମ୍ପିକ୍ ସ୍ୱପ୍ନ ! ଆଖିରେ ହଜାରେ ସ୍ୱପ୍ନ କିନ୍ତୁ ଲକ୍ଷ୍ୟ ସ୍ଥିର.. କଠିନ ପରିଶ୍ରମ ବି କରୁଛନ୍ତି.. ସହଯୋଗ ମିଳିଲେ ସେ ବି ହେବେ ଓଡ଼ିଶା ଦୌଡ଼ରାଣୀ
ଶନିବାର ସେମିଫାଇନାଲରେ ଭାବିନା ବିଶ୍ୱର ୩ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଚୀନ୍ର ମିଆଓ ଝାଙ୍ଗଙ୍କୁ ୩-୨ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ଭାବିନାଙ୍କ ବ୍ୟାକହେଣ୍ଡ, ସ୍ପେନ୍ ଓ ଷ୍ଟ୍ରୋତ୍ର ଚତ୍ମକାର ଖେଳ ଆଜି ଦେଖିବାକୁ ମିଳିଛି।