Advertisment

ଆଜି ବିଶ୍ବ କ୍ରୀଡ଼ା ମହାକୁମ୍ଭର ବାଜିବ ବିଗୁଲ୍; ଭାଗନେବେ ୧୦ ହଜାରରୁ ଅଧିକ ଆଥଲେଟ୍‌..

ମହାସମାରୋହରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ବପ୍ରସିଦ୍ଧ ଆଇଫିଲ୍ ଟାୱାର୍।

author-image
Sujit kumar Swain
ଅଦ୍ୟତନ ହୋଇଛି
Paris Olympics Opening Ceremony 2024

Olympics 2024

ଆଜି ବିଶ୍ବ କ୍ରୀଡ଼ା ମହାକୁମ୍ଭର ବାଜିବ ବିଗୁଲ୍। ମହାସମାରୋହରେ ଅନୁଷ୍ଠିତ ହେବ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ବପ୍ରସିଦ୍ଧ ଆଇଫିଲ୍ ଟାୱାର୍। 

Advertisment

ଫ୍ରାନ୍ସ ରାଜଧାନୀରେ ଅଗଷ୍ଟ ୧୧ ଯାଏଁ ଅଲିମ୍ପିକ୍ସ ଆୟୋଜିତ ହେଉଥିବା ବେଳେ, ଏଥିରେ ୧୦ ହଜାର ୫ଶହ ଆଥଲେଟ୍ ଭାଗ ନେଉଛନ୍ତି। ଭାରତରୁ ଭାଗ ନେଉଛନ୍ତି ୧୧୭ ଜଣିଆ କଣ୍ଟିନଜେଣ୍ଟ। ସେଥିରେ ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି । ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ସର୍ବାଧିକ ୨୯ ଜଣ ଏବଂ ସୁଟିଂରେ ୨୧ ଜଣ ପ୍ରତିଦ୍ବନ୍ଦ୍ବିତା କରିବେ। ସେମାନଙ୍କ ସହ ୬୭ ଜଣ କୋଚ୍ ଓ ୭୨ ଜଣ ସପୋର୍ଟ ଷ୍ଟାଫ ମେମ୍ବର ଯାଇଛନ୍ତି ପ୍ୟାରିସ।

ଅଧିକ ପଢନ୍ତୁ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ତୀରନ୍ଦାଜ ଟିମକୁ ସଫଳତା...

ଅନ୍ୟପଟେ ହରିୟାଣାରୁ ସର୍ବାଧିକ ୨୫ ଆଥଲେଟ୍ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବେଳେ ୧୮ ଜଣ ଆଥଲେଟଙ୍କ ସହ ଦ୍ବିତୀୟ ସ୍ଥାନରେ ପଞ୍ଜାବ ରହିଛି । ସେହିପରି ତୃତୀୟରେ ତାମିଲନାଡୁର ସର୍ବାଧିକ ୧୨ ଜଣ ଆଥଲେଟ୍ ଏଥିରେ ଭାଗ ନେବାକୁ ଯାଉଛନ୍ତି । ସେହିପରି ସିକ୍କିମ, ଗୋଆ, ଆସାମ, ବିହାରରୁ ସର୍ବନିମ୍ନ ଜଣେ ଲେଖାଏଁ କ୍ରୀଡାବିତ ଅଂଶଗ୍ରହଣ କରିବେ । 

Advertisment

ସେପଟେ ଚିତାକର୍ଷକ ହେବାକୁ ଯାଉଛି ଆଜିର ଉଦଘାଟନୀ ସମାରୋହ। ଭାଗ ନେବେ ୩ହଜାର ନୃତ୍ୟଶିଳ୍ପୀ। ପ୍ରଥମ ଥର ପାଇଁ ଷ୍ଟାଡିୟମ ଭିତରେ ନୁହେଁ, ପ୍ୟାରିସ ମଝି ଦେଇ ବହିଥିବା ସେନ୍ ନଦୀରେ ନୌକାରେ ଦେଶ ମାନଙ୍କର ପରେଡ୍ ଅନୁଷ୍ଠିତ ହେବ। ଭାରତ କଣ୍ଟିନଜେଣ୍ଟର ନେତୃତ୍ବ ନେଇ ଜାତୀୟ ପତାକା ଧରିବେ ଟେବଲ୍ ଟେନିସ୍ ଲିଜେଣ୍ଡ୍ ଅଚନ୍ତା ଶରତ କମଳ ଏବଂ ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ। 

Olympics
Advertisment
Advertisment