Advertisment

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା; ଓଡ଼ିଆ ଖେଳାଳି ଭାବେ ରୋହିଦାସଙ୍କୁ ମିଳିଲା ସୁଯୋଗ

ଭାରତୀୟ ହକି ଦଳ ଘୋଷିତ ହୋଇଛି । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ୧୯ ଜଣିଆ ହକି ଟିମ୍‌ ଘୋଷଣା ହୋଇଛି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha's Amit Rohidas named in the Indian Hockey squad for the Paris Olympics

Amit Rohi das

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ ହୋଇଛି । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ୧୯ ଜଣିଆ ହକି ଟିମ୍‌ ଘୋଷଣା  । ତେବେ ସବୁଠାରୁ ବଡ଼ କଥା ହେଉଛି ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ମିଳିଛି ସୁଯୋଗ । ଜୁଲାଇ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଭାରତ ।

Advertisment

ସେହିପରି ହାର୍ଦ୍ଦିକ ସିଂହଙ୍କୁ ଉପ-ଅଧିନାୟକ କରାଯାଇଛି । ପ୍ୟାରିସ୍ ଅଲିମ୍ପିକ୍ସରେ ପାଞ୍ଚ ଜଣ ନବାଗତଙ୍କୁ ମଧ୍ୟ ସୁଯୋଗ ମିଳିଛି। ଜରମନପ୍ରୀତ ସିଂହ, ସଞ୍ଜୟ, ରାଜ କୁମାର ପାଲ, ଅଭିଷେକ ଏବଂ ସୁଖଜିତ ସିଂହ ଡେବ୍ୟୁ କରିବାକୁ ଯାଉଛନ୍ତି । ଶ୍ରୀଜେଶ ଗୋଲକିପର୍ ଥିବାବେଳେ ନୀଳକାନ୍ତ ଶର୍ମା, ଯୁଗରାଜ ସିଂହ ଏବଂ କୃଷ୍ଣ ପଠକଙ୍କୁ ବିକଳ୍ପ ଆଥଲେଟ୍ ଭାବେ ନାମିତ କରାଯାଇଛି। କୋଚ୍ କ୍ରେଗ୍ ଫୁଲଟନ୍ କହିଛନ୍ତି ଯେ, ଚୟନ ପ୍ରକ୍ରିୟା ଖୁବ୍ କଷ୍ଟକର ଥିଲା, ତଥାପି ଟିମ୍ ଚୟନର ଏକ ଅଂଶ ହୋଇଥିବାରୁ ସେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି ।

ଅଧିକ ପଢ଼ନ୍ତୁ: ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା

ଅଲିମ୍ପିକ୍ସ ୨୦୨୪: ଭାରତୀୟ ହକି ଟିମ୍

ଗୋଲକିପର୍ସ:

୧.ଶ୍ରୀଜେଶ ପରତ୍ତୁ ରବୀନ୍ଦ୍ରନ

ଡିଫେଣ୍ଡର୍ସ:

୨.ଜାରମାନପ୍ରୀତ ସିଂହ
୩.ଅମିତ ରୋହିଦାସ
୪.ହରମନପ୍ରୀତ ସିଂ
୫.ସୁମିତ
୬.ସଞ୍ଜୟ

ମିଡଫିଲ୍ଡର୍ସ:

୭.ରାଜକୁମାର ପାଲ
୮.ଶାମଶେର ସିଂହ
୯. ମନପ୍ରୀତ ସିଂହ
୧୦.ହାର୍ଦ୍ଦିକ ସିଂହ
୧୧.ବିବେକ ସାଗର ପ୍ରସାଦ

Advertisment

ଅଧିକ ପଢ଼ନ୍ତୁ: ପୁଣି କମ୍ପିବ ବାରବାଟୀ ଷ୍ଟାଡିୟମ; ଫେବ୍ରୁଆରୀରେ ଭାରତ-ଇଂଲଣ୍ତ ୱାନ୍‌ଡେ ମ୍ୟାଚ୍‌

ଫରୱାର୍ଡ୍ସ:

୧୨.ଅଭିଷେକ
୧୩.ସୁଖଜିତ୍ ସିଂହ
୧୪.ଲଳିତ କୁମାର ଉପାଧ୍ୟାୟ
୧୫.ମନଦୀପ ସିଂହ
୧୬.ଗୁରୁଜନ୍ତ ସିଂହ

ଅଲଟରନେଟ ଆଥଲେଟ୍ସ:

୧୭.ନୀଲକାନ୍ତ ଶର୍ମା
୧୮.ଜୁଗରାଜ ସିଂହ
୧୯.କୃଷ୍ଣ ବାହାଦୂର ପଠକ

Olympics India Men's Hockey Team Amit Rohidas Hockey India
Advertisment
Advertisment