Advertisment

ଅଲିମ୍ପିକ୍ସରେ ଚମକିବେ ୨ ଓଡ଼ିଆ; ୧୫ ଲକ୍ଷ ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ । ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଉଭୟ ଯୋଗ୍ୟତା ଅର୍ଜନ କରିଛନ୍ତି। କିଶୋର ଜେନା ଜାଭଲିନ୍‍ ଥ୍ରୋ ପାଇଁ ଓ ଅମିତ ରୋହିଦାସ ହକି ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

author-image
Sonali Ojha
ଅଦ୍ୟତନ ହୋଇଛି
Olympics

Olympics

ପ୍ୟାରିସ୍ ଅଲିମ୍ପିକ୍ସରେ ଚମକିବେ ଓଡ଼ିଆ ଖେଳାଳି। ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଆଥଲେଟ୍ କିଶୋର ଜେନା ଓ ହକି ଖେଳାଳି ଅମିତ ରୋହିଦାସ। ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଭୟଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି।

Advertisment

ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଦୁଇ ଯୁବ ତାରକା ଅମିତ ରୋହିଦାସ ଏବଂ କିଶୋର ଜେନା। ଏନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତି କରିବା ସହ କହିଛନ୍ତି, “ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅମିତ ରୋହିଦାସ ଏବଂ କିଶୋର ଜେନା ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି। ସେମାନଙ୍କ ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିଷ୍ଠା ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ”।

କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ । ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଉଭୟ ଯୋଗ୍ୟତା ଅର୍ଜନ କରିଛନ୍ତି। କିଶୋର ଜେନା ଜାଭଲିନ୍‍ ଥ୍ରୋ ପାଇଁ ଓ ଅମିତ ରୋହିଦାସ ହକି ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଗାମୀ ଅଲିମ୍ପିକରେ ଉଭୟ ନିଜର ଶ୍ରେଷ୍ଠ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ଦେଶକୁ ଗୌରବାନ୍ବିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Advertisment

ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଅନୁଷ୍ଠିତ ହେବାକୁ ଯାଉଛି ଅଲିମ୍ପକ୍ସ ୨୦୨୪। ଓଡ଼ିଆ ଜାଭଲିନ୍ ଖେଳାଳି କିଶୋର ଜେନାଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ଗେମ୍ସ ଟିକେଟ୍ ମିଳିଛି। ଆଥଲେଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ୨୮ ଜଣିଆ ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲଟିକ୍ ଟିମରେ ସ୍ଥାନ ପାଇଛନ୍ତି କିଶୋର। ଅଲିମ୍ପିକ ସ୍ବର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଏହି ଟିମରେ ସ୍ଥାନ ପାଇଛନ୍ତି। ୨୮ ଜଣିଆ ଦଳରେ ୧୧ ଜଣ ମହିଳା ଆଥଲେଟ୍ ଅଛନ୍ତି। ଜୁଲାଇ ୨୬ରୁ ପ୍ୟାରିସ୍ ଅଲିମ୍ପିକ୍ସ ଗେମ୍ସ ଖେଳାଯିବ। ଟ୍ରାକ୍ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଅଗଷ୍ଟ ୧ରୁ ଅଗଷ୍ଟ ୧୧ ଯାଏଁ ମେଗା ପ୍ରତିଯୋଗିତାର ୩୩ତମ ସଂସ୍କରଣ ଚାଲିବ। ଏଥିରେ ଭାରତରୁ ମୋଟ ୧୧୩ ଜଣ ଖେଳାଳି ଅଂଶଗ୍ରହଣ କରିବେ।

Olympics
Advertisment
Advertisment