ଭିଣ୍ଟେଜ୍ କାର୍ରେ ଏଣ୍ଟ୍ରି ମାରିଲେ ଅନୁଭବ । ବାଜୁଥିଲା ବାଜା... ଫୁଟୁଥିଲା ବାଣ... ନାଚିନାଚି କନ୍ୟା ପକ୍ଷଙ୍କ ନିକଟରେ ପହଞ୍ଚିଲା ବାରାତ୍। ଆଉ ତା’ ପରେ ରୀତିନୀତି ଅନୁଯାୟୀ ଦ୍ୱିତୀୟ ଥର ପାଇଁ ପୁଣି ପଡ଼ିଲା ଅନୁଭବଙ୍କ ହାତଗଣ୍ଠି ।
ଦିଲ୍ଳୀର ତ୍ୟାଗରାଜ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିବାହ ସମ୍ପନ୍ନ ହୋଇଛି । ପୂର୍ବରୁ ବାନ୍ଧବୀ କୁହାଯାଉଥିବା ଜାଗୃତି ଶୁକ୍ଳାଙ୍କ ହାତ ଧରିଛନ୍ତି ଅନୁଭବ ।
ଅଧିକ ପଢ଼ନ୍ତୁ: ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଉନ୍ମୋଚିତ
Also Read
ଅନୁଭବଙ୍କ ଏହି ବିବାହକୁ ବିଶେଷ ଭାବେ କାହାରିକୁ ନିମନ୍ତ୍ରଣ କରାଯାଇନଥିବା ଜଣାପଡ଼ିଛି କେବଳ ବନ୍ଧୁ ଓ ନିକଟ ସମ୍ପର୍କୀୟମାନେ ଏଥିରେ ସାମିଲ ହୋଇଥିଲେ। ଅର୍ଥାତ୍ କୌଣସି ରାଜନେତା ଏବଂ କୌଣସି ସିନେତାରକାଙ୍କୁ ତାଙ୍କ ବିବାହରେ ସେ ସାମିଲ କରିନାହାନ୍ତି।
ଚଳିତ ମାସ ୮ ତାରିଖରେ ଅନୁଭବ ଓ ଜାଗୃତିଙ୍କ ନିର୍ବନ୍ଧ ହୋଇଥିଲା । ପରିବାର ସହ ଗୋପନ ଭାବେ ନିର୍ବନ୍ଧ କରାଯାଇଥିଲା। ଶେଷରେ ରୀତିନୀତି ଅନୁଯାୟୀ ମଙ୍ଗଳବାର ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି । ଅନୁଭବଙ୍କ ବିବାହକୁ ନେଇ ସୋଶାଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଥିଲା । ଯାହା ଏବେ ସତ ହୋଇଛି ।