• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡରାଇଲାଣି ମଙ୍କିପକ୍ସ । ଉଗ୍ରରୂପ ନେଇପାରେ ଏହି ରୋଗ । WHO ଦେଲା ଚେତାବନୀ । ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କ ସୂଚନା । ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇପାରେ । ବିଶ୍ୱର ପ୍ରାୟ ୨୦ଟି ଦେଶରେ ୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମେରିକା ଓ ୟୁରୋପରେ ପୀଡ଼ିତଙ୍କ ସଂଖ୍ୟା ବଢୁଛି । ଏବେଠୁ ସତର୍କ ନ ରହିଲେ, ମଙ୍କିପକ୍ସ ଗୋଷ୍ଠୀ ସଂକ୍ରମଣର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ସାରା ବିଶ୍ୱରେ ଏବେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ଏବେ ସବୁଠି ଆତଙ୍କ । କାରଣ ଲୋକଙ୍କ ମନରୁ କରୋନା ମହାମାରୀ ଭୟ ନଯାଉଣୁ ପୁଣି ଏକ ମହାମାରୀ କଥା ସୁଣିଲେ ମନରେ ଛନକା ପଶୁଛି । ସଦ୍ୟତମ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଦେଶରେ ପ୍ରାୟ ୨୦୦ରୁ ଅଧିକ ‘ମାଙ୍କି ପକ୍ସ’ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।

ବ୍ରିଟେନ, ୟୁରୋପୀୟ ଦେଶ, ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆ ସମେତ ଏଭଳି ୨୦ ଦେଶରେ ଏହି ସମସ୍ତ ମାମଲା ଦେଖିବାକୁ ମିଳିଛି । କିନ୍ତୁ ଆଶ୍ୱସ୍ତିକର ବିଷୟ ଏୟା ଯେ, ଏପର୍ଯ୍ୟନ୍ତ ଭାରତରେ ‘ମଙ୍କିପକ୍ସ’ର କୌଣସି ମାମଲା ଚିହ୍ନଟ ହୋଇ ନାହିଁ । କିନ୍ତୁ କେନ୍ଦ୍ର ସରକାର ପକ୍ଷରୁ 'ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ’ ଏବଂ 'ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ'କୁ ସତର୍କ ରହିବାକୁ କୁହାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) 'ମାଙ୍କି ପକ୍ସ'କୁ ନେଇ ପୂର୍ବରୁ ମଧ୍ୟ ଚେତାବନୀ ଦେଇଥିଲା । ସେ କହିଥିଲା, ଯେଉଁ ଦେଶରେ ଏବେ ସୁଦ୍ଧା ଏହି ସଂକ୍ରମଣ ବିସ୍ତାର ହୋଇନାହିଁ, ସେଠାରେ ଅଧିକ ବେଗରେ ବିସ୍ତାର ହେବାର ସମ୍ଭାବନା ବେଶି । 'ମାଙ୍କି ପକ୍ସ' ସେହିମାନଙ୍କୁ ସଂକ୍ରମିତ କରୁଛି, ଯେଉଁମାନେ କୌଣସି କାରଣରୁ ଏହି ରୋଗୀଙ୍କ ସହ ଶାରୀରିକ ସମ୍ପର୍କରେ ଆସୁଛନ୍ତି । WHO ଅଧିକାରୀ ଡେଭିଡ୍‌ ହେମେନ ଏହା ମଧ୍ୟ କହିଛନ୍ତି ଯେ, ଅନୁମାନ କରାଯାଉଛି ଯୌନ ସମ୍ପର୍କ ମାଧ୍ୟମରେ ମଣିଷମାନଙ୍କ କ୍ଷେତ୍ରରେ ‘ମଙ୍କିପକ୍ସ’ ଅଧିକ ବିସ୍ତାର ହେଉଛି । ‍ବିଶେଷ କରି ଗେ’ ମାନଙ୍କ କ୍ଷେତ୍ରରେ ଏହି ରୋଗ ଅଧିକ ଦେଖାଯାଉଛି । ଏହି କାରଣରୁ ସାରା ବିଶ୍ୱରେ ‘ମଙ୍କିପକ୍ସ ମାମଲା’ ବୃଦ୍ଧି ପାଇବାରେ ଲାଗିଛି । ମଣିଷ ମାନଙ୍କ କ୍ଷେତ୍ରରେ ଏହା ଅଧିକ କ୍ଷତିକାରକ ବୋଲି ମଧ୍ୟ ଅନୁମାନ ମଧ୍ୟ କରାଯାଛି ।