Advertisment

ଗୋଷ୍ଠୀ ସଂକ୍ରମଣର ରୂପ ନେଲା ମଙ୍କିପକ୍ସ !

UKHSA କହିଛି ଯେ ମଙ୍କିପକ୍ସର ଦୈନିକ ସଂକ୍ରମଣ ଅଧିକରୁ ଅଧିକ ଦେଖୁଛୁ।

author-image
Chandan Shishu
ଅଦ୍ୟତନ ହୋଇଛି
Monkeypox Virus

Monkeypox Virus

କ୍ଷୀପ୍ର ବେଗରେ ବ୍ୟାପୁଛି ମଙ୍କିପକ୍ସ ଭାଇରସ୍। ଗୋଟିଏ ଦେଶକୁ ଆଉ ଗୋଟିଏ ଦେଶ ଡେଇଁବାରେ ଲାଗୁଛି ଏହି ଭାଇରସ୍। ବ୍ରିଟେନ୍‌ରେ ବ୍ୟାପିଥିବା ମଙ୍କିପକ୍ସ ଏବେ ଭୟଙ୍କର ରୂପ ଧାରଣ କଲାଣି। ଏହି ଭୂତାଣୁ ଏବେ ଗୋଷ୍ଠୀ ସକ୍ରମଣର ରୂପ ନେଲାଣି। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିବାରୁ ସମସ୍ୟା ଆହୁରି ବଢାଇଛି। 

Advertisment

ବ୍ରିଟେନ୍‌ରେ ଏବେ ମଙ୍କିପକ୍ସର ଦୈନିକ ସଂକ୍ରମଣ ବଢିବାରେ ଲାଗିଛି। କିନ୍ତୁ ଏହାର କୌଣସି ଲିଙ୍କ୍‌ ପଶ୍ଚିମ ଆଫ୍ରିକା ସହ ନଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। କାହିଁକିନା ଏସବୁ ଦେଶରେ ମଙ୍କିପକ୍ସ ଏଣ୍ଡେମିକ୍ ଷ୍ଟେଜ୍‌ରେ ପହଞ୍ଚିଛି। ଗତ ଶୁକ୍ରବାର ୨୦ ସଂକ୍ରମିତ ହେବା ପରେ ସୋମବାର ନୂଆ ଚିତ୍ର ଆସିପାରେ ବୋଲି ୟୁକେ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି(UKHSA) କହିଥିଲା।

UKHSAର ମୁଖ୍ୟ ମେଡିକାଲ ପରାମର୍ଶଦାତା ସୁସାନ ହପକିନ୍ସ କହିଛନ୍ତି ଯେ ଯେଉଁ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ପଶ୍ଚିମ ଆଫ୍ରିକା ସହ କୌଣସି ଲିଙ୍କ ନାହିଁ, ଯାହା ଆମେ ଆଗରୁ ଦେଖୁଥିଲୁ। ଆମେ ମଙ୍କିପକ୍ସର ଦୈନିକ ସଂକ୍ରମଣ ଅଧିକରୁ ଅଧିକ ଦେଖୁଛୁ। ହପକିନ୍ସ ଆହୁରି କହିଛନ୍ତି ଯେ, ରୋଗୀଙ୍କ ସହ ଅଧିକ ସଂସ୍ପର୍ଶରେ ଆସିଲେ ଏହା ସଂକ୍ରମିତ କରିଥାଏ। କିନ୍ତୁ ସହରାଞ୍ଚଳରେ ଏହାର ସଂକ୍ରମଣ ଅଧିକ ଦେଖାଯାଉଛି। ଯାହାର ଅନ୍ୟ ଏକ କାରଣ ସମଲିଙ୍ଗୀ (ପୁରୁଷ-ପୁରୁଷ ସହ ଶାରିରୀକ) ସମ୍ପର୍କ କାରଣ ହୋଇପାରେ। ବର୍ତ୍ତମାନ ସମୟରେ ଏହାର ଭୟାବହତା କମ୍‌ ରହିବ ତଥାପି ଆମକୁ ସତର୍କ ହୋଇ ରହିବାକୁ ପଡ଼ିବ। ଅଧିକାଂଶ କିଶୋରମାନଙ୍କୁ ସାମାନ୍ୟ ଲକ୍ଷଣ ଦେଖାଦେଉଛି। 

Advertisment

ଗତ ମେ ୭ରେ ୟୁକେରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ରୋଗୀ ଜଣକ ନିକଟରେ ନାଇଜେରିଆରୁ ଫେରିଥିଲେ। ତେବେ ଏହି ଭୂତାଣୁ ୟୁରୋପ ଓ ଉତ୍ତର ଆମେରିକାକୁ ବ୍ୟାପିବାରେ ଲାଗିଛି। ମଙ୍କିପକ୍ସ ସଂକ୍ରମିତ ରୋଗୀଙ୍କ ଚର୍ମର ପୂଜ ସଂସ୍ପର୍ଶରେ ଆସିଲେ କିମ୍ବା ରୋଗୀର ବେଡ୍‌ ଓ ଟାୱେଲ୍ ବ୍ୟବହାର କଲେ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଥାଏ।  ଆକ୍ରାନ୍ତ ବ୍ୟକ୍ତିଙ୍କ କାଶ, ଛିଙ୍କର ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗ ବ୍ୟାପିବାର ସମ୍ଭାବନା ଥାଏ। 

ଏହି ରୋଗରେ ପୀଡିତ ହେଲେ ରୋଗୀକୁ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ଚର୍ମ ଫୁଲିବା, ଥଣ୍ଡା ଓ ଥକ୍କାପଣ ଲକ୍ଷଣ ଦେଖାଦିଏ। ଏପରିକି ମୁଖର ଉପରିଭାଗ କୁଣ୍ଡାଇ ହେବା ପରେ ଏହା ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଥାଏ। ଏହାର ଲକ୍ଷଣ ସହ ହାଡ଼ଫୁଟି ଲକ୍ଷଣର ସମାନତା ରହିଥିବା କୁହାଯାଉଛି । ତେବେ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନଥିବାରୁ ସମସ୍ୟା ଆହୁରି ବଢାଇଛି। କିନ୍ତୁ ମିଳିମିଳା ପାଇଁ ଦିଆଯାଉଥିବା ଭ୍ୟାକ୍ସିନ୍ ମଙ୍କିପକ୍ସ ବିରୋଧରେ ୮୫ ପ୍ରତିଶତ ପ୍ରଭାବୀ ରହୁଛି।  

UK Monkeypox Virus Spread Monkeypox Virus
Advertisment
Advertisment