• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମଙ୍କିପକ୍ସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କଘଣ୍ଟି । ୭୫ଟି ଦେଶରେ ୧୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ, ବସନ୍ତ ଜାତୀୟ ରୋଗ ମଙ୍କିପକ୍ସକୁ ଗ୍ଲୋବାଲ୍ ହେଲ୍ଥ ଏମର୍ଜେନ୍ସି ଘୋଷଣା କଲା ଡବ୍ଲୁଏଚ୍ଓ(WHO) । ବିଦେଶ ଯାତ୍ରୀଙ୍କ ମାଧ୍ୟମରେ ଏହି ସଂକ୍ରମଣ କମ୍ ଦେଖାଯାଉଥିଲେ ମଧ୍ୟ ଏହା ବିଶ୍ୱର ଅଧିକାଂଶ ସ୍ଥାନରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ଦେଖିବାକୁ ମିଳିଛି ।

ଏନେଇ ସୂଚନା ଦେଇଛନ୍ତି ଡବ୍ଲୁଏଚ୍ଓ ମୁଖ୍ୟ ଟେଡ୍ରସ୍ ଆଧାନମ୍ । ଏଯାଏଁ ମୋଟ ୫ ଜଣଙ୍କ ଜୀବନ ନେଇଛି ଏହି ସଂକ୍ରାମକ ଭୂତାଣୁ ଜନିତ ରୋଗ । ମାସେ ତଳେ ଡବ୍ଲୁଏଚ୍ଓର ଏମର୍ଜେନ୍ସି କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିଲା । ସେତେବେଳେ ୪୭ଟି ଦେଶରେ ପ୍ରାୟ ୩ ହଜାରଟି ମାମଲା ଥିଲା । ହେଲେ ମାସେ ଭିତରେ ଏହା ୭୫ଟି ଦେଶକୁ ମାଡ଼ିଗଲାଣି ।

ଏପଟେ ଭାରତ କଥା ଦେଖିଲେ, ଦେଶରେ ମଙ୍କିପକ୍ସ ଆକ୍ରାନ୍ତ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ୩ ଜଣ ଯାକ କେରଳର ଏବଂ ସେମାନେ ବିଦେଶ ଫେରନ୍ତା । ପ୍ରଥମେ କୋଲ୍ଲାମ, ପରେ କୁନ୍ନୁର ଏବଂ ଗତକାଲି ମାଲ୍ଲାପୁରମରେ ଠାବ ହୋଇଛନ୍ତି ତୃତୀୟ ଆକ୍ରାନ୍ତ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେରଳକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ୍ ପଠାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏଥିସହ ପୂର୍ବରୁ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି ହୋଇଛି ।