• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାଟିରେ ତିଆରି ଚାଲିଛି ପବିତ୍ର ଯଜ୍ଞ କୁଣ୍ଡ । ପାଖରେ ସ୍ଥାପନ କରାଯାଉଛି ଶିବ ଲିଙ୍ଗ ... । ଆରାଧ୍ୟ ଦେବତା ମହାଦେବଙ୍କୁ ଆବାହନ ସହ ମା ବାରଭୁଜାଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ଲକ୍ଷ୍ୟରେ ନାଗା ସାଧୁ । କିଏ ହିମାଳୟରେ ମାସ ମାସ ଧରି ଧ୍ୟାନ ମୁଦ୍ରାରେ ବସିଥିଲେ ତ କିଏ ପ୍ରତ୍ୟକ୍ଷ ଶକ୍ତି ପୀଠ ମା ଉଜ୍ଜୟନୀଙ୍କ ସ୍ଥଳୀରେ ଜପୁଥିଲେ ମନ୍ତ୍ର । ପବିତ୍ର ମାଘ ମେଳାରେ ସାଧନା କରିବାକୁ ସମସ୍ତେ ପହଁଚିଛନ୍ତି ଖଣ୍ଡଗିରିରେ.. । ମାଘ ସପ୍ତମୀଠାରୁ ପୂର୍ଣ୍ଣିମା, ୯ ଦିନ ଧରି ଖଣ୍ଡଗିରିର ସାଧନା ସ୍ଥଳରେ ଜଳିବ ଧୁନୀ ରାତି ଦିନ ଚାଲିବ ଅଖଣ୍ଡ ମନ୍ତ୍ର ଜପ ... ।

ସେପଟେ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ପବିତ୍ର ବୁଡ଼ ପକାଇବାକୁ ପହଁଚିଲେଣି ଶ୍ରଦ୍ଧାଳୁ । ତିଥି ନିର୍ଘଣ୍ଟ ଅନୁସାରେ ଭୋର ୪ଟା ୪୧ ମିନିଟ୍ରେ ବୁଡ଼ ପକାଇବାକୁ ସ୍ଥିର ହୋଇଛି ସମୟ । ତିନି ଠାକୁର ତ୍ରିବେଣୀଶ୍ୱର, ଦକ୍ଷିଣେଶ୍ୱର ଓ ଐଶାନେଶ୍ୱର ମହାପ୍ରଭୁ ପାରମ୍ପରିକ ଶୋଭାଯାତ୍ରାରେ ବାହାରି ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚି ମହାସ୍ନାନ କରିବେ । ଏହାପରେ ଶ୍ରଦ୍ଧାଳୁ ବୁଡ଼ ପକାଇବେ । ଦୁଇ ବର୍ଷ ପରେ କଟକଣା ମୁକ୍ତ ତଥା ଶୃଙ୍ଖଳିତ ବୁଡ଼ ପାଇଁ ପ୍ରଶାସନ କରିଛି ବ୍ୟାପକ ବନ୍ଦୋବସ୍ତ । ପବିତ୍ର ତୀର୍ଥ ପୁଷ୍କରିଣୀ ଖନନ ସହ ବିଶୋଧନ କରାଯାଇଛି । ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି... ।

ପୁରାଣ ଶାସ୍ତ୍ର ଅନୁସାରେ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ସମସ୍ତ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ । ସେହିପରି ଏହି ସମୟରେ ଖଣ୍ଡଗିରିରେ ମା ବାରଭୁଜାଙ୍କ ଦର୍ଶନ ସହ ମାନସିକ କଲେ ଫଳ ପ୍ରାପ୍ତି ହେବା ବିଶ୍ୱାସ ରହିଛି... ।