Advertisment

ଜାଗା ମିଶନରେ ବ୍ୟାପକ ଜାଲିଆତି ! ତାତିଲେ ରାଜଧାନୀର ବସ୍ତିବାସିନ୍ଦା

ହିତାଧିକାରୀ ତାଲିକାରୁ ବାଦ ପଡିଲେ ସ୍ଥାୟୀ ବସ୍ତି ବାସିନ୍ଦା । ଯେଉଁଥି ପାଇଁ ତାତିଛନ୍ତି ରାଜଧାନୀର ବସ୍ତିରେ ରହୁଥିବା ଲୋକେ । କେଉଁଠି ପଟ୍ଟା ବର୍ଜନ ନିଷ୍ପତ୍ତି ତ ଆଉ କେଉଁଠି ଭୁବନେଶ୍ୱର ମେୟର ଓ ବିଧାୟକଙ୍କ ଘର ଘେରାଉ ।

author-image
Tanmay Kumar Mahalik

ରାଜଧାନୀ ବସ୍ତିବାସିନ୍ଦାଙ୍କ ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାଣ୍ଟିବେ ଜମି ପଟ୍ଟା । ଏଥିପାଇଁ ବଡ ଆୟୋଜନ କରାଯାଇଛି । ତେବେ ଦିନକ ପୂର୍ବରୁ ହିତାଧିକାରୀ ତାଲିକାକୁ ନେଇ ବସ୍ତି ବାସିନ୍ଦାଙ୍କ ଭିତରେ ପ୍ରବଳ ଅସନ୍ତୋଷ । ଅଭିଯୋଗ ହୋଇଛି, ଅଯୋଗ୍ୟଙ୍କୁ ମିଳିଛି ତାଲିକାରେ ସ୍ଥାନ । ଏହାରି ଭିତରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଏହା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାରୀ ଘୋଷଣା । ଆଗରୁ କାହିଁକି ବାଣ୍ଟିଲେନି ? ବିଜେଡି କହିଛି ଏହା ବିକାଶ ପ୍ରକ୍ରିୟା, ଆଗକୁ ବି ଜମି ପଟ୍ଟା ବଣ୍ଟାଯିବ ।

Advertisment
Odisha Govt Jaga Mission
Advertisment
Advertisment