/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693325688.jpg)
Jaga Mission
ପଟ୍ଟା ନା ପ୍ରମାଣପତ୍ର । ଜାଗା ମିଶନରେ ମିଳୁଥିବା ଫର୍ମ ୨କୁ ନେଇ ଦ୍ୱନ୍ଦ୍ୱ । ପଟ୍ଟା ସହ ସମାନ ତ ଫର୍ମ-୨ । ପଟ୍ଟା ଭଳି ସମାନ କାର୍ଯ୍ୟରେ ବ୍ୟବହାର ହୋଇପାରିବ ତ ଏହି ଫର୍ମ ୨। ଜାଗା ମିଶନରେ ହିତାଧିକାରୀଙ୍କୁ ମିଳୁଥିବା ଫର୍ମ-୨ରେ ସ୍ପଷ୍ଟ ଲେଖାଯାଇଛି ଏହା ହେଉଛି କେବଳ ଭୂମି ଅଧିକାର ପ୍ରମାଣ ପତ୍ର । ଏହା କେମିତି ଆଉ କେଉଁ କାମରେ ଆପଣ ବ୍ୟବହାର କରି ସୁବିଧା ପାଇପାରିବେ ।
ମହାନଗର ନିଗମ ଅଧିନିୟମ ୨୦୦୩ ଏବଂ ସଂଶୋଧିତ ୨୦୨୨ର ଧାରା ୪୮୩ ଉପଧାରା ୩ ଅନୁଯାୟୀ ଏହି ପ୍ରମାଣପତ୍ର ବଂଶାନୁକ୍ରମେ ଭୋଗ ଦଖଲ କରିପାରିବେ । କିନ୍ତୁ ଏହା ସବ୍ ଲିଜ ବିକ୍ରି, ଉପହାର କିମ୍ବା ଅନ୍ୟ କୌଣସି ପ୍ରକାରେ ହସ୍ତାନ୍ତର କରାଯାଇପାରିବ ନାହିଁ । ତେବେ ଏହା ଆପଣଙ୍କ ବାସସ୍ଥାନର ଠିକଣା ଭାବେ ଗ୍ରହଣ ଯୋଗ୍ୟ ଅଟେ । ଅନ୍ୟପଟେ ଏଥିରେ ଲେଖାଯାଇଛି ଏହାକୁ ବନ୍ଧକ ରଖି ଆପଣ ଗୃହ ଋଣ ଆଣିପାରିବେ । ହେଲେ ପ୍ରଶ୍ନ ଉଠୁଛି, ଏହି ଅଧିକାର ପ୍ରମାଣ ପତ୍ର ଦେଖିଲେ ଋଣ ଦେବ ତ ବ୍ୟାଙ୍କ ? ପୂର୍ବତନ ରାଜସ୍ୱ ବିଭାଗ ଅଧିକାରୀଙ୍କ ମତରେ ପଟ୍ଟା ଏବଂ ପ୍ରମାଣ ପତ୍ର ଭିତରେ ଅନେକ ଫରକ ରହିଛି ।
୨୦୧୮ରେ ପୁରୀରୁ ଯୋଜନାର ଶୁଭାରମ୍ଭ କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଏହି ପ୍ରେସ ଇସ୍ତାହାରରେ ସ୍ପଷ୍ଟ ଲେଖାଯାଇଛି, ୨ ହଜାର ବସ୍ତିର ୨ ଲକ୍ଷ ପରିବାରକୁ ଏହି ମିଶନରେ ଜମି ପଟ୍ଟା ଯୋଗାଇଦେବେ ସରକାର । ହେଲେ ଏବେ କାହିଁକି ଫର୍ମ-୨ ଦେଉଛନ୍ତି ସରକାର, ତାକୁ ନେଇ ଘେରିଛନ୍ତି ବିରୋଧୀ । ବିଜେପି କହିଛି କେବଳ ଭୋଟ ପାଇଁ ତରବରିଆ ଭାବେ ପ୍ରମାଣ ପତ୍ର ବାଣ୍ଟି ଦିଆଯାଇଛି । କଂଗ୍ରେସର ଅଭିଯୋଗ ୧୯୮୯ ମସିହାରେ କଂଗ୍ରେସ ସରକାର ଥିବା ବେଳେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ଦିଆଯାଉଥିବା ଏବେ କାହିଁକି ରାଜ୍ୟ ସରକାର ନିଷ୍ପତ୍ତି ପରିବର୍ତ୍ତନ କଲେ, ଯାହାର ଉତ୍ତର ରଖିଛି ବିଜେଡି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)