ଦିନ ଗୋଟାଏ ଯାଏଁ ସହି ହେଉନଥିଲା ଗରମ । କିନ୍ତୁ ଗୋଟାଏ ପରେ ହଠାତ କାଳବୈଶାଖୀ ପ୍ରଭାବରେ ସମ୍ପୂର୍ଣ୍ଣ ବଦଳିଗଲା ପାଣିପାଗ । ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାତିରେ ବ୍ରେକ୍ ଲଗାଇଛି କାଳବୈଶାଖୀ ବର୍ଷା ।
ରାଜଧାନୀରେ କାଳବୈଶାଖୀ ପାଇଁ ପ୍ରବଳ ବର୍ଷା : ଅସରାଏ ବର୍ଷାରେ ଇସ୍କନ ସାମ୍ନାରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି
ଆଜିଠୁ ସାଧାରଣ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ସେହିପରି ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।
ଆଜିଠୁ ପଶ୍ଚିମା ଝଡ଼ ସମ୍ଭାବନା । ୨ ଦିନ ଯାଏଁ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।
ଓଡ଼ିଶାକୁ ନଛୁଇଁ ଉପକୂଳର କିଛି ଦୂରରୁ ବଙ୍ଗ ଯିବ ବାତ୍ୟା । ପାଣିପାଗ ବିଭାଗର ସୂଚନା, ରାଜ୍ୟରେ ପବନ କମ୍, ଅଧିକ ବର୍ଷା
ବଙ୍ଗୋପସାଗରରେ ଚଳିତ ବର୍ଷର ଏହା ଦ୍ୱିତୀୟ ସାମୁଦ୍ରିକ ଝଡ଼ । ଏହାପୂର୍ବରୁ ଗତ ମେ’ ମାସରେ ବାତ୍ୟା ଅସାନୀ ସଂଘଟିତ ହୋଇଥିଲା ।
ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ପ୍ରଖର ସ୍ରୋତରେ ଗାଡ଼ିମଟର ସବୁ ଭାସିଯାଇଛି। ଏପରିକି ଏକ କଣ୍ଟେନର ମଧ୍ୟ ଭାସି ଯାଉଥିବା ଲକ୍ଷ୍ୟ କରାଯାଉଛି।
ଉତ୍ତର ପ୍ରଦେଶରେ ବର୍ଷା ବିତ୍ପାତ। ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ କାନ୍ଥ ପଡି ଏବଂ ବଜ୍ରପାତ ଘଟି ଅତି କମ୍ରେ ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଅଟାୱା, ଫିରୋଜାବାଦ ଏବଂ ବଲରାମପୁରରେ।
ଅବପାତ ପ୍ରଭାବରେ ଉପକୂଳ ଆନ୍ଧ୍ର ଏବଂ ଓଡ଼ିଶାର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି।
ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଘୂର୍ଣ୍ଣିବଳୟ ଆସିବା ସମ୍ଭାବନା ରହିଛି ।
ଜରି ପାଲ ତଳେ କଦର୍ଯ୍ୟ ସ୍ଥିତିରେ ପାଠ ପଢୁଛନ୍ତି ବିଦ୍ୟାର୍ଥୀ । ଆହୁରି ଦୟନୀୟ ଅଞ୍ଚଳର ବୃଦ୍ଧ-ବୃଦ୍ଧାଙ୍କ ଅବସ୍ଥା।
ଝାଡ଼ଖଣ୍ଡରୁ ଜଳପ୍ରବାହ କମିବା ପରେ ଏବେ ବର୍ଷା ବଢ଼ାଇଲା ଲୋକଙ୍କ ଦୁର୍ଦ୍ଦଶା । ଛିଣ୍ଡା ପାଲ ତଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବିପନ୍ନ ।
ନଦୀରେ ଘାଇ ଯୋଗୁଁ ବିପନ୍ନ ହେଲା ଶହ ଶହ ଗାଁ ଗଣ୍ଡା । ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।
ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସୁଛନ୍ତି ରୋଗୀ । ଘଣ୍ଟା ଘଣ୍ଟାର ଅପେକ୍ଷା, ଭିତ୍ତିଭୂମି ନଥିବାରୁ ଚଟାଣରେ ଚିକିତ୍ସା ।
ବୁଡ଼େଇଲା ସୁବର୍ଣ୍ଣରେଖା । ମହାନଦୀ ତୋଡ଼ ନଯାଉଣୁ ଉତ୍ତରରେ ସୁବର୍ଣ୍ଣରେଖା ତାଉ । ଉବୁଟୁବୁ ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକ୍ର ଶତାଧିକ ଗାଁ ।
ବାଙ୍କିରୁ ଆଠଗଡ଼, କୋଣାର୍କରୁ ପାରାଦୀପ । ସବୁ ଅଞ୍ଚଳରେ ଏବେ ବି ମହାନଦୀର ଶାଖାନଦୀ ଗୁଡ଼ିକର ବଢ଼ି ପାଣି କମୁନଥିବାରୁ ବିପନ୍ନଙ୍କ ପିଛା ଛାଡୁନି ଦୁର୍ଦ୍ଦଶା ।
ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ?
ଆଗକୁ କେମିତି ସ୍ୱାଭାବିକ ହେବ ପାଠପଢ଼ା, ଚିନ୍ତାରେ ଅଭିଭାବକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ସ୍ଥିତି ଦେଖି ସ୍କୁଲ ଖୋଲା ନିଷ୍ପତ୍ତି ।
ଦୁର୍ଗତଙ୍କୁ ରିଲିଫ୍ ମିଳୁନଥିବା କହି କଂଗ୍ରେସ୍ର ଟାର୍ଗେଟ୍ । ବନ୍ୟା ପରିଚାଳନା ନେଇ ବିଭାଗକୁ ରିପୋର୍ଟ ଦେବେ EIC ।
ବର୍ଷା ଲାଗି ରହିଥିବାରୁ ଜାମ୍ମୁ କାଶ୍ମୀରର ମାତା ବୈଷ୍ଣୋଦେବୀ ପୀଠ ଯାତ୍ରା ବନ୍ଦ ରହିଛି ।
ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ବିଶେଷ ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି । ଏହିସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ ।
କିଏ ଭାତ ଟିକେ ଫୁଟାଏ, ଆଉ କିଏ ପିଲାଙ୍କ ମୁହଁରେ ଶୁଖିଲା ଚୁଡ଼ାମୁଢ଼ି ଟିକେ ଦେଇ, ନିଜେ ଭୋକକୁ ଗିଳି ଶୋଇଯାଏ।
ମୟୁରଭଞ୍ଜ ଜିଲ୍ଲା ଲୁହାକାନି ପଞ୍ଚାୟତ ଭୋଳବେଡ଼ା ଗାଁର ଅନୀଲ ଗିରିଙ୍କ ନାବାଳିକା ଝିଅ ସ୍ୱିଟି ଏବଂ ନିହାରିକା ଗତରାତିରେ ଶୋଇଥିବା ବେଳେ ବର୍ଷା ଯୋଗୁଁ ଘଟିଛି ଅଘଟଣ।
ଭୟଙ୍କର ଦୁର୍ଦ୍ଦଶା ଆଣିଛି ଲଘୁଚାପ ବର୍ଷା। ଦିନ ଦିନ ଧରି ବତୁରି ରହିଥିବା କାନ୍ଥ ଭୁଶୁଡ଼ି ଜୀବନ ଯାଇଛି। ପାଞ୍ଚ ଜଣଙ୍କ ପ୍ରାଣହାନୀ ହୋଇଥିବା ଅଭିଯୋଗ ହେଉଛି। ଲଗାଣ ବର୍ଷାରେ ରାସ୍ତାଘାଟ ଧୋଇଯାଇ ବହୁ ଗାଁ ବିଚ୍ଛିନ୍ନ ହୋଇଛି।
ପ୍ରାୟ ସପ୍ତାହେ ହେଲା ପାଣି ଜମି ରହିବା ଯୋଗୁଁ କାନ୍ଥ ବାଡ଼ ବତୁରି ଗଲାଣି