Advertisment

ବର୍ଷା ବିତ୍ପାତ; କାନ୍ଥ ପଡ଼ି ୪ ଶିଶୁଙ୍କ ସମେତ ୧୦ ମୃତ

ଉତ୍ତର ପ୍ରଦେଶରେ ବର୍ଷା ବିତ୍ପାତ। ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ କାନ୍ଥ ପଡି ଏବଂ ବଜ୍ରପାତ ଘଟି ଅତି କମ୍‌ରେ ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଅଟାୱା, ଫିରୋଜାବାଦ ଏବଂ ବଲରାମପୁରରେ।

author-image
Minati Mishra
ଅଦ୍ୟତନ ହୋଇଛି
heavy rain in UP

heavy rain in UP

ଉତ୍ତର ପ୍ରଦେଶରେ ବର୍ଷା ବିତ୍ପାତ। ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିବା ଫଳରେ ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି। ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ କାନ୍ଥ ପଡି ଏବଂ ବଜ୍ରପାତ ଘଟି ଅତି କମ୍‌ରେ ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଅଟାୱା, ଫିରୋଜାବାଦ ଏବଂ ବଲରାମପୁରରେ। ଇଟାୱାର ଚନ୍ଦ୍ରପୁରାରେ ରାତିରେ ଶୋଇଥିବାବେଳେ କାନ୍ଥ ପଡି ଗୋଟିଏ ପରିବାରର ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଉକ୍ତ ପରିବାର ୨ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି।

Advertisment

 ସେହିପରି କ୍ରିପାଲପୁରରେ ଏକ ପେଟ୍ରୋଲ ପମ୍ପ ବାଉଣ୍ଡ୍ରିୱାଲ ଭୁଶୁଡି ପଡ଼ିବାରୁ ବୃଦ୍ଧ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ୧୧  ଜଣ ଆହତ ହୋଇଛନ୍ତି। ଅନ୍ୟ ଏକ ଦୁର୍ଘଟଣାରେ ଅଟାୱାର ଏକ ଗାଁରେ କାନ୍ଥ ପଡ଼ି ଜଣେ ୩୫ ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଏବେ ବି ଉତ୍ତର ପ୍ରଦେଶରେ ବର୍ଷା ତାଣ୍ଡବ ରଚୁଛି। ଏମିତି ପାଗ ଆହୁରି କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗୁରୁବାର ସକାଳ ସାଢେ ୮ଟା ସୁଦ୍ଧା  ଅଟାୱାରେ ୨୪ ଘଣ୍ଟାରେ ୧୪୦ ମିମି ବର୍ଷା ହୋଇଯାଇଛି। ଭାରି ବର୍ଷା ଯୋଗୁ ଗାଁଠାରୁ ସହରର ଅବସ୍ଥା ବେହାଲ ହୋଇ ଯାଇଛି। ରାସ୍ତାରେ ପାଣି ଯୋଗୁ ଲୋକେ ଘରୁ ବାହାରି ପାରୁନାହାନ୍ତି। 

Advertisment

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ଷା ସ୍ଥିତିର ଏରିଏଲ ସର୍ଭେ କରିଛନ୍ତି। ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରିସ୍ଥିତି ଉପରେ ନଜର ରଖିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ରହିଛି। ଶନିବାର ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳର ସମସ୍ତ ସ୍କୁଲ ବନ୍ଦ କରାଯାଇଛି। 

Heavy Rain
Advertisment
Advertisment