• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heavy Rain

Neheru Bangala
ବଙ୍ଗୋପ ସାଗରରେ ବିଲୀନ ହେବାକୁ ଯାଉଛି ନେହରୁ ବଙ୍ଗଳା ! କିଏ କରିବ ରକ୍ଷା ?

ବିପଦରେ ଉଦ୍ୟାନ ପରିସରରେ ଥିବା କ୍ୟାଣ୍ଟିନ । ଧସୁଛି ମାଟି ଅତଡ଼ା, ମାଡିବସୁଛି ଗଛ ।

Special story
ଗୁଜରାଟରେ ଜଳ ପ୍ରଳୟ : ରାସ୍ତାଘାଟ, ଚାଷଜମି, ଘରଦ୍ୱାର ଯୁଆଡ଼େ ଚାହିଁବ ପାଣି

ପାଣି...ପାଣି...ଆଉ ପାଣି, ପରିସ୍ଥିତି ଏପରି ହୋଇଛି କି ଲୋକେ ପାଣି ଘେରରେ ରହିବାକୁ ବାଧ୍ୟ ହେଉଛନ୍ତି ।

School Students
ପ୍ରଖର ନଈ ସୁଅରେ ସ୍କୁଲ ପିଲାଙ୍କ ବିପଜ୍ଜନକ ଯାତ୍ରା

ଡିଇଓଙ୍କଠୁ ଗଣଶିକ୍ଷାମନ୍ତ୍ରୀ, ସମସ୍ତେ କହୁଛନ୍ତି ତଦନ୍ତ ହେବ । ମହେନ୍ଦ୍ରତନୟାରେ ପୋଲଟିଏ ହେଉନଥିବାରୁ ହଟୁନି ଦୁର୍ଦ୍ଦଶା ।

Special story
ଦେଶର ବିଭିନ୍ନ ସ୍ଥାନରେ ବର୍ଷା ବିତ୍ପାତ : ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୯ ଜଣଙ୍କ ମୃତ୍ୟୁ

ଗୁଜୁରାଟ ଓ ମହାରାଷ୍ଟ୍ରରେ ସ୍ଥିତି ବେହାଲ, କେଉଁଠି ଘର ଦ୍ୱାର ବୁଡ଼ିଛି ତ କେଉଁଠି ମନ୍ଦିର

Heavy Rain
ତୁହାକୁ ତୁହା ବର୍ଷିଲା, ମୁଶଳଧାରା ବର୍ଷା ଯୋଗୁଁ ଜଳାର୍ଣ୍ଣବ ଟ୍ୱିନ୍‌ ସିଟି

ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲା ସାଧାରଣ ଜନଜୀବନ । ୨୪ ଘଣ୍ଟା ପାଇଁ ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ।

Heavy Rainfall Alert
ତାତିରୁ ମିଳିବ ଆଶ୍ୱସ୍ତି ! ୨ ଦିନ ଯାଏଁ ପ୍ରବଳ ବର୍ଷିବ

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ।

Fierce Hailstorm
ଅସହ୍ୟ ତାତିରୁ ଆଶ୍ୱସ୍ତି, କୁଆପଥର ମାଡ଼ରେ ବେହାଲ ଚାଷୀ

କାଳ ବୈଶାଖୀ ପ୍ରଭାବରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ଗାଁରେ କୁଆପଥର ସହ ବର୍ଷା ହୋଇଛି । ଲୋକମାନେ ଖରାରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି । କ୍ଷୟକ୍ଷତିର କୌଣସି ସୂଚନା ମିଳିନି ।

Weather News
୨୪ ଘଣ୍ଟାରେ କାଳବୈଶାଖୀର ତାଣ୍ଡବ, ୧୫ ଜିଲ୍ଲାକୁ ୱାର୍ଣିଂ

୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱର୍ଣ୍ଣିଂ ଜାରି କରାଯାଇଛି ।

thunderst
ବୈଶାଖୀର ତାଣ୍ଡବ ! ଉଡ଼ିଲା ଛଣ ଘର, ଉପୁଡ଼ିଲା ଗଛ.. ଯାତାୟତ ଠପ୍‌

ତହସିଲ କର୍ମଚାରୀ କ୍ଷୟକ୍ଷତି ଆକଳନ କରି ସହୟତା ଯୋଗାଇବ ବୋଲି କହିଛି ।

Rain
ଅଦିନିଆ ବର୍ଷା ଆଣିଦେଲା ଚାଷୀ ଆଖିରେ ଲୁହ, କୁଆପଥର ମାଡ଼ରେ ଭାଙ୍ଗିଲାଣି ଚାଷୀଙ୍କ ମେରୁଦଣ୍ଡ

ସବୁ ଜିଲ୍ଲାର ଚାଷୀ ଅମଳ ପରେ ବିକ୍ରି ପାଇଁ ମଣ୍ଡିର ଖୋଲା ଆକାଶ ତଳେ ଧାନ ପକାଇ ରଖିଥିବା ବେଳେ ବହୁ ସ୍ଥାନରେ ସାଇତା ଧାନକୁ ଭିଜାଇ ଦେଇଛି ବର୍ଷା ।

rain
ଭିଜାଉଛି ବର୍ଷା, ବାଟବଣା କରୁଛି କୁହୁଡ଼ି : ପଶ୍ଚିମ ଓଡ଼ିଶାରେ ଦୁଇ ଦିନ ହେଲା ପ୍ରବଳ ବର୍ଷା

୨ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହ ବର୍ଷା ହେଉଛି । କୁଆପଥର ମାଡ଼ ସାଙ୍ଗକୁ ବର୍ଷା ଅସ୍ତବ୍ୟସ୍ତ କରି ପକାଉଛି ।

Andhra Pradesh Flood
ପ୍ରବଳ ବର୍ଷା ! ବନ୍ୟା ପରିସ୍ଥିତି; ପାଣି ସୁଅରେ ଭାସିଗଲାଣି ତିନି ଜୀବନ, ଗୋରୁ ଗାଈ ବି ଭାସୁଛନ୍ତି

ପ୍ରକାଶମ, ଚିତ୍ତୋର, ନେଲୁର ଓ କଡପ୍ପା ଜିଲ୍ଲାରେ ଭୟଙ୍କର ବର୍ଷା ଯୋଗୁଁ ବିଷମ ପରିସ୍ଥିତି ଦେଖା ଦେଇଛି । ତିରୁପତି ସହରର ବିଭିନ୍ନ ତଳି ଅଞ୍ଚଳରେ ବର୍ତ୍ତମାନ ୮ରୁ ୯ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି ।

Low Pressure Forms Over South Andaman Sea; IMD Predicts Heavy Rain For Several States
ବର୍ଷାରେ ଭିଜିବ ସାରା ଓଡିଶା

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ଯାଏଁ ବର୍ଷା ସମ୍ଭାବନା ରହିଛି। କାଲିଠୁ ୩ ଦିନ ଯାଏଁ ଅର୍ଥାତ ୧୫,୧୬,୧୭ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ।

tamilnadu flood
ପ୍ରଳୟଙ୍କାରୀ ବର୍ଷା ନେଲାଣି ୧୨ ଜୀବନ

ପ୍ରବଳ ବର୍ଷାରେ ଉବୁଟୁବୁ ତାମିଲନାଡୁ । ଯମ ପାଲଟିଛି ପ୍ରଳୟଙ୍କାରୀ ବର୍ଷା । ତାମିଲନାଡୁରେ ପ୍ରବଳ ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ରାଜସ୍ୱ ମନ୍ତ୍ରୀ ଏନେଇ ସତର୍କତାର ସୂଚନା ଦେଇଛନ୍ତି । ବୁଧବାର ଓ ଗୁରୁବାର ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି ।

heavy rain
ମହାରାଷ୍ଟ୍ରରେ ମୂଷଳଧାରାରେ ବର୍ଷା : ବଜ୍ରାଘାତରେ ୧୩ ମୃତ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ମରାଠୱାଡା ଅଞ୍ଚଳରେ ପ୍ରବଳ ବର୍ଷା, ବନ୍ୟା ଏବଂ ବଜ୍ରପାତ ଯୋଗୁଁ ଅତି କମରେ ୧୩ ଜଣଙ୍କର ଜୀବନ ଯାଇଛି । ତେବେ ୫୬୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF)

Kolkata Rain
ପାଣିରେ ଉବୁଟୁବୁ କୋଲାକତା, ଲଗାଣ ବର୍ଷାରେ ବେହାଲ ସିଟି ଅଫ ଜୟ

ପାଣିରେ ଉବୁଟୁବୁ କୋଲାକତା । ଲଗାଣ ବର୍ଷାରେ ବେହାଲ ସିଟି ଅଫ ଜୟ । ସଲ୍ଟ ଲେକ୍, ପାର୍କ ଷ୍ଟିଟ୍, ଟଲିଗଞ୍ଜ ଭଳି ଏକାଧିକ ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ବିଶେଷ ଭାବେ ହାୱଡା ଅଞ୍ଚଳରେ ସ୍ଥିତି ବିଗିଡ଼ିଛି ।

Heavy Rain In Odisha
ବର୍ଷା ବିତ୍ପାତ ଯୋଗୁଁ ଭାଙ୍ଗିରୁଜି ଗଲା ଘର : ଉପୁଡ଼ିଲା ବଡ଼ ବଡ଼ ଗଛ, ଜନଜୀବନ ଅସ୍ତବ୍ୟସ୍ତ

ଢେଙ୍କାନାଳ କଙ୍କଡ଼ାଖାଡ଼ ବ୍ଲକର ବିରାଶାଳ ଗାଁରେ ଏକାଧିକ ଘର ଭାଙ୍ଗିରୁଜି ଯାଇଛି । ଏକାଧିକ କଚ୍ଚା ଘର ଭାଙ୍ଗିଥିବା ବେଳେ ରାସ୍ତା ଉପରେ ଗଛ ପଡ଼ି ରହିଛି । ଫଳରେ ଗାଁରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସେହିପରି କେନ୍ଦୁଝରରେ ମଧ୍ୟ ସମାନ ଅବସ୍ଥା । ଆନନ୍ଦପୁର ଉପଖଣ୍ଡ ଝାଡକୁଣ୍ଡି ଗାଁରେ ଲଗାଣ ବର୍ଷା ଯୋଗୁଁ କିଛି ଲୋକଙ୍କ ଘର ଭାଙ୍ଗି ଯାଇଛି ।

heavy rain
ଗୁଜରାଟର ରାଜକୋଟ ସହରରେ ଲଗାଣ ବର୍ଷା, ପାଣି ସୁଅରେ ଭାସିଗଲା କାର

ରାଜକୋଟ ସହରର ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘର ଭିତରେ ପାଣି ଜମି ରହିଥିବାରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି ।

Delhi Rain
ନୟାନ୍ତ କଲାଣି ବର୍ଷା, ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି

ଦିଲ୍ଲୀବାସୀଙ୍କୁ ନୟାନ୍ତ କଲାଣି ବର୍ଷା । ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି । ଦିଲ୍ଲୀର ଅଧିକାଂଶ ସହର ଏବେ ଜଳାର୍ଣ୍ଣବ । ଗତ ଦୁଇଦିନ ଧରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ପରେ ଅନେକ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Land Slide
ପ୍ରବଳ ବର୍ଷା ! ମୁମ୍ବାଇ-ଔରଙ୍ଗାବାଦ୍‌ରେ ଭୁସ୍ଖଳନ, ଯାତାୟତ ଠପ୍‌

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ । ମହାରାଷ୍ଟ୍ର ଔରଙ୍ଗାବାଦର ଚାଳିଶିଗାଁ ଅଂଚଳରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଭୂସ୍ଖଳନ ଫଳରେ ରାସ୍ତା ଜାମ୍‌ । ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ।

Rain
ଡ଼େରାଡୁନ୍‌ରେ ବର୍ଷା ବିତ୍ପାତ: ଋଷିକେଶ ଜାତୀୟ ରାଜପଥରେ ଭାଙ୍ଗିଲା ବ୍ରିଜ୍‌

ପ୍ରବଳ ବର୍ଷାରେ ବେହାଲ ହେଲାଣି ଡ଼େରାଡୁନ୍‌। ଯେଉଁ ଆଡ଼େ ଦେଖିବେ ଖାଲି ପାଣି ହିଁ ପାଣି । ପ୍ରବଳ ବର୍ଷା ପାଇଁ ବନ୍ୟାସ୍ଥିତି ଉପୁଜିଲାଣି। ସ୍ଥିତି ଏମିତି ହେଲାଣି ଯେ, ଅନେକ ତଳିଆ ଅଂଚଳରେ ବନ୍ୟାସ୍ଥିତି ଉପୁଜିଲାଣି। ଯାହାକୁ ନେଇ ଚିନ୍ତାରେ ତଳିଆ ଅଂଚଳବାସୀ। ୪୮ ଘଂଟା ଧରି ଲଗାଣ ବର୍ଷା ହେବାରୁ ଡେରାଡୁନ୍‌-ହୃଷିକେଶ୍‌ ରାସ୍ତାରେ ଏକ ବ୍ରିଜ୍‌ ଭାଙ୍ଗିଯାଇଛି

New D elhi
ଦିଲ୍ଲୀ-ହରିୟାଣାରେ ପ୍ରବଳ ବର୍ଷା, ଏପଟେ ଟ୍ରାଫିକ୍‌ ଜାମ୍‌ ସେପଟେ ବୁଡ଼ିଲାଣି ଓଭର ବ୍ରିଜ୍‌ !

ଦିଲ୍ଲୀରେ ପ୍ରବଳ ବର୍ଷା । ରାସ୍ତା ଘାଟରେ ସତେ ଯେମିତି କୃତ୍ରିମ ବନ୍ୟା । ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ଫଳରେ ଦିଲ୍ଲୀ ଓ ଏନ୍‌ସିଆରରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

heavy-rainfall
ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିପାଇଁ ଅନେକ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ

heavy rainfall alert
ଆଜି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ରାଜ୍ୟରେ ଆସନ୍ତା ୪ ଦିନ ଯାଏ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ମୌସୁମୀ ଦୁର୍ବଳ ଥିଲେ ବି ୪ରୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୧୭ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Climate Change in odisha
ବର୍ଷା ସହ ବଜ୍ରପାତ ନେଇ ୧୯ ଜିଲ୍ଲାକୁ ୱାର୍ଣ୍ଣିଂ

ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା । ୧୯ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି । ଏହି ଜିଲ୍ଲା ଗୁଡ଼ିକ ହେଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ।