Advertisment

ନର୍ଦ୍ଦମା ପାଣିରେ ଭାସୁଛି ଟ୍ୱିନ୍ ସିଟି, କଟକକୁ ବଳି ଗଲାଣି ରାଜଧାନୀର ବର୍ଷା ଦୁର୍ଦ୍ଦଶା

ଡ୍ରେନ୍ ଉପରେ ପାଣିର ସୁଅ, ଘରେ ଭାସୁଛି ଆସବାବ । ପ୍ରବଳ ବର୍ଷାକୁ ଦୋଷ ଦେଇ ହାତ ଟେକି ଦେଲେ କର୍ତ୍ତୃପକ୍ଷ ।

author-image
Prangyan Parimita
ଅଦ୍ୟତନ ହୋଇଛି
undefined

Rain fury

ଅସରାଏ ବର୍ଷାରେ ଉବୁଟୁବୁ ଟ୍ୱିନ୍ ସିଟି । କଟକକୁ ବଳିଯାଉଛି ରାଜଧାନୀ। ଡ୍ରେନ୍ ବୁଡି ପାଣି ରାସ୍ତାରେ ଚାଲୁଛି । ହେଲେ କାହିଁକି ବୁଡୁଛି ଟ୍ୱିନ୍ ସିଟି? କାହିଁକି ହୋଇପାରୁନି ଡ୍ରେନ ସମସ୍ୟାର ସମାଧାନ? ସାଧାରଣରେ ଏନେଇ ଅସନ୍ତୋଷ କୁହୁଳୁଥିବା ବେଳେ କର୍ତ୍ତୃପକ୍ଷ ପ୍ରବଳ ବର୍ଷାକୁ ଦୋଷ ଦେଇ ହାତ ଟେକିଦେଇଛନ୍ତି।

Advertisment

କଟକିଆ ନର୍ଦ୍ଦମା ଏବଂ ଡ୍ରେନ ପାଣି ସହ ଯେପରି ଅଭ୍ୟସ୍ତ ହୋଇଗଲେଣି। ପ୍ରତ୍ୟେକ ବର୍ଷ ଅସରାଏ ବର୍ଷାରେ କଟକର ଅଧିକାଂଶ ଯାଗାରେ ପଶୁଛି ପାଣି । ନୂଆ ରାଉସାପାଟଣା, ପଟାପୋଲ୍, ମେରିଆ ବଜାର । ଏଠିକା ବାସିନ୍ଦା ଯେମିତି ପାଣିରେ ଘର କରିଛନ୍ତି। ତେବେ କଣ ଏହାର କାରଣ? କାହିଁକି ବର୍ଷା ଦିନେ ହନ୍ତସନ୍ତ ହେଉଛନ୍ତି କଟକ ବାସୀ? ଏପରି ଅନେକ ପ୍ରଶ୍ନ ଭିତରେ ନିଜେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ। ସିଏମସିର କହିବା କଥା ଡ୍ରେନ ସମସ୍ୟା ପାଇଁ ଏପରି ସ୍ଥିତି ଉପୁଜୁଛି। ବକ୍ସ ଡ୍ରେନ୍ କାମ ଚାଲୁଥିବାରୁ ସମସ୍ୟା ହୋଇଥିବା ମାନିଛି ସିଏମସି।

ଅନୁରୂପ ଚିତ୍ର ରାଜଧାନୀରେ ଦେଖିବା ପାଇଁ ମିଳିଛି । ନର୍ଦ୍ଦମା, ରାସ୍ତାଘାଟ ସବୁ ସମାନ। ଆଇଗିଣିଆ, ଜାଗମରା, ଲକ୍ଷ୍ମୀସାଗର ଯେଉଁଠି ଦେଖିଲେ ଘରଦ୍ୱାର ଭର୍ତ୍ତି ହୋଇଛି ନଳା ପାଣି। ଏମିତିକି ବର୍ଷା ଟିକେ ଅଧିକ ହେଲେ ଡ୍ରେନ ବାହାରକୁ ପାଣି ଉଛୁଳି ପଡୁଛି। କେବଳ ଗୋଟିଏ ସ୍ଥାନ ନୁହେଁ ବରଂ ଜଳମଗ୍ନ ହୋଇଥିବା ଏକାଧିକ ଯାଗାର ସ୍ଥିତି ସମାନ। ଡ୍ରେନ ସମସ୍ୟାରେ ଜୁଝି ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଲୋକଙ୍କ ଅଭିଯୋଗ ବର୍ଷା ଆରମ୍ଭରୁ କାମ ନକରି ବାହାସ୍ପୋଟ କଥା କହୁଛି ବିଏମସି । ସଠିକ ଯୋଜନା ର ଅଭାବରୁ ରାଜଧାନୀ ବାସୀ ଏପରି ଦୁର୍ଦ୍ଦଶା ଭୋଗୁଛନ୍ତି ଏବଂ ଆଗକୁ ମଧ୍ୟ ଭୋଗିବେ।

Advertisment

ଏପରି ସ୍ଥିତିରେ ଅତ୍ୟଧିକ ବର୍ଷାକୁ ଦୋଷ ଦେଇଛି ବିଏମସି। ଡ୍ରେନ କ୍ଷମତାଠୁ ଅଧିକ ପାଣି ଆସିବା ଫଳରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ବ୍ୟତୀତ ଡ୍ରେନ ଉପରେ ଜବରଦଖଲ ଏବଂକୋର୍ଟଙ୍କ ରହିତାଦେଶ ପରି କିଛି କାରଣ ପାଇଁ ଡ୍ରେନ କାର୍ଯ୍ୟ ବିଳମ୍ବ ହେଉଥିବା ସ୍ୱୀକାର କରିଛି ବିଏମସି। ପ୍ରତ୍ୟେକ ବର୍ଷ ମୌସୁମୀ ଋତୁରେ ଉଭୟ ସହରରେ ଲୋକଙ୍କ ଘରେ ପାଣି ପଶୁଛି ଏବଂପାଣି ଛାଡିଲେ ସମାଧାନର ପ୍ରତିଶ୍ରୁତି ମିଳୁଛି। କିନ୍ତୁ ପୁଣି ଯେସାକୁ ତେସା।

Bhubaneswar Cuttack Heavy Rain
Advertisment
Advertisment