/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740127142.jpg)
କ୍ଷେତରେ ହସୁଛି ଲାଲ୍ ଟହ ଟହ ଷ୍ଟ୍ରବେରୀ
କ୍ଷେତରେ ହସୁଛି ଲାଲ୍ ଟହ ଟହ ଷ୍ଟ୍ରବେରୀ । ସତେ ଯେମିତି ଲାଲ୍ ଟୁକୁଟୁକୁ ସାଧବ ବୋହୂ । ପେନ୍ଥା ପେନ୍ଥା ହୋଇ ବିଛେଇ ହୋଇ ପଡ଼ିଛି କ୍ଷେତରେ । ଯିଏ ଦେଖୁଛି ତା ମନ ପୁରି ଯାଉଛି l ଏକର ଏକର ଚାଷ ଜମିରେ ନାଲି ନାଲି ଦିଶୁଥିବା ଏହି ଫଳଟି ଏବେ ଚାଷୀଙ୍କୁ ଯୋଗାଉଛି ପ୍ରେରଣା । ଯାହାକୁ ଚାଷ କରି ବେଶ୍ ଦୁଇ ପଇସା ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଦେଇପାରିଛନ୍ତି ସଫଳ ଚାଷୀ ରାମ ଚନ୍ଦ୍ର ସାହୁ ।
ଅଧିକ ପଢ଼ନ୍ତୁ: କିଟ୍ ପ୍ରସଙ୍ଗ: ଅପରାହ୍ନ ୩ଟାରେ ହେବ ଶୁଣାଣି, ହାଜର ହେବେ କିଟ୍ର ୮ ଜଣ ଅଧିକାରୀ
ରାମଙ୍କ ଘର ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନୀ ଗାଁରେ। ଚାଷକୁ ପେସା କରି ବାର୍ଷିକ ୩ରୁ ଉର୍ଦ୍ଧ୍ୱ ଲକ୍ଷ ଟଙ୍କା ଲାଭ କରୁଛନ୍ତି । ପ୍ରଥମେ ନଡ଼ିଆ, ପରିବା, ମକା ଓ ମାଛ ଚାଷ କରୁଥିଲେ l ସେଥିରୁ ସଫଳ ହେଲା ପରେ ଦାନଗଦି ବ୍ଲକ ଉଦ୍ୟାନ କୃଷି ବିଭାଗ ମାଧ୍ୟମରେ ଷ୍ଟ୍ରବେରୀ ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । କେବଳ ସେତିକି ନୁହେଁ ଜିଲ୍ଲାର ଏକ ନମ୍ବର ଚାଷୀ ରୂପେ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।
ଦୃଢ଼ ଆତ୍ମବିଶ୍ବାସ ଓ କଠିନ ପରିଶ୍ରମ ସଫଳତା ଆଣିଦେଇଥିବା ବେଳେ ଆଜିର ଶିକ୍ଷିତ ଯୁବକ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରାମଚନ୍ଦ୍ର । ରାମଙ୍କର ଏହି ପ୍ରୟାସକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)