Advertisment

Orchid Flower: ଆଠଗଡ଼ରେ ଫୁଟୁଛି ଥାଇଲାଣ୍ଡର ଅର୍‌କିଡ୍ ଫୁଲ, ମାସିକ ଲାଭ ୨ ଲକ୍ଷ

ଧାଡି ଧାଡି ହୋଇ ବିଭିନ୍ନ ରଙ୍ଗର ଫୁଲ ଫୁଟିଛି । କିଏ ଗଛ ସଜାଡୁଛନ୍ତି ତ କିଏ ଫୁଲକୁ ତୋଳି ବଜ଼ାରରେ ବିକ୍ରି ଲାଗି ପ୍ୟାକେଟ ବନାଉଛନ୍ତି । ନିଜଠୁ ଅଧିକା ଫୁଲକୁ ଭଲ ପାଉଥିବା ମଣିଷଟିଏ ହେଉଛନ୍ତି ଏହି ଫୁଲଚାଷୀ ସମ୍ବିତା ବୋଷ । ଆଠଗଡ଼ ଅଞ୍ଚଳ ଖମାର ନୂଆଗାଁ ଅଞ୍ଚଳରେ ତିଆରି କରିଛନ୍ତି ଏକ ଫାର୍ମ ହାଉସ ।

author-image
Prasan Subudhi
ଅଦ୍ୟତନ ହୋଇଛି
ଫୁଲଚାଷ

ଫୁଲଚାଷ

ଥାଇଲାଣ୍ଡର ଅର୍‌କିଡ ଫୁଲ ଏବେ ଫୁଟିଛି ଆଠଗଡ଼ ଅଞ୍ଚଳରେ । ଆଶ୍ଚର୍ଯ୍ୟର କଥା ଏହି ଅରକିଡ ଫୁଲର ଗଛ ନା ହେଉଛି ମାଟିରେ ନା ହେଉଛି କୁଣ୍ଡରେ । ମାଟି ଠାରୁ ୩ ଫୁଟ ଉପରେ ନଡ଼ିଆ କତାରେ ଲାଗିଛି ଗଛ ଆଉ ଫୁଟିଛି ଭେଳିକି ଭେଳି ରଙ୍ଗ ବେରଙ୍ଗର ଫୁଲ । ଚାହିଦା ବି ରହିଛି ଆକାଶ ଛୁଆଁ, ମାସକୁ ସବୁ ଖର୍ଚ୍ଚ ଯାଇ ଲାଭ ମିଳୁଛି ୨ ଲକ୍ଷ ଟଙ୍କା । ଜଣେ ମହିଳା ହୋଇ ମଧ୍ୟ ଏହି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟକୁ ରୋଜଗାର ଦେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏହି ଫୁଲଚାଷୀ

Advertisment

ଧାଡି ଧାଡି ହୋଇ ବିଭିନ୍ନ ରଙ୍ଗର ଫୁଲ ଫୁଟିଛି । କିଏ ଗଛ ସଜାଡୁଛନ୍ତି ତ କିଏ ଫୁଲକୁ ତୋଳି ବଜ଼ାରରେ ବିକ୍ରି ଲାଗି ପ୍ୟାକେଟ ବନାଉଛନ୍ତି । ନିଜଠୁ ଅଧିକା ଫୁଲକୁ ଭଲ ପାଉଥିବା ମଣିଷଟିଏ ହେଉଛନ୍ତି ଏହି ଫୁଲଚାଷୀ ସମ୍ବିତା ବୋଷ । ଆଠଗଡ଼ ଅଞ୍ଚଳ ଖମାର ନୂଆଗାଁ ଅଞ୍ଚଳରେ ତିଆରି କରିଛନ୍ତି ଏକ ଫାର୍ମ ହାଉସ । ଫୁଲ ଚାଷ କରିବାକୁ ଆଗ୍ରହ ଦେଖାଇ ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାଗ ଯୋଜନାରେ ଅର୍ଥ ଆଣି ୧ଏକର ଜାଗାରେ ୪୩ ହଜାର ଅରକିଡ଼ ଫୁଲ ଗଛ ଉନ୍ନତ ଜ୍ଞାନ କୌଶଳରେ ଲଗାଇଛନ୍ତି ।

ଏହି ଅରକିଡ଼ ଫୁଲ ବିବାହ,ବ୍ରତ ଏବଂ ଅନ୍ୟାନ୍ୟ ଉତ୍ସବରେ ଉପହାର ସ୍ଵରୂପ ଦିଆଯାଇଥାଏ । ସବୁଠାରୁ ବଡ଼ କଥା ଏହି ଗଛରେ ଦଶ ବର୍ଷ ପର୍ଯ୍ୟନ୍ତ ଫୁଲ ଫୁଟିଥାଏ ଏବଂ ସପ୍ତାହରେ ଥରେ ଫୁଲ ତୋଳାଯାଇଥାଏ । ଅଧିକ ଫୁଲ ରଖିବାକୁ ଏକ ଶିତତାପ ନିୟନ୍ତ୍ରିତ ଘର ମଧ୍ୟ କରିଛନ୍ତି ସମ୍ବତା। ଏଥିରେ ୩୦ ଦିନ ପର୍ଯ୍ୟନ୍ତ ଏହି ଫୁଲ ସତେଜ ରହିପାରୁଛି। ଏଠାରେ କାର୍ଯ୍ୟ କରୁଥିବା ଶ୍ରମିକ ମଧ୍ୟ ହାଲକା କାମ ହୋଇଥିବାରୁ ବେଶ୍ ଖୁସିରେ କାର୍ଯ୍ୟ କରିଥାନ୍ତି।

Advertisment

ନଡ଼ିଆ କତା ସାହାର୍ଯ୍ୟରେ ବଞ୍ଚୁଥିବା ଅରକିଡ ଗଛ ଥାଇଲାଣ୍ଡରୁ ଆସୁଥିବା ବେଳେ, ନଡ଼ିଆ କତା ଗୁଡିକ ପୁରୀର ସାକ୍ଷୀଗୋପାଳ ଏବଂ କେରଳ ରାଜ୍ୟରୁ ଅଣାଯାଏ । ସିମେଣ୍ଟ ଖୁଣ୍ଟ ନ ଲଗାଇ ଅଧିକ ଦିନ ଲାଷ୍ଟିଙ୍ଗ ପାଇଁ ଫାଇଭର ଖୁଣ୍ଟ ଏବଂ ଷ୍ଟାଣ୍ଡ ସାହାଯ୍ୟରେ ନଡ଼ିଆ କତା ଉପରେ ଲାଗିଛି ଗଛ । ଧଳା, ହଳଦିଆ ଭଳି ବିଭିନ୍ନ ରଙ୍ଗର ଫୁଲ ଫୁଟିଛି । ବେଶ ମନୋହର ମଧ୍ୟ । ଏଠାକୁ ବିଭିନ୍ନ ଉଦ୍ୟୋଗୀ ଏବଂ ବିଭିନ୍ନ ଜିଲ୍ଲାରୁ କୃଷି ଅଧିକାରୀମାନେ ମଧ୍ୟ ଦେଖିବାକୁ ଆସୁଛନ୍ତି ।

ଗଛରେ ପାଣି ମଧ୍ୟ ବୈଜ୍ଞାନିକ ଜ୍ଞାନ କୌଶଳରେ ସିଞ୍ଚନ ହେଉଛି । ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ ଔଷଧ ମଧ୍ୟ ସିଞ୍ଚନ କରାଯାଉଛି । ଅରକିଡ଼ ବିଭାଗରେ କାର୍ଯ୍ୟ କରୁଥିବା କିଶୋର ସୂତାର କୁହନ୍ତି ଯୁବପିଢି ଏଭଳି ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ଉଦ୍ୟୋଗୀ ମଧ୍ୟ ହେଇପାରିବେ । ସବୁଠୁ ଖୁସିର କଥା ହେଉଛି, ମୋବାଇଲରୁ ଏହି ଚାଷ ବିଷୟରେ ଦେଖି ଏହି ଅରକିଡ଼ ଫୁଲ ଚାଷ କରିବା ପାଇଁ ଚାକିରିରୁ ଅବସର ନେଇଛନ୍ତି ଜଣେ ଯବାନ।

Farming In Odisha Farming Flower Cultivation
Advertisment
Advertisment