Advertisment

Special Story: କମ ଖର୍ଚ୍ଚରେ ଅଧିକ ଅମଳ, ମାଲାମାଲ ହେଉଛନ୍ତି ବ୍ୟବସାୟୀ !

ଦାଦନ ଖଟିବାକୁ ନଯାଇ ଘର ପାଖରେ କାମ ପାଇବା ପରେ ଶ୍ରମିକଙ୍କ ଖୁସି ଏବେ କହିଲେ ନସରେ । ସବୁଜ ଗଛରେ ଅଜାଡି ହୋଇ ପଡିଛି ମେଞ୍ଚା ମେଞ୍ଚା ଗେଣ୍ଡୁ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Farmers Are Thriving with Low-Cost, High-Yield Cultivation in Bhadrak

Farmers Are Thriving with Low-Cost, High-Yield Cultivation in Bhadrak

ଲକ୍ଷପତି କରାଇଛି ଗେଣ୍ଡୁ ଚାଷ । କମ୍‌ ଖର୍ଚ୍ଚରେ ଅଧିକ ଅମଳ କରି ମାଲାମାଲ ହେଉଛନ୍ତି ବ୍ୟବସାୟୀ । ଦାଦନ ଖଟିବାକୁ ନଯାଇ ଘର ପାଖରେ କାମ ପାଇ ଶ୍ରମିକଙ୍କ ଖୁସି ବି କହିଲେ ନସରେ । ସବୁଜ ଗଛରେ ଅଜାଡି ହୋଇ ପଡିଛି ମଣ୍ଡା ମଣ୍ଡା ଗେଣ୍ଡୁ । ଗେଣ୍ଡୁକୁ ତୋଳିନେଇ ଓଜନ କରି ଝୁଡ଼ିରେ ଭରା ଯାଉଛି । ଏମିତି କରିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଛତାବରର ଦୁଇ ଯୁବ ଉଦ୍ୟାନ ପ୍ରେମୀ ଉଦୟ ନନ୍ଦ ଏବଂ ମଦନ ମୋହନ ଦାସଙ୍କର । ସେମାନେ ୟୁଟ୍ୟୁବରୁ ଦେଖି ଆରମ୍ଭ କରିଛନ୍ତି ଗେଣ୍ଡୁଫୁଲ ଚାଷ । ଓଡ଼ିଶାରେ ଏହାର ବିପୁଳ ଚାହିଦା ଦେଖି ଅଧିକ ଜମିରେ ଚାଷ କରିବାକୁ ପ୍ରୟାସ କରୁଛନ୍ତି ମଦନ ।

Advertisment

ପ୍ରଥମେ ସେମାନେ କଲିକତା ଯାଇ ସେଠାକାର ଚାଷ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ଆଉ ନିଜ ଅଞ୍ଚଳରେ ପରୀକ୍ଷା ମୂଳକ ଭାବେ ୫ ଏକର ଜମିରେ ଏହି ଚାଷକୁ ଆରମ୍ଭ କରିଥିଲେ । ଆଉ ଏବେ ସେ ଦୈନିକ ପ୍ରାୟ ୪୦୦ ରୁ ୫୦୦ କ୍ୟୁଣ୍ଟାଲ ପର୍ଯ୍ୟନ୍ତ ଫୁଲ ଉତ୍ପାଦନ କରିପାରୁଛନ୍ତି । ଯେଉଁଥିରୁ ସେ ଦୈନିକ ୪ ରୁ ୫ହଜାର ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି । ଏହି ଫୁଲକୁ ଭଦ୍ରକ ସହିତ ବାଲେଶ୍ଵର, କେନ୍ଦୁଝର, ଯାଜପୁର, କଟକ ଓ ଭୁବନେଶ୍ବରକୁ ପଠାଇ ବେଶ ଲାଭବାନ ହେଉଛନ୍ତି। ଏହାସହ ଫୁଲ ବଗିଚାରେ କାମ କରିବାକୁ ୧୫ରୁ ୨୦ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। 

ଅଧିକ ପଢ଼ନ୍ତୁ: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ

ଆଗରୁ କାମ ନ ମିଳୁଥିବାରୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ। ଏବେ ଘର ପାଖରେ କାମ କରି ଭଲ ଦୁଇ ପଇସା ରୋଜଗାର କରିପାରୁଥିବାରୁ ଖୁସି ପ୍ରକାଶ କରିଛନ୍ତି ଶ୍ରମିକ। 

Advertisment

ଓଡ଼ିଶାର ଫୁଲର ଚାହିଦାକୁ ଦୃଷ୍ଟିରେ ରଖି ପଡୋଶୀ ପଶ୍ଚିମବଙ୍ଗରୁ ଦୈନିକ ପ୍ରାୟ ୧୫ରୁ ୨୦ ମେଟ୍ରିକ ଟନ୍‌ ଫୁଲ ଓଡ଼ିଶା ବଜାରରେ ବିକ୍ରି ହେଉଛି । ଗେଣ୍ଡୁ ଫୁଲ ଚାଷ ପାଇଁ ଓଡ଼ିଶାର ମୂର୍ତ୍ତିକା ବେଶ ଉପକୂଳ । ଯାହାକୁ ପ୍ରମାଣିତ କରିଛନ୍ତି ମୋହନ ।

ଅଧିକ ପଢ଼ନ୍ତୁ: ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW, ୨୦ ଗାଡ଼ି ଜବତ ଓ ୨୦୦ ଆକାଉଣ୍ଟ ଠାବ

Bhadrak Farming In Odisha Special Story
Advertisment
Advertisment