• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଓଡ଼ିଶାରେ ଭରି ରହିଛି ଅନେକ ଔଷଧୀୟ ବୃକ୍ଷ

ଭାରତ ବର୍ଷକୁ ହାରାହାରି ୩୦୦ ମିଲିଅନଡଲାର (ଆମେରୀକାୟ ମୁଦ୍ରା) ମୂଲ୍ୟର ଔଷଧୀୟ ଗଛ ରପ୍ତାନି କରୁଛି । ବିଶେଷକରି ଆମେରିକା, ଜର୍ମାନ, ଫ୍ରାନ୍ସ , ସ୍ୱିଜରଲ୍ୟାଣ୍ଡ ,ଇଂଲଣ୍ଡ ଓ ଜାପାନ ଭାରତଠାରୁ ଔଷଧୀୟ ଗଛ ସାମଗ୍ରୀ ଆମଦାନୀ କରିଥାନ୍ତି । ଏ କ୍ଷେତ୍ରରେ ମୁଖ୍ୟ ଔଷଧୀୟ ଫସଲଗୁଡିକ ହେଲା ଘିକୁଆଁରି, ବେଲାଡୋନା , ଭୁଇଁନିମ୍ବ, ବଚ, ସେନା, ଅଶ୍ଵଗନ୍ଧା, ସର୍ପ ଗନ୍ଧା ଓ ଗୁଗୁଳ ଇତ୍ୟାଦି ।

ଓଡ଼ିଶାରେ ଔଷଧୀୟ ଗଛ ଚାଷ:

ଓଡିଶାର ଜଳବାୟୁ ବିଭିନ୍ନ ପ୍ରକାରର ଔଷଧୀୟ ଗଛ ଚାଷ ପାଇଁ ଅନୁକୂଳ ଅଟେ । ରପ୍ତାନିଯୋଗ୍ୟ ଔଷଧୀୟ ଗଛଗୁଡିକ ଏଠାରେ ସୁବିଧାରେ ଚାଷ କରାଯାଇପାରିବ । ସେଥିମଧ୍ୟରୁ ମୁଖ୍ୟ ଗଛଗୁଡିକ ହେଲା –ଅଶ୍ଵଗନ୍ଧା , ସର୍ପଗନ୍ଧା ,ଭୁଇଁନିମ୍ବ, ସଫେଦମସଲି, ସେନା, ଘିକୁଆଁରୀ, ଗୁଡମାରୀ , ଗନ୍ଧଶୁଣ୍ଠି, ଗୋଲମରିଚ ଓ ପିପ୍ପଳୀ ଆଦି ଗୁଟୁତ୍ଵପୂର୍ଣ୍ଣ ଅଟେ । ଏହି ଗଛ ଗୁଡିକ ଚାଷ କରିବା ପାଇଁ ଚାଷୀ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏହାଦ୍ଵାରା ସେମାନଙ୍କର ଆଗ୍ରହ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ଓଡ଼ିଶାରେ ଔଷଧୀୟ ଗଛ ଚାଷର ମୁଖ୍ୟ ସମସ୍ୟାଗୁଡିକ ହେଲା ...

  • ନିର୍ଦ୍ଧିଷ୍ଟ ଔଷଧୀୟ ଗଛଗୁଡିକ ଆବଶ୍ୟକତା ବିଷୟରେ ଜ୍ଞାନର ଅଭାବ । ଔଷଧୀୟ ଗଛ ଗୁଡିକର ବ୍ୟବସାୟିକ ଚାହିଦା ବା ଉପଯୋଗିତା ବିଷୟରେ ଚାଷୀମାନଙ୍କର ଅଜ୍ଞତା,ଏ ଦିଗରେ ଏକ ମୁଖ୍ୟ ପ୍ରତିବନ୍ଧକ ଅଟେ ।
  • ବିଭିନ୍ନ ପ୍ରକାରର ଔଷଧୀୟ ଗଛର ଉନ୍ନତ କିସମ ବିହନର ଅଭାବ ।
  • ବୈଜ୍ଞାନିକ ପ୍ରଣାଳୀରେ ଓ ବ୍ୟବସାୟିକ ଭିତ୍ତିରେ ସଠିକ ଚାଷ ପ୍ରଣାଳୀ ଓ ଏହାର ବ୍ୟବହୃତ ଅଂଶର ଉପଯୁକ୍ତ ରକ୍ଷଣାବେକ୍ଷଣା ସମ୍ବନ୍ଧୀୟ ଜ୍ଞାନର ଅଭାବ ।

ଔଷଧୀୟ ଗଛର ତ୍ଵରାନ୍ଵିତ କରିବାର ଉପାୟ:

  • ଔଷଧୀୟ ଗଛ ଚାଷକୁ ରାଜ୍ୟରେ ତ୍ୱରାନିତ କରିବା ପାଇଁ ଅନେକ ଉପାୟ କରାଯାଇପାରିବ ।
  • ଯେପରି ସାଧାରଣ ପନିପରିବା ହାଟ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ, ଗୋଟିଏ ନିର୍ଦ୍ଧିଷ୍ଟ ବାରରେ ପ୍ରତି ସପ୍ତାହରେ ଅନୁଷ୍ଠିତ ହେଉଛି । ସେହିପରି ଔଷଧୀୟ ଗଛ ଏବଂ ଏଥିରୁ ଜାତ ସାମଗ୍ରୀର ବିପୁଳ ସୁବିଧା ପାଇଁ ଏହିପରି ନିର୍ଦ୍ଧିଷ୍ଟ ସ୍ଥାନ ପ୍ରତ୍ୟେକ ଆଞ୍ଚଲରେ ସରକାରୀ ଅନୁମୋଦନ ପ୍ରତିଷ୍ଠା ହେବା ଆବଶ୍ୟକ ।
  • ଏହାଛଡା , ଚାଷୀମାନଙ୍କୁ ଏଥିପାଇଁ ବିଶେଷ କୃଷି ଋଣ ପ୍ରଦାନ, ଜମି ଲିଜ ଦେବା ପ୍ରଭୁତି ପଦକ୍ଷେପ ତ୍ୱାରାନ୍ଵିତ କଲେ ଉପରୋକ୍ତ ଆଭିମୁଖ୍ୟ ସଫଳ ହୋଇପାରିବ ।