Advertisment

ଆଉ ଦାଦନ ମୁହାଁ ହେଉନାହାଁନ୍ତି ଚାଷୀ, ରୋଜଗାର ଦେଇଛି ରବର ଚାଷ

ରୋଜଗାର ଦେଇଛି ରବର ଚାଷ। ନିଜ ପରିବାର ଛାଡ଼ି ଆଗ ଭଳି ଆଉ ଦାଦନ ଯିବାକୁ ପଡୁନି। ଯୋଉ ଜମି ଦିନେ ପଡିଆ ପଡିଥିଲା, ସେଇଠି ଆଜି ଶୋଭା ପାଉଛି ରବର ଚାଷ। ଆଉ ଏଥିପାଇଁ ସହାୟତାର ହାତ ବଢ଼ାଇଛି ରବର ସୋସାଇଟି। ରବର ଚାଷ କରି ଏବେ ଏକାଧିକ ଚାଷୀ ସ୍ୱାବଲମ୍ବୀ ହୋଇପାରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Rubber farming has given income

Rubber farming has given income

ରୋଜଗାର ଦେଇଛି ରବର ଚାଷ। ନିଜ ପରିବାର ଛାଡ଼ି ଆଗ ଭଳି ଆଉ ଦାଦନ ଯିବାକୁ ପଡୁନି। ଯୋଉ ଜମି ଦିନେ ପଡିଆ ପଡିଥିଲା, ସେଇଠି ଆଜି ଶୋଭା ପାଉଛି ରବର ଚାଷ। ଆଉ ଏଥିପାଇଁ ସହାୟତାର ହାତ ବଢ଼ାଇଛି ରବର ସୋସାଇଟି। ରବର ଚାଷ କରି ଏବେ ଏକାଧିକ ଚାଷୀ ସ୍ୱାବଲମ୍ବୀ ହୋଇପାରିଛନ୍ତି।

Advertisment

ଦାଦନ ନଯାଇ ନିଜ ଅଞ୍ଚଳରେ ବେଶ୍ ଦୁଇ ପଇସା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଆମେ କହୁଛୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକର ଉପାନ୍ତ ଅଞ୍ଚଳ ପଣ୍ଡଗଣ୍ଡି ଗାଁର କଥା। ଏଠି ରବର ଚାଷ ସାଜିଛି ଲୋକମାନଙ୍କ ପାଇଁ ରୋଜଗାରର ମାଧ୍ୟମ। ତେବେ କିପରି ଚାଲିଛି ରବର ଚାଷ ଚାଲନ୍ତୁ ଜାଣିବା।

ପାରମ୍ପରିକ ଚାଷକୁ ଛାଡି ଏବେ ପଣ୍ଡଗଣ୍ଡି ଅଞ୍ଚଳର ୧୦୦ରୁ ଅଧିକ ଚାଷୀ ଏବେ ରବର ଚାଷ କରୁଛନ୍ତି। ବିଗତ 15 ବର୍ଷ ରୁ ଅଧିକ ସମୟ ଧରି ଏଠାକାର ଆଦିବାସୀ ଇବର ଚାଷ କରି ଆସୁଛନ୍ତି। ପ୍ରାୟ ୧୦୦ ଏକରରୁ ଉର୍ଦ୍ଧ୍ବ ଜାଗାରେ ଲାଗିଛି ୯୦୦୦ ରୁ ଅଧିକ ଗଛ। ଗଛରୁ କ୍ଷୀର ସଂଗ୍ରହ କରି ରବର ପ୍ରସ୍ତୃତ କରିବା ପରେ ଏହି କଞ୍ଚାମାଲକୁ ବିଭିନ୍ନ କମ୍ପାନୀକୁ ବିକ୍ରି କରୁଛନ୍ତି । ଏହି ଚାଷ ପାଇଁ ସରକାର ସହାୟତା ଯୋଗାଇଦେଉଥିବାରୁ ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ ରବର ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।

Advertisment

ଦୀର୍ଘ ବର୍ଷ ଧରି ଏହି ରବର ଚାଷ କରି ଆସୁଥିବା ଚାଷୀ ବର୍ତ୍ତମାନ ସୁଦ୍ଧା 100 ଏକର ଉର୍ଦ୍ଧ୍ବ ଜାଗାରେ ରବର ଚାଷ କରିଛନ୍ତି। ଉତ୍ପାଦିତ ରବର କୁ ବିକ୍ରି କରି ସ୍ୱାବଲମ୍ବୀ ମଧ୍ୟ ହୋଇଛନ୍ତି। ଆନ୍ତର୍ଜାତିକ ବଜାରରେ ରବର ଚାହିଦା ଥିବାରୁ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଚାଷୀମାନେ। ବାହାରୁ ବିଭିନ୍ନ କମ୍ପାନୀ ଆସି ରବରକୁ କ୍ରୟ କରି ନେଉଥିବାରୁ ବିକ୍ରି ନେଇ କୌଣସି ସମସ୍ୟା ହେଉନଥିବା ଚାଷୀମାନେ ପ୍ରକାଶ କରିଛନ୍ତି।

ଯୋଉଠି ଦିନେ ଟାଙ୍ଗରା ଭୁଇଁରେ ଚାକୁଣ୍ଡା ଉଠୁନଥିଲା ସେଇ ଭୁଇଁରେ ଏବେ ରବର ଚାଷ କରି ୧୦୦ରୁ ଉର୍ଦ୍ଧ୍ବ ଚାଷୀ ନିଜେ ସାବଲମ୍ବୀ ହେବା ସହ ଅନ୍ୟପାଇଁ ଉଦାହରଣ ସାଜିଛନ୍ତି।

Farming In Odisha
Advertisment
Advertisment