Advertisment

ଅଗଷ୍ଟରେ ଆସିପାରେ ତୃତୀୟ ଲହର

ଭୟଙ୍କର ରୂପ ନେଇଛି କରୋନର ଡେଲ୍‌ଟା ଭାରିଏଣ୍ଟ। ସେଥିପାଇଁ ୨ୟ ଲହାର ଏତେ ଜୀବନ ନେଇଗଲା। ଏହି ଡେଲ୍‌ଟା ହିଁ ତୃତୀୟ ଲହରର କାରଣ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର।

author-image
Minati Mishra
ଅଦ୍ୟତନ ହୋଇଛି
ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ: ୨୪ ଘଂଟାରେ ୪୧,୧୯୫ ଆକ୍ରାନ୍ତ ହେଲେ ଚିହ୍ନଟ

corona third wave

ଭୁବନେଶ୍ୱର: ଡେଲ୍‌ଟା ଭାରିଏଣ୍ଟ ଯୋଗୁ ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଥିଲା ।  ଏବେ ବି ଡେଲ୍ଟା ଭାରିଆଣ୍ଟ ପ୍ରଭାବୀ ରହିଛି।  ମୋଟ ସଂକ୍ରମଣର ୮୦ ପ୍ରତିଶତ ଡେଲ୍‌ଟା ଭାଇରସ ଯୋଗୁ ହେଉଛି । ଏହା ହିଁ ତୃତୀୟ ଲହରର କାରଣ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର। 

Advertisment

 କାରଣ ଏଯାଏଁ ବିଶ୍ୱରେ ଡେଲ୍ଟାଠାରୁ ଅଧିକ ସଂକ୍ରମକ କୌଣସି ମ୍ୟୁଟାଣ୍ଟ ହୋଇନି । ବର୍ତ୍ତମାନ ସୁଦ୍ଧା ଦେଶରେ ତୃତୀୟ ଲହର ଆସିନି । କିନ୍ତୁ ସଂକେତ ଆସୁଛି  ୧୧ ସପ୍ତାହ ପରେ ସାପ୍ତାହିକ ସଂକ୍ରମଣ ହାର ବଢିଛି।  ଆରୋଗ୍ୟ ତୁଳନାରେ ନୂଆ କୋଭିଡ ମାମଲା ଅଧିକ ରହିଛି । ଆର ଭାଲ୍ୟୁ 1ରୁ ଅଧିକ ଅଛି  । ଏହି  ୩ଟି ସୂଚକାଙ୍କ କହୁଛି, ଆଗକୁ ଦେଶରେ କେସ ଲୋଡ଼ ବଢିବ ।  ଯାହାକି ତୃତୀୟ ଲହର ସମ୍ଭାବନାକୁ ସ୍ପଷ୍ଟ କରୁଛି ବୋଲି କହିଛନ୍ତି ବିଶେଷଜ୍ଞ ।

ଆଇଆଇଟି ହାଇଦ୍ରାବାଦ ଓ କାନପୁରର ମିଳିତ ଷ୍ଟଡିରେ କୁହାଯାଇଛି, ଅଗଷ୍ଟରେ ତୃତୀୟ ଲହର ଆସିବ ବୋଲି। ତେଣୁ ଏବେଠୁ ଏହାର ତୀବ୍ରତା ଆକଳନ କରିବା କଷ୍ଟକର  । ତୃତୀୟ ଲହର ରୋକିବାକୁ ପୂର୍ବଭଳି କୋଭିଡ ଅନୁରୂପ ନିୟମକୁ ଶତ ପ୍ରତିଶତ ପାଳନ କରିବାକୁ ହେବ । ଟିକା ନେଇଥିବା ଲୋକଙ୍କୁ ବି ଏହା ମାନିବାକୁ ପଡ଼ିବ ବୋଲି ସେ କହିଛନ୍ତି। 

Advertisment

ସୂଚନାଥାଉ କି, କେରଳ, ମହାରାଷ୍ଟ୍ରରେ କରୋନା ଉପର ମୁହାଁ ହୋଇଛି।  ଏହା ୩ୟ ଲହର ସଂକେତ ବୋଲି ଏହା କହିଛନ୍ତି DMET ମୁଖ୍ୟ ଡାକ୍ତର ସିବିକେ ମହାନ୍ତି। କରୋନାର ୩ୟ ଲହର ଓ ଡେଲ୍ଟା ଭାଇରସ ନେଇ DMET ସୂଚନା ଦେଇଛନ୍ତି ଅଗଷ୍ଟରେ ୩ୟ ଲହର ଆସିବା ନେଇ ବିଶେଷଜ୍ଞ ଆକଳନ କରିଛନ୍ତି। ସେପ୍ଟେମ୍ବର ଓ ଅକ୍ଟୋବରରେ ଶୀର୍ଷକୁ ଯିବ ବୋଲି ଆକଳନ ହୋଇଛି। ରାଜ୍ୟରେ ଡାଉନ ୱାର୍ଡ ଟ୍ରେଣ୍ଡରେ ଅଛି, ୩ୟ ଲହର ପ୍ରଭାବ କମ୍ ରହିବ ବୋଲି ସେ କହିଛନ୍ତି।

ତୃତୀୟ ଲହର ଶିଶୁଙ୍କ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଥିବାରୁ  କେରଳ ଓ ମହାରାଷ୍ଟ୍ରରେ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି। ଆମ ରାଜ୍ୟରେ ଡେଲ୍ଟା ଭାଇରସ୍ ସଂଖ୍ୟା ଅଧିକ ଥିଲେ ବି ସଂକ୍ରମଣ ହେଉନି ବୋଲି ସେ କହିଛନ୍ତି ଡାକ୍ତର ସିବିକେ ମହାନ୍ତି। ତେବେ ଓଡ଼ିଶାରେ ୧ ପ୍ରତିଶତ ତଳେ ଆର୍ ଭ୍ୟାଲୁ ରହିଥିବାରୁ ସଂକ୍ରମଣ କମିବାରେ ଲାଗିଛି ବୋଲି ସେ କହିଛନ୍ତି।  

COVID-19 Delta Variant
Advertisment
Advertisment