ଭିକାଜୀ ବଲସାରାଙ୍କ ସପକ୍ଷରେ ଆସିଥିବା ଏହି ନିଷ୍ପତ୍ତି ଆମେରିକା ଆଟର୍ଣ୍ଣି ଜେନେରାଲ ଚାର୍ଲସ ଜେ.ବୋନାପାର୍ଟଙ୍କ ୧୯୦୭ ଘୋଷଣାର ବିପରୀତ ଥିଲା । ଏଥିରେ କୁହାଯାଇଥିଲା ଯେ, କୌଣସି ଆଇନ ଅନୁସାରେ ବ୍ରିଟିଶ ଭାରତର ମୂଳ ନିବାସୀଙ୍କୁ ଶ୍ୱେତ କୁହାଯାଇ ପାରିବ ନାହିଁ । ୧୯୧୭ ପ୍ରବାସୀ ଅଧିନିୟମ ଆସିବା ପରେ ଆମେରିକାରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ହ୍ରାସ ପାଇଥିଲା ।
ସାରା ଦେଶରେ ନାଗରିକତା ସଂଶୋଧନ ଆଇନ୍- CAA ଲାଗୁ ହେବା ପରେ ଚାରିଆଡ଼େ ଶରଣାର୍ଥୀଙ୍କୁ ଆଶ୍ବସ୍ତି। ନାଗରିକତ୍ବ ନେବାକୁ ନୁହେଁ ବରଂ ଦେବାକୁ କେନ୍ଦ୍ର ସରକାରଙ୍କ ଏ ନିଷ୍ପତ୍ତି ବୋଲି ଶୁଣି ଓଡ଼ିଶାର କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ହଜାର ହଜାର ବାଂଲା ଶରଣାର୍ଥୀ ବି ଖୁସ୍। ତେବେ ନେପାଳ ଓ ଶ୍ରୀଲଙ୍କାକୁ ଏଥିରେ ସାମିଲ କରାନଯିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିବାବେଳେ ବିଜେପି-ବିଜେଡି ଏହାକୁ ଐତିହାସିକ ନିଷ୍ପତ୍ତି ଭାବେ ଦର୍ଶାଇଛନ୍ତି।
ଏଥିପାଇଁ ଶରଣାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।