Advertisment

୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ, ଲାଗୁ ହେଲା CAA

ଏଥିପାଇଁ ଶରଣାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Modi Govt Announces Implementation Of CAA

CAA

୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ। ସାରା ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ। ସଂସଦରେ ପାରିତ ହେବାର ୪ ବର୍ଷ ପରେ ଗତକାଲି ସିଟିଜେନସିପ୍ ଆମେଣ୍ଡମେଣ୍ଟ ଆକ୍ଟ ବା CAA ନୋଟିଫିକେସନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ଆଇନ ଅନୁସାରେ, ୨୦୧୪ ସୁଦ୍ଧା ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ଅଣ-ମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା।

Advertisment

ଏହି ୩ ପଡ଼ୋଶୀ ଦେଶରେ ସଂଖ୍ୟାଲଘୁ ଥିବା ସଂପ୍ରଦାୟ ଯଥା- ହିନ୍ଦୁ, ଜୈନ, ଖ୍ରୀଷ୍ଟିଆନ, ଶିଖ୍, ବୌଦ୍ଧ ଓ ପାର୍ସି ମାନଙ୍କୁ ଭାରତୀୟ ନାଗରିକତା ମିଳିବ । ଏଥିପାଇଁ ସେମାନେ ୨୦୧୪ ଡିସେମ୍ବର ୩୧ ତାରିଖ ଦିନ କିମ୍ବା ତା ପୂର୍ବରୁ ଭାରତରେ ଶରଣ ନେଇଥିବା ଦରକାର । ସେମାନେ ଗତ ବର୍ଷେ ଧରି ଏବଂ ବିଗତ ୧୪ ବର୍ଷରେ ଅତିକମରେ ୫ ବର୍ଷ ପାଇଁ ଭାରତରେ ରହିଥିବା ଆବଶ୍ୟକ। ଏଥିପାଇଁ ଶରଣାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ମୋଦି

Advertisment

ତେବେ ଏହି ଆଇନରେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସାମିଲ ହେବ ନାହିଁ। ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଅନୁସାରେ, ଆସାମର କାର୍ବି ଆଙ୍ଗଲୋଙ୍ଗ, ମେଘାଳୟର ଗାରୋ ହିଲ୍ସ, ମିଜୋରାମର ଚକମା ଜିଲ୍ଲା ଏବଂ ତ୍ରିପୁରାର ଟ୍ରାଇବାଲ୍ ଏରିଆକୁ ବାଦ୍ ଦିଆଯାଇଛି । ୨୦୧୯ ଡିସେମ୍ବରରେ ସଂସଦରେ ସିଏଏ ପାରିତ ହୋଇଥିଲା ଏବଂ ପରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଥିଲେ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଲାଗୁ ହେବ ବୋଲି ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ।

ତେବେ ଗତକାଲି ସିଏଏ ଲାଗୁ ପରେ ଦେଶର ବିଭିନ୍ନ ସ୍ଥାନରେ ସେଲିବ୍ରେସନ ଦେଖିବାକୁ ମିଳିଥିଲା। ଏହାସହ ଉତ୍ତର ପୂର୍ବାଞ୍ଚଳ ସମେତ କେତେକ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । 

ତେବେ କିଛି ଦିନ ପୂର୍ବରୁ CAAକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ‘CAA ହେଉଛି ଦେଶର ଆଇନ ଏବଂ ଏହି ବିଜ୍ଞପ୍ତି ନିଶ୍ଚିତ ଭାବରେ ପ୍ରକାଶ ପାଇବ । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ (CAA) ଲାଗୁ ହେବ’ ବୋଲି ଅମିତ ଶାହ କହିଥିଲେ ।

ଗୃହମନ୍ତ୍ରୀ କହିଥିଲେ, “ଯେତେବେଳେ ବିଭାଜନ ଘଟିଲା। ସେଠାରେ ଧାର୍ମିକ ନିର୍ଯାତନାର ସମ୍ମୁଖୀନ ହେବା ପରେ ସମସ୍ତେ ଭାରତ ଆସିବାକୁ ଚାହୁଁଥିଲେ। କଂଗ୍ରେସ ନେତା ନିର୍ଯାତନାର ଶିକାର ହୋଇଥିବା ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରେ କଂଗ୍ରେସ ନେତାମାନେ ସେମାନଙ୍କ ବିବୃତ୍ତି ପ୍ରତ୍ୟାହାର କରିନେଲେ। 

ଗୃହମନ୍ତ୍ରୀ ଅମିତ ଶାହ ଆହୁରି କହିଥିଲେ କି, ‘ଆମ ମୁସଲିମ ଭାଇମାନଙ୍କୁ CAA ବିରୋଧରେ ବିଭ୍ରାନ୍ତକର ତଥ୍ୟ ଦିଆଯାଉଛି । ସେମାନଙ୍କୁ ଉସକା ଯାଉଛି । ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ଭଳି ଦେଶରୁ ନିର୍ଯାତନା ସହି ନପାରି ଭାରତ ଆସୁଥିବା ଲୋକଙ୍କୁ ନାଗରିକତା ଦେବା ପାଇଁ CAA ଆସିଛି। ମୁଁ ଏହା ସ୍ପଷ୍ଟ କରୁଛି ଯେ CAA କୌଣସି ବ୍ୟକ୍ତିର ନାଗରିକତ୍ୱ ଛଡ଼ାଇ ନେବ ନାହିଁ’।

ସୂଚନା ଅନୁସାରେ ଡିସେମ୍ବର ୨୦୧୯ରେ ସଂସଦରେ CAA ପାରିତ ହେବା ପରେ ଏବଂ ରାଷ୍ଟ୍ରପତିଙ୍କ ଅନୁମତି ପାଇବା ପରେ ଦେଶର କେତେକ ସ୍ଥାନରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା।

CAA Rules Citizenship Amendment Act
Advertisment
Advertisment