ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଥିଲେ । ବିଜେଡି ଏଜେଣ୍ଟ ସାଜି କାମ କରୁଥିଲେ । ନବୀନ ସରକାରଙ୍କ ହାତବାରିସି ସାଜିଥିଲେ । ଆମେ କହୁଛୁ ସେଇ ଆଇପିଏସ୍ ବାବୁମାନଙ୍କ କଥା, ଯେଉଁମାନେ ରାଜ୍ୟରେ ବଦଳୁନଥିବା ସରକାର ସହ ତାଳ ଦେଇ ପଦୋନ୍ନତି ସତ୍ତ୍ୱେ ପୂର୍ବ ପୋଷ୍ଟରେ ରହି ପାଲଟି ଯାଇଥିଲେ ପାୱାରଫୁଲ୍ ଅଫିସର।
ଏଇ ଯେମିତି ଇସିଆଇଙ୍କ ଛାଟ ବାଜିଥିବା ଅତିରିକ୍ତ ଡିଜି ଡିଏସ କୁଟ୍ଟେ। ଦୀର୍ଘ ୧୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। ବିଜେଡିର ଦଳୀୟ କାମରେ ମୁଣ୍ଡ ପୁରାଉଥିଲେ, ହେଲେ ଗତ ନିର୍ବାଚନରେ ଧରାପଡ଼ି ନିଲମ୍ବନ ହେଲେ। ପରେ ଅବଶ୍ୟ ତାଙ୍କ ଉପରୁ ନିଲମ୍ବନ ହଟିଥିଲେ ବି କାର୍ଯ୍ୟାନୁଷ୍ଠାନ ଖଣ୍ଡା ଝୁଲି ରହିଛି।
Published By: Satyendu Shekher Mishra
Last updated: 14 June 2024, 10:07 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।