Advertisment

ଜୁନିୟର ହକି ବିଶ୍ୱକପ୍ ମ୍ୟାଚ୍‌: ଭାରତୀୟ ଦଳରେ ସ୍ଥାନ ପାଇଲେ ୩ ଓଡ଼ିଆ

ଜୁନିଅର ହକି ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ୩ ଜଣ ସ୍ଥାନ ପାଇଛନ୍ତି। ବିବେକ ସାଗର ପ୍ରସାଦଙ୍କୁ ଦଳର ଅଧିନାୟକ ଘୋଷଣା କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Hockey Men's Junior World Cup

Hockey Men's Junior World Cup

ଭୁବନେଶ୍ୱର: ଜୁନିଅର ହକି ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ ଓଡ଼ିଶାର ୩ ଜଣ ସ୍ଥାନ ପାଇଛନ୍ତି। ବିବେକ ସାଗର ପ୍ରସାଦଙ୍କ ନେତୃତ୍ୱରେ ଏହି ୧୮ ଜଣିଆ ଟିମ୍‌ରେ ଓଡ଼ିଶାର ଅଭିଷେକ ଲାକ୍ରା, ସୁନୀଲ ଜୋଜୋ, ସୁଦୀପ ଚିର୍ମାକୋ ସ୍ଥାନ ପାଇଛନ୍ତି। ବିନା ଦର୍ଶକରେ ହେବ ପୁରୁଷ ଜୁନିୟର ହକି ବିଶ୍ୱକପ୍।

Advertisment

ନଭେମ୍ବର ୨୪ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱକପ୍ ବିନା ଦର୍ଶକରେ ଖେଳା ଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍) ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। ଖେଳାଳିଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ହକିପ୍ରେମୀ ଟେଲିଭିଜନ ଜରିଆରେ ମ୍ୟାଚ୍‌ର ସିଧା ପ୍ରସାରଣ ଦେଖିପାରିବେ। ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ପୁରୁଷ ଜୁନିୟର ହକି ବିଶ୍ୱକପ୍ ଡିସେମ୍ବର ୫ରେ ସରିବ। ଏଥର ଜୁନିୟର ହକି ବିଶ୍ୱକପ୍‌ରେ ମୋଟ ୧୬ଟି ଟିମ୍‌ ଭାଗ ନେବେ। ଭାଗ ନେଉଥିବା ଟିମ୍ ଗୁଡ଼ିକ ହେଲେ- ଆୟୋଜକ ଭାରତ, ଆର୍ଜେଣ୍ଟିନା, ବେଲଜିୟମ, କାନାଡା, ଚିଲି, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, କୋରିଆ, ମାଲେସିଆ, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲ୍ୟାଣ୍ଡ ଓ ଆମେରିକା।

Advertisment

ପ୍ରଥମ ୫ ଦିନ ପୁଲ୍ ଷ୍ଟେଜ୍ ମ୍ୟାଚ୍ ଖେଳାଯିବ। ଏହାପରେ  ନଭେମ୍ବର ୩୦ରୁ ଅନ୍ୟ ମ୍ୟାଚ୍ ହେବ। ଡିସେମ୍ବର ୧ ତାରିଖରେ କ୍ୱାର୍ଟର ଫାଇନାଲ, ଡିସେମ୍ବର ୩ରେ ସେମି ଫାଇନାଲ ଏବଂ ଡିସେମ୍ବର ୫ ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।

Bhubaneswar Kalinga Stadium Hockey World Cup Junior Men’s Hockey World Cup
Advertisment
Advertisment