/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636440188.jpg)
vigilance raid at OPHWC deputy manager House
ଭୁବନେଶ୍ୱର: ଭିଜିଲାନ୍ସ ଟିମ୍ର ଚଢ଼ଉ ଭୟରେ ଲକ୍ଷ ଲକ୍ଷ ଟଙ୍କା ଫିଙ୍ଗିଦେଲେ ସରକାରୀ ବାବୁ। ଗୋଟିଏ ପେଟିରେ ଭର୍ତ୍ତି କରି ୨୦ ଲକ୍ଷ ଟଙ୍କା ଫିଙ୍ଗିଦେଲେ। ତେବେ ଭିଜିଲାନ୍ସ ଟିମ୍ ଏହାକୁ ଦେଖି ଜବତ କରିଛନ୍ତି। ସକାଳେ ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କର ୧୨ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ତେବେ ଭୁବନେଶ୍ୱର ଆଇଆରସି ଭିଲେଜର ହାଉସ ନମ୍ବର ୪୧୬ରେ ରହୁଥିବା ପ୍ରତାପ ଭିଜିଲାନ୍ସ ଟିମକୁ ଦେଖି ଗୋଟିଏ ପେଟିରେ ଭର୍ତ୍ତି କରି ୨୦ ଲକ୍ଷ ଟଙ୍କା ପଡ଼ିଶା ଘରର ଛାତ ଉପରକୁ ଫିଙ୍ଗି ଦେଇଥିଲେ।
ତେବେ ଭିଜିଲାନ୍ସ ଟିମ୍ ସେହି ଟଙ୍କାକୁ ଜବତ କରିଛି। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବାସଭବନ ସମେତ ୧୨ଟି ଜାଗାରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍। ଭୁବନେଶ୍ୱରର ୫ଟି ସ୍ଥାନ, ଭଦ୍ରକ, ବାସୁଦେବପୁର, ବାଲେଶ୍ୱରର ସିମୁଳିଆରେ କୋଟି କୋଟି ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍।
ଭୁବନେଶ୍ୱର ଜୟଦେବବିହାରରେ ୬ ତାଲା ବିଶିଷ୍ଟ ଘର, ଖଣ୍ଡଗିରି ସରକନ୍ତରାର ଭଡ଼ା ଘର, ଜୟଦେବବିହାର ନରେନ୍ଦ୍ର ଭିଲ୍ଲାରେ ରେଡ୍ କରିଛି ଭିଜିଲାନ୍ସ ଟିମ୍। ସେହିପରି ଭଦ୍ରକ ବାସୁଦେବପୁରର ବାଲିସାହିର ୩ ତାଲା ବିଲ୍ଡିଂ, ବାଲେଶ୍ୱର ସିମୁଳିଆର ନିଜ ଘରେ ଚଢ଼ଉ ହୋଇଛି। ଏହାଛଡ଼ା ସିମୁଳିଆ ହରିପୁରର ସମ୍ପର୍କୀୟଙ୍କ ଘର ଓ OPHWC କାଯର୍ୟାଳୟରେ ରେଡ୍ କରାଯାଇଛି।
ତେବେ ୧୦ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ଆଉ ୨ଟି ସଂପତ୍ତିର ସନ୍ଧାନ ମିଳିଛି। ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଏକ ୫ ମହଲା କୋଠା ଓ IRC ଭିଲେଜର ଏନ୍-୬ରେ ଆଉ ଏକ ୪ ମହଲା କୋଠାର ସନ୍ଧାନ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)