• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "89" result for "Rath" in https://otvkhabar.in

The unique odia cake Enduri
Prathamastami 2024: ପ୍ରଥମାଷ୍ଟମୀର ନିଆରା ପିଠା ଏଣ୍ଡୁରି; କ’ଣ ରହିଛି ବୈଜ୍ଞାନିକ କାରଣ

ଆଜି ଓଡ଼ିଶାର ଅନନ୍ୟ ପର୍ବ ପ୍ରଥମାଷ୍ଟମୀ। ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ। ନୂଆ ପୋଷାକ ସାଙ୍ଗକୁ ହଳଦିପତର ପିଠା(ଏଣ୍ଡୁରି)ର ମହକରେ ମହକି ଉଠେ ପ୍ରତ୍ୟେକ ଓଡ଼ିଆଙ୍କ ଘର। ଏହି ପିଠା ଶରୀରକୁ ଅନେକ ରୋଗରୁ ରକ୍ଷା କରେ। ତେବେ ଆସନ୍ତୁ ଜାଣିବା ପ୍ରଥମାଷ୍ଟମୀରେ କାହିଁକି ହୁଏ ଏଣ୍ଡୁରି ପିଠା।

ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ
ISKCON Ratha Yatra: ହ୍ୟୁଷ୍ଟନରେ ଅଦିନରେ ଗଡ଼ିଲା ନନ୍ଦିଘୋଷ, ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ରଥଯାତ୍ରା କଲା ଇସ୍କନ

ହ୍ୟୁଷ୍ଟନରେ ନନ୍ଦିଘୋଷ ଭଳି ଅବିକଳ ରଥ ନିର୍ମାଣ କରି ଏହାକୁ ଟାଣିବା ସହ ଫେଷ୍ଟିଭାଲ ଅଫ ବ୍ଲିସ ପାଳନ କରିଛି ଇସ୍କନ।

Godabarisha Mishra Adarsha Prathamika Vidyalaya Yojana
Godabarisha Mishra Adarsha Prathamika Vidyalaya Yojana: ପ୍ରତି ପଞ୍ଚାୟତରେ ହେବ ୧ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ; ମୋଟ୍ ୬,୭୯୪ଟି ହେବ ନିର୍ମାଣ

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ଏଥିରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। 

ISKON Ratha Jatra
ISKON Ratha Jatra: ଜିଦ୍‌ ଛାଡ଼ିଲା, ରଥଯାତ୍ରା ନକରି ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା କରିବ ସଂସ୍ଥା

ପ୍ରେସ ରିଲିଜ୍ ଜରିଆରେ ଇସ୍କନ ପରିଚାଳନା ପରିଷଦର ସୂଚନା । ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଗଜପତି ମହାରାଜା ।

ISKON
ISKON Ratha Jatra: ଅଦିନିଆ ରଥଯାତ୍ରା ନେଇ ଆପତ୍ତି ଉଠାଇଲେ ଗଜପତି; କହିଲେ ଆଉ ଛଡ଼ା ଯିବନି...

କେତେ ବିରୋଧ, କେତେ ଆପତ୍ତି । ତଥାପି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ । ଆମେରିକା ହ୍ୟୁଷ୍ଟନରେ ସେଦିନ ରଥଯାତ୍ରା କରିବାକୁ ମାତିଛି ସଂସ୍ଥା ।

Khola Katha | Exclusive Interview With Justice Biswanath Rath
Khola Katha | Exclusive Interview With Justice Biswanath Rath

‘#ସୁନା_ଗହଣା_ସାର୍ବଜନୀନ_ଠିକ୍‌_ନୁହଁ’ ଖୋଲିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର

News Fuse | Chaotic Situation Erupts During Rath Yatra Celebrations
News Fuse | Chaotic Situation Erupts During Rath Yatra Celebrations

#ରଥ_ତଳେ_ଖଣ୍ଡ_ଯୁଦ୍ଧ ରଥଯାତ୍ରା ସମୟରେ ଏ କ’ଣ ? ଏଠି କ’ଣ ଖଣ୍ଡ ଯୁଦ୍ଧ

The Great Odisha Political Circus | Grandfather and Niece Discuss After Rath Yatra Darshan
The Great Odisha Political Circus | Grandfather and Niece Discuss After Rath Yatra Darshan

#ବଡ଼ଦାଣ୍ଡରେ_ଏଡ଼େ_ବଡ଼_ମଞ୍ଚ ରଥଯାତ୍ରାରେ ପୁରୀ ବାହାରିଛନ୍ତି ଜେଜେ ନାତୁଣୀ

Khola Katha | Justice Biswanath Rath Narrates What He Saw In Ratna Bhandar
Khola Katha | Justice Biswanath Rath Narrates What He Saw In Ratna Bhandar

‘#ଚମତ୍କାର_ଜିନିଷ_ଭଣ୍ଡାରରେ_ଅଛି’ ରତ୍ନଭଣ୍ଡାରର ପ୍ରଥମ ଦୃଶ୍ୟ କ’ଣ

Khola Katha | Justice Biswanath Rath Opens up on Puri Ratna Bhandar
Khola Katha | Justice Biswanath Rath Opens up on Puri Ratna Bhandar

ଭିତର ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ ରଥଙ୍କ ଚାଞ୍ଚଲ୍ୟକର ବୟାନ ଭିତର

KHOLA KATHA EP 864 JULY 25 2024 Exclusive Interview with Justice Biswanath Rath
KHOLA KATHA EP 864 JULY 25 2024 Exclusive Interview with Justice Biswanath Rath

A unique chat show that probes our celebrities to face the facts and rumours about themselves and bring forth the truth for the audience. This show aims

Know how many kinds of pana in lord Jagannath culture
Ratha Jatra 2024: ଠାକୁରଙ୍କ ଭୋଗରେ ପଣା ନୀତି; ଜାଣନ୍ତୁ କେତେ ପ୍ରକାର ପଣା ଭୋଗ ହୁଏ

ଶ୍ରୀମନ୍ଦିରର ରାଜଭୋଗ ଏବଂ ଛପନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ଠାକୁରଙ୍କ ନିତିଦିନିଆ ନୀତି ସମେତ କେତେକ ବିଶେଷ ପର୍ବପର୍ବାଣିରେ ମଧ୍ୟ ହୋଇଥାଏ। ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ଆସନ୍ତୁ ସେସବୁ ବିଷୟରେ ଜାଣିବା।

Suna Besa 2024
Ratha Jatra 2024: ଆଜି ସୁନାରେ ଝଲସିବେ ଚତୁର୍ଦ୍ଧାମୂର୍ତ୍ତି; ଜାଣନ୍ତୁ କେଉଁ ଶିଖ୍ ସମ୍ରାଟ ମନ୍ଦିରକୁ ଦେଇଥିଲେ ପ୍ରଚୁର ସୁନା

ପ୍ରତି ଓଡ଼ିଆଙ୍କ ମନର ରାଜା ଆଜି ସମସ୍ତଙ୍କ ସମ୍ମୁଖରେ ଧାରଣ କରିବେ ରାଜରାଜେଶ୍ୱର ରୂପ। କିଏବା ଏହାକୁ ହାତଛଡା କରିବ। ଏନେଇ ଦେଶ ବିଦେଶରୁ ଛୁଟିଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଜି ରଥ ଉପରେ ଦର୍ଶନ କରିବେ କାଳିଆର ସୁନାବେଶକୁ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।

Ratha Jatra 2024 know 10 miracles of puri jagannath mandir
Ratha Jatra 2024: ବିଚିତ୍ର ଠାକୁରଙ୍କ ବିଚିତ୍ର ଲୀଳା; ମନ୍ଦିରର ୧୦ଟି ଚମତ୍କାର ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆଜି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସିବେ କାଳିଆ ସାଆନ୍ତ। ପୁରୀ ଆଜି ଜନସମୁଦ୍ରରେ ପରିପୂର୍ଣ୍ଣ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।

Ratha Jatra 2024 Nabami Sandhya Darshan
Ratha Jatra 2024: ଆଜି ମହାବାହୁଙ୍କ ସନ୍ଧ୍ୟା ଦର୍ଶନ, ମିଳେ କୋଟି ଜନ୍ମର ପୁଣ୍ୟ; ଜାଣନ୍ତୁ ଏହାର ନୀତିକାନ୍ତି

ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ, ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ।

Ratha Jatra 2024; Hera Panchami Niti 2024
Ratha Jatra 2024: ହେରା ପଞ୍ଚମୀରେ କାହିଁକି ଭଙ୍ଗାଯାଏ ନନ୍ଦିଘୋଷ ରଥ; ଜାଣନ୍ତୁ ଏହା ପଛର ରହସ୍ୟ

ମହାପ୍ରଭୁଙ୍କ ଲୀଳା ଅନନ୍ୟ। କାଳିଆ ଠାକୁରଙ୍କ ଏହି ମାନବୀୟ ଲୀଳା ଭିତରେ ହେରା ପଞ୍ଚମୀ ଅନ୍ୟତମ। ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମ ଦିନରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ।

Ratha Jatra 2024 six odia film based on Lord Jagannath
Ratha Jatra 2024: ପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଏହି ୬ଟି ଓଡ଼ିଆ ଫିଲ୍ମ ଦେଖନ୍ତୁ, ଭକ୍ତିରେ ହଜିଯିବ ମନ

ଆଜି ପୁରୀ ଶ୍ରୀକ୍ଷେତ୍ର ଭକ୍ତ ପ୍ରେମରେ ଜନସମୁଦ୍ରରେ ପରିଣତ। ଆପଣ ଯଦି ପୁରୀ ନ ଯାଇ ଘରେ ଅଛନ୍ତି ତେବେ ଜଗନ୍ନାଥଙ୍କୁ ନେଇ ଆଧାରିତ ଏହି ୬ଟି ଓଡ଼ିଆ ଫିଲ୍ମ ନିଶ୍ଚିତ ଦେଖନ୍ତୁ, ଯାହାର ଲିଙ୍କ୍‌ ଆମେ ଏଠାରେ ଦେଉଛୁ।

Ratha Jatra 2024 the unique rituals of Niladribije
Ratha Jatra 2024: ନୀଳାଦ୍ରିବିଜେରେ ସରେ ଜନ୍ମବେଦି ଲୀଳା; ଏମିତି ହୁଏ ଲକ୍ଷ୍ମୀ-ନାରାୟଣ କଳି

ମହାପ୍ରଭୁ ରଥରୁ ଓହ୍ଲାଇ ରତ୍ନ ସିଂହାସନ ବେଦୀକୁ ଯିବା ନୀତି ପରମ୍ପରାକୁ ନୀଳାଦ୍ରିବିଜେ କୁହାଯାଏ। ଠାକୁରଙ୍କ ନଅଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ହେଉଛି ନୀଳାଦ୍ରିବିଜେ। ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣା ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି।

Ratha Jatra 2024 adharapana niti know about the ingredients of pana
Ratha Jatra 2024: କିପରି ହୁଏ ଅଧରପଣା ନୀତି; ଜାଣନ୍ତୁ ଏଥିରେ ମିଶେ କେଉଁ ସାମଗ୍ରୀ

ଶ୍ରୀମନ୍ଦିରର ବିଭିନ୍ନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ତେବେ ରଥ ଉପରେ ଅନୁଷ୍ଠିତ ଅଧରପଣା ହେଉଛି ସର୍ବବୃହତ ପଣା ଭୋଗ। ସୁନାବେଶ ପରଦିନ ତିନିରଥ ଉପରେ ଅଧରପଣା ନୀତି ସଂପନ୍ନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା।

Ratha Jatra 2024 know the name of ratha rope
Ratha Jatra 2024: ରଥ ଦଉଡ଼ି ଛୁଇଁଲେ ସର୍ବପାପ ମୋଚନ ହୁଏ, ଜାଣନ୍ତୁ ଏହାର ମାହାତ୍ମ୍ୟ...

ରଥ ଟଣାର ଅନେକ ଚମତ୍କାରିତା ମଧ୍ୟରେ ରଥ ଦଉଡିର ରହିଛି ବିଶେଷ ଆକର୍ଷଣ। ଏହି ପବିତ୍ର ଦଉଡ଼ିକୁ ଛୁଇଁବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମନେକରନ୍ତି। ଏହି ଦଉଡିର ଛୁଆଁରେ ଜନ୍ମ ଜନ୍ମାନ୍ତର ପାପ ମୋଚନ ହୋଇଯିବା ବିଶ୍ୱାସ ରହିଛି। ଏହି ଦଉଡି ଟିକେ ଛୁଇଁବା ପାଇଁ ଲାଗିଥାଏ ଲକ୍ଷ ଲକ୍ଷ ଲୋକଙ୍କ ଭିଡ।

Ratha Jatra 2024 know devotee Bandhu Mohanty Story
Ratha Jatra 2024: ବନ୍ଧୁ ମହାନ୍ତିଙ୍କ ଦୁଃଖଦ ଜୀବନ; ଜାଣନ୍ତୁ କିପରି ପାଇଲେ କାଳିଆ କରୁଣା

କଥାରେ ଅଛି ‘ଅରକ୍ଷିତକୁ ଦଇବ ସାହା’। ଜୀବନରେ ସତ୍ ପଥରେ ଥାଇ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ ବିଭିନ୍ନ କଷ୍ଟକର ପରିସ୍ଥିତି ତଥା ଦୁଃଖଦ ମୁହୂର୍ତ୍ତରୁ ତ୍ରାହି ମିଳିପାରିବ। ତେଣୁ ଆଧ୍ୟାତ୍ମିକତାର ମହାମନ୍ତ୍ର ହେଉଛି ‘ଭକ୍ତି’। ଭକ୍ତ ବନ୍ଧୁ ମହାନ୍ତି ଏହାର ଉଦାହରଣ।

Ratha Jatra 2024 Suna besa of lord Jagannath know who started it first
Ratha Jatra 2024: କିଏ ଆରମ୍ଭ କରିଥିଲେ ଶ୍ରୀଜଗନ୍ନାଥଙ୍କ ସୁନାବେଶ: ଜାଣନ୍ତୁ କେଉଁ ଠାକୁରଙ୍କ ପାଇଁ କେଉଁ ଅଳଙ୍କାର

ପ୍ରତି ଓଡ଼ିଆଙ୍କ ହୃଦୟସ୍ପନ୍ଦନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ। ଏହା ଅତ୍ୟନ୍ତ ଉପଭୋଗ୍ୟ ଆଉ ଆକର୍ଷଣୀୟ ମଧ୍ୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟିଯାଏ ଜନସମୁଦ୍ର।

Preparation of atrire of Lord Jagannath Underway
Ratha Jatra 2024: କାଳିଆ ସେବା ଆଗରେ ହାର ମାନିଛି ବୟସ, ୯୬ ବର୍ଷ ବୟସରେ ବୁଣୁଛନ୍ତି ଶ୍ରୀଜିଉଙ୍କ ଅଙ୍ଗବସ୍ତ୍ର

ବୟସ ସିନା ୯୬ ହେଲେ କାଳିଆ ସେବା ତାଙ୍କ ଦେହରେ ଭରି ଦେଇଛି ଯୁଆନ ଫୂର୍ତ୍ତି । ପରିଣତ ବୟସରେ ମଧ୍ୟ ଶ୍ରୀଜିଉଙ୍କ ସେବାରେ ସମର୍ପିତ ଆଶେଲିଙ୍କ ହାତକୁ ତର ନାହିଁ।

Ratha Jatra 2024 How observed Bahuda Jatra
Ratha Jatra 2024: ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରାର ପାଳନ ବିଧି; ଦର୍ଶନରେ ମିଳେ ବୈକୁଣ୍ଠ ପ୍ରାପ୍ତି

ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ଉତ୍ସବ ହେଉଛି ଶ୍ରୀଜୀଉଙ୍କ ବାହୁଡାଯାତ୍ରା। ଆଷାଢ଼ ଶୁକ୍ଳପକ୍ଷ ଦଶମୀରେ ପାଳନ ହୁଏ ମହାପ୍ରଭୁଙ୍କ ଏହି ବାହୁଡା ଯାତ୍ରା। ୯ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଭାଇ ଭଉଣୀଙ୍କ ସହ ବଡ଼ ଦେଉଳକୁ ଫେରନ୍ତି କାଳିଆ ସାଆନ୍ତେ। କାଳିଆ ଠାକୁରଙ୍କ ଏହି ଫେରିବା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ।

Ratha Jatra 2024 Name of the horses in Nandighosh Rath
Ratha Jatra 2024: ନନ୍ଦିଘୋଷ ରଥର କେତେକ ଜାଣିବା କଥା; କେତେ ଚକ, ଏହାର ନାଁ କ’ଣ…

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପାଳିତ ହୋଇଥାଏ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ। ଏହି ତିନି ରଥର ଭିନ୍ନ ଭିନ୍ନ ନାମ ଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ‘ନନ୍ଦିଘୋଷ’। ତେବେ ଆସନ୍ତୁ ଏହି ନନ୍ଦିଘୋଷ ରଥକୁ ନେଇ କିଛି ରୋଚକ କଥା ଜାଣିନେବା।