Advertisment

Kalpana Soren Emerges As Key JMM Leader: ଝାଡ଼ଖଣ୍ଡରେ ପୁଣି ସୋରେନ ସରକାର; କିଙ୍ଗ ମେକର୍ ସାଜିଲେ ଓଡ଼ିଆ ଝିଅ କଳ୍ପନା

ଜେଲରୁ JMM ସରକାର 2.O । ଝାଡ଼ଖଣ୍ଡରେ ପୁଣି ହେମନ୍ତ ସୋରେନ ସରକାର । ଆସନ୍ତା ୨୮ରେ ଶପଥ ଗ୍ରହଣ । ହେଲେ JMMର ଏହି ଧୂଆଁଧାର ବିଜୟର କ୍ରେଡିଟ୍ ଦିଆଯାଉଛି ଓଡ଼ିଆ ଝିଅ କଳ୍ପନା ସୋରେନଙ୍କୁ ।

author-image
Sujit kumar Swain
undefined

Kalpana Soren Emerges As Key JMM Leader

କଳ୍ପନା ସୋରେନ୍। ଦିନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ଭାବେ ଲୋକେ ତାଙ୍କୁ ଜାଣୁଥିଲେ। ଏବେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଟପ୍ ଲିଡର। ବିଧାନସଭା ନିର୍ବାଚନରେ JMM ପାଇଥିବା ବଡ଼ ବିଜୟର ଶ୍ରେୟ ଦିଆଯାଉଛି କଳ୍ପନାଙ୍କୁ। ଏପରିକି ଗାଣ୍ଡେ ଆସନରୁ ଜିତି ବିଧାୟିକା ବି ହୋଇଛନ୍ତି ଏହି ଓଡ଼ିଆ ଝିଅ। ସ୍ବାମୀ ହେମନ୍ତ ଜେଲ୍ ଯିବାଠାରୁ ନିର୍ବାଚନରେ ପ୍ରତିପକ୍ଷକୁ ମାତ୍ ଦେବା ଯାଏଁ ପ୍ରତି କ୍ଷେତ୍ରରେ ଦୃଢ଼ ପ୍ରାଚୀର ଭାବେ ଛିଡ଼ା ହୋଇଥିଲେ କଳ୍ପନା। ସେ କେମିତି ସାଜିଲେ କିଙ୍ଗ ମେକର୍ ଆସନ୍ତୁ ପଢିବା ଏହି ରିପୋର୍ଟ । 

Advertisment

ଜେଲରୁ JMM ସରକାର 2.O । ଝାଡ଼ଖଣ୍ଡରେ ପୁଣି ହେମନ୍ତ ସୋରେନ ସରକାର । ଆସନ୍ତା ୨୮ରେ ଶପଥ ଗ୍ରହଣ । ହେଲେ JMMର ଏହି ଧୂଆଁଧାର ବିଜୟର କ୍ରେଡିଟ୍ ଦିଆଯାଉଛି ଓଡ଼ିଆ ଝିଅ କଳ୍ପନା ସୋରେନଙ୍କୁ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ ତଥା ଗାଣ୍ଡେୟର ନବନିର୍ବାଚିତା ବିଧାୟିକା ହେଉଛନ୍ତି କଳ୍ପନା । ହେମନ୍ତ ସୋରେନ୍ ସରକାର 2.0ରେ କଳ୍ପନାଙ୍କୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚ୍ଚା । କୁହାଯାଉଛି, ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି କଳ୍ପନା, ମିଳିପାରେ ବଡ ଦାୟିତ୍ବ। ସ୍ବାମୀ ହେମନ୍ତ ହୁଅନ୍ତୁ କି ଦଳର ବରିଷ୍ଠ ନେତା, କଳ୍ପନାଙ୍କୁ ଦିଆଯାଉଛି ପାର୍ଟିର ଶାନଦାର୍ ବିଜୟର ଶ୍ରେୟ । ସ୍ବାମୀ ହେମନ୍ତ ସୋରେନ ତ କଳ୍ପନାଙ୍କୁ ୱାନ୍ ମ୍ୟାନ୍ ଆର୍ମି ବୋଲି କହିସାରିଛନ୍ତି। 

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡରେ ହେମନ୍ତ ସରକାର; ଆସନ୍ତା ୨୬ରେ ଶପଥ ସମାରୋହ !

୪ ମାସ ତଳେ ରାଞ୍ଚି ବିର୍ସା ମୁଣ୍ଡା ଜେଲରୁ ମୁକ୍ତ ହେବା ବେଳେ ସ୍ବାମୀଙ୍କ ସହ ଏକାଠି ଥିବା କଳ୍ପନା, ଏବେ ଶନିବାର JMMର ବିଜୟ ପରେ ପ୍ରେସମିଟର ଫ୍ରଣ୍ଟ ଲାଇନରେ। ଦଳରେ ତାଙ୍କର ବେଶ୍ ଗୁରୁତ୍ବ । ହେବନି ବା କେମିତି, ମନି ଲଣ୍ଡରିଂ ମାମଲାରେ ସ୍ବାମୀ ଜେଲ୍ ଯିବା ପରେ ଏକାକୀ ଦଳର ଦାୟିତ୍ବ ମୁଣ୍ଡାଇଥିଲେ କଳ୍ପନା। ରାଜନୀତିର ଅକ୍ଷର ଜାଣିନଥିବା କଳ୍ପନା, ଲୋକସଭା ନିର୍ବାଚନରେ ପାର୍ଟିକୁ କରୁଥିଲେ ଲିଡ୍। ଆଉ, ବିଧାନସଭା ନିର୍ବାଚନରେ ତ ସାଜିଥିଲେ ଦଳର ଷ୍ଟାର ପ୍ରଚାରକ, ଆଉ ପ୍ରାର୍ଥୀ ବି। ଗାଁ ଗାଁ ବୁଲି ଲୋକଙ୍କ ସହ ନିଜକୁ ପରିଚିତ କରାଇଥିଲେ। ବୋହୂ ନୁହେଁ, ଝିଅ ବୋଲି କହି ମାଗିଥିଲେ ଭୋଟ୍। କୁହାଯାଉଛି, ମହିଳାଙ୍କ ମଧ୍ୟରେ ତାଙ୍କର ଥିଲା ବେଶ୍ ଡିମାଣ୍ଡ। ପ୍ରଚାର ବେଳେ ତାଙ୍କୁ ଦେଖିବାକୁ ଘର ଆଗରେ ଲୋକେ ଅପେକ୍ଷା କରୁଥିଲେ। ଏବେ ସେ ଗାଣ୍ଡେ ଆସନରୁ ବିଧାୟିକା ବି ବନିଛନ୍ତି।  କଳ୍ପନା ସୋରେନ୍, ହେମନ୍ତ ସୋରେଙ୍କ ପତ୍ନୀ ତଥା ଗାଣ୍ଡେ ବିଧାୟିକା

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବହଳଦା ବ୍ଲକ୍‌ର ତେନ୍ତଳ ଗାଁରେ କଳ୍ପନାଙ୍କ ଘର। ବାରିପଦାର ୨୬ ନମ୍ବର ୱାର୍ଡ ଭୁଗୁଡାକଟାର ଘରେ ରହୁଛନ୍ତି ତାଙ୍କ ବାପା-ମାଆ। ଏହି ଗାଁକୁ ହିଁ ବର ହୋଇ ଆସିଥିଲେ ହେମନ୍ତ ସୋରେନ୍। କଳ୍ପନାଙ୍କ ବାପା ଅନପା ମାଝୀ ଜଣେ ପୂର୍ବତନ ସେନା କର୍ମଚାରୀ। ବାରିପଦାର କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ ଦୁଇ, ଏମପିସିରୁ ସ୍ନାତକ ଏବଂ ପରେ ଭୁବନେଶ୍ବରରୁ ବିଟେକ୍ କରିଛନ୍ତି କଳ୍ପନା। ହିନ୍ଦୀ, ଇଂରାଜୀ, ଓଡ଼ିଆ ଓ ସାନ୍ତାଳୀ ଭାଷା ବି ଜାଣିଛନ୍ତି। ସାରା ଝାଡ଼ଖଣ୍ଡରେ ଏବେ ବେଶ୍ ପରିଚିତ ଏହି ଓଡ଼ିଆ ଝିଅ। କଳ୍ପନାଙ୍କ ପାଇଁ ତାଙ୍କ ପରିବାର ବି ବେଶ୍ ଗର୍ବିତ। 

ଅଧିକ ପଢ଼ନ୍ତୁ: ଫଡ଼ନାଭିସ୍, ସିନ୍ଦେ ନା ପାୱାର ? କିଏ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ?

Jharkhand JMM Jharkhand Election Kalpana Soren
Advertisment
Advertisment